ଆତଙ୍କବାଦର ଅନ୍ତ ହେବ କେବେ?
ଚଳିତ ଶତାଦ୍ଦିରେ ସାରା ବିଶ୍ୱରେ ଘଟି ଯାଇଥିବା ଘଟଣା ଦୁର୍ଘଟଣା ମାନଙ୍କ ମଧ୍ୟରୁ ୨୦୧୧ ମସିହା ସେପ୍ଟେମ୍ବର ୧୧ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଶକ୍ତିଶାଳି ଅର୍ଥନିତିର ସଂକେତ ବହନ କରୁଥିବା ନୁ୍ୟୟର୍କ ମହାନଗରୀରେ ଥିବା ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆତ୍ମଘାତି ଆତକଂବାଦୀ ଆକ୍ରମଣ ଏକ ପ୍ରମୁଖ ଘଟଣା ଓ ସମୟ ବିଭାଜିକା ରୁପେ ସ୍ଥାନ ପାଇଛି । ଏହି ଘଟଣା ପରେ ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶ ସେମାନଙ୍କ ପ୍ରତିରକ୍ଷା ଓ ବୈଦେଶିକ ନିତିରେ ଆମୁଳଚୁଳ ପରିବର୍ତନ ଘଟାଇଛନ୍ତି ।
ଗୋଟିଏ ଦିଗରେ ଆଟଲାଂଟିକ ମହାସାଗର ଓ ଅନ୍ୟ ପାସ୍ୱର୍ରେ ପ୍ରଶାନ୍ତ ମହାସାଗର ଦ୍ୱାରା ପୃଥିବୀର ମୂଳ ଭୁଖଣ୍ଡ ଠାରୁ ବିଛିନ୍ନ ହୋଇ ଯୁକ୍ତରାଷ୍ଟ୍ର ଆମେରିକା ଶତୃ ମାନଙ୍କ ଠାରୁ ନିଜକୁ ବେଶ୍ ସୁରକ୍ଷିତ ମନେ କରୁଥିଲା । ଏହାର ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା ସାରା ବିଶ୍ୱକୁ ସୁକ୍ଷ୍ମ ଭାବରେ ଅନୁଶିଳନ କରିବାର ଗୈାଇନ୍ଦା ନେଟୱାର୍କ ସତ୍ୱେ ଏହାର ପ୍ରାଣ କେନ୍ଦ୍ର ନୁ୍ୟୟର୍କ ମହାନଗରୀରେ ଯେ ହଜାର ହଜାର ମାଇଲ ଦୁରରୁ ଆସି ଆତକଂବାଦୀ ମାନେ ଏକ ଭୟଙ୍କର କାଣ୍ଡ ଘଟାଇବେ ତାହା ସମସ୍ତଙ୍କ କଳ୍ପନା ବାହାରେ ଥିଲା । ୧୯୪୧ ମସିହା ଡିସେମ୍ବର ୭ ତାରିଖ ଦିନ ଦ୍ୱୀତିୟ ବିଶ୍ୱ ଯୁଦ୍ଧ ବେଳେ କ୍ଷୁଦ୍ର ଦେଶ ଜାପାନ୍ ଏକ ଦୁଃଶାହାସିକ ପଦକ୍ଷେପ ନେଇ ପ୍ରଶାନ୍ତ ମହାସାଗରରେ ଥିବା ଆମେରିକାର ବିଶାଳ ନୈାଘାଟି ପର୍ଲହାର୍ବର ଉପରେ ଅତର୍କିତ ବିମାନ ଆକ୍ରମଣ କରି ତାହାକୁ ଧ୍ୱଂସ କରିଦେଇଥିଲା । ପ୍ରତିଶୋଧ ନେବାପାଇଁ ଆମେରିକା ଜାପାନ୍ ଉପରେ ବିଶ୍ୱର ପ୍ରଥମ ପରମାଣୁ ବୋମା ନେଇ ଏହାର ଦୁଇଟି ମହା ନଗରୀକୁ ସଂପୂର୍ଣ୍ଣ ଧ୍ୱଂସ କରିଦେଇଥିଲା ।
ସକାଳ ୮.୪୫ ମିନିଟ୍ । ନୁ୍ୟୟର୍କ ସିଟିର ଲୋୟର ମାନ୍ହାଟନ୍ ଅଂଚଳ ଧିରେ ଧିରେ ଚଳ ଚଂଚଳ ହୋଇଉଠୁଛି । ଆଟଲାଂଟିକ୍ ମହାସାଗର ଆଡୁ ଶିତଳ ସାମୁଦ୍ରିକ ବାୟୁ ବହି ଆସୁଅଛି । ତାହାରି କୁଳରେ ଦଣ୍ଡାୟ ମାନ ଷ୍ଟାଚୁ୍ୟ ଅଫ୍ ଲିବର୍ଟି ପରିଷ୍କାର ଦେଖା ଯାଉଛି । ହଠାତ୍ କିଏ କିଛି ବୁଝିବା ଆଗରୁ ଆକାଶରେ ମୃତୁ୍ୟ ଦୁତ ଭଳି ଦୁଇଟି ଉଡାଜାହାଜ ଭୟଙ୍କର ଶଦ୍ଦକରି ମାଡି ଆସିଲେ ଓ ଅଳ୍ପ ସମୟ ବ୍ୟବଧାନରେ ଶହେ କୋଡିଏ ମହାଲା ବିଶିଷ୍ଟ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ଉତର ଓ ଦକ୍ଷିଣ ଟାୱାରରେ ପିଟି ହୋଇଗଲେ । ଏହି ପ୍ରଚଣ୍ଡ ଧକ୍କାରେ ଟାୱାର ଦୁଇଟିର ଉପର ଅଂଶ ସଂପୂର୍ଣ୍ଣ ଭାଙ୍ଗି ପଡିଲା । ସବୁଆଡେ ପ୍ରଚଣ୍ଡ ନିଆଁ ଆକାଶକୁ ଶିଖା ଟେକି ମାଡି ଚାଲିଲା । ମୁହୁର୍ତକ ମଧ୍ୟରେ ଦୁଇଟି ଟାୱାର ମାଟିରେ ମିସିଗଲା ଓ ତା ପାଖରେ ଥିବା ୪୦ ମହଲା ବିଶିଷ୍ଟ ୭ ବିଶ୍ୱବାଣିଜ୍ୟ କେନ୍ଦ୍ର ଓ ଅନ୍ୟ ଅନେକ କୋଠା ବାଡି ଧ୍ୱଂସ ହୋଇଗଲା ।
ଠିକ୍ ସେହି ସମୟରେ ଆଉ ଗୋଟିଏ ବୋଇଂ ଜାହାଜ ଆମେରିକାର ଏର୍ଲିଗଂଟନ ଭର୍ଜିନିୟା ଠାରେ ଥିବା ସାମରିକ ମୁଖ୍ୟ ଦପ୍ତର ପେଂଟାଗନ ଟାୱାରରେ ବାଡେଇ ହୋଇଗଲା ଓ ଚାହୁଁ ଚାହୁଁ ପେଂଟାଗନର କିଛି ଅଂଶ ଭାଙ୍ଗି ମାଟିରେ ମିସିଗଲା ଓ ସେଠାରେ କାର୍ଯ୍ୟରତ ୨୦୦ ଲୋକ ମୃତୁ୍ୟ ବରଣ କଲେ । ଚତୁର୍ଥ ବିମାନଟି ଆମେରିକାର ପେନସିଲ୍ ଭେନିଆ ଠାରେ ଥିବା ହ୍ୱାଇଟ ହାଉସ ବା କ୍ୟାପିଟାଲ ହିଲକୁ ଲକ୍ଷ କରି ଉଡିଗଲା ବେଳେ ବିମାନରେ ଥିବା ଯାତୀ ମାନେ ବାଧା ଦେବାରୁ ତାହା ଷ୍ଟୋନିକ୍ରିକ୍ ସହର ନିକଟରେ ଥିବା ସାଙ୍କୋଭିଲେ ଉପତ୍ୟକାରେ ପଡି ଧ୍ୱଂସ ହୋଇଗଲା । ସମସ୍ତ ଯାତ୍ରୀ ମୃତୁ୍ୟ ବରଣ କଲେ ଓ ନିଶ୍ଚିତ ଆକ୍ରମଣରୁ ହ୍ୱାଇଟହାଉସ ରକ୍ଷା ପାଇଗଲା ।
ଏହି ଘଟଣାରେ ସାରା ଆମେରିକା ସ୍ତବ୍ଧ ହୋଇଗଲା । ସବୁଆଡେ ହାଇଆଲର୍ଟ ଜାରି କାରାଯାଇ ଆଉ କୈାଣସି ସଂଭାବ୍ୟ ଆକ୍ରମଣ କିଭଳି ନହେବ ତାହାର ବ୍ୟବସ୍ତା କରାଗଲା । ଦୁଇ ଦିନ ପାଇଁ ଆମେରିକାର ସମସ୍ତ ବିମାନ ସେବା ଠପ୍ ହୋଇଗଲା । ୧୭ ତାରିଖ ପର୍ଯ୍ୟନ୍ତ ୱାଲ୍ଡ ଷ୍ଟ୍ରିଟରେ କାରବାର ବନ୍ଦ ରହିଲା । ଶହ ଶହ ନିଆଁ ଲିଭାଳି ଦଳ ଓ ସାମରିକ କର୍ମଚାରି ଅକ୍ଲାନ୍ତ ପରିଶ୍ରମ କରି ନିଆଁ କୁ ଆୟତ କରି ମୃତାହତଙ୍କୁ ଉଦ୍ଧାର କଲେ । ପରେ ଦେଖାଗଲା ସମୁଦାୟ ୨୯୯୬ ଜଣ ମୃତ ଓ ପ୍ରାୟ ୬୦୦୦ ଜଣ ଆହତ ହୋଇଛନ୍ତି ଓ ସମୁଦାୟ ୧୦ ମିଲିୟନ ଡଲାରର ଆର୍ଥିକ କ୍ଷତି ଘଟିଛି । ୩୨୫ ଜଣ ନିଆଁ ଲିଭାଳି କର୍ମଚାରି ଓ ୭୫ ଜଣ ଉଦ୍ଧାରକାରି ସାମରିକ କର୍ମଚାରି ମ୍ମ ଜୀବନ ହରାଇଛନ୍ତି । ସକାଳ ୮ଟା ୧୨ ମିନିଟରୁ ୧୦.୨୮ ମିନିଟ୍ ମଧ୍ୟରେ ସମସ୍ତ ଆକ୍ରମଣ ଘଟିଗଲା ।
ଏହି ଘଟଣା ପଛରେ କାହାର ହାତ ରହିଛି ସେଥିପାଇଁ ବିଶ୍ୱର ସବୁଦେଶର ଗୁଇନ୍ଦା ସଂସ୍ଥା ଲାଗି ପଡିଲେ । ସମସ୍ତଙ୍କର ସନେ୍ଦହ ହେଲା ବିଖ୍ୟାତ ଆତଙ୍କବାଦୀ ଓସାମାବିନ୍ ଲାଦେନ ଅଧିନରେ କାର୍ଯ୍ୟ କରୁଥିବା ଆଲକାଏଦା ସଂଗଠନ ଏହି କାର୍ଯ୍ୟ କରିଛି । ଲାଦେନ ଆମେରିକାକୁ ବିଶେଷତଃ ଏହାର ପ୍ରେସିଡେଂଟ ଜର୍ଜବୁଶ୍ଙ୍କୁ ପରମ ଶତୃ ବୋଲି ଭାବୁଥିଲା । ମୁସଲମାନ ରାଷ୍ଟ୍ରଙ୍କର ବିରୁଦ୍ଧରେ ଇସରାଏଲକୁ ଆମେରିକାର ସମର୍ଥନ, ସାଉଦିଆରବରେ ଆମେରିକାର ସୈନ୍ୟଙ୍କର ଅବସ୍ଥିତି, ଇରାକ୍ ବିରୁଦ୍ଧରେ ଅର୍ଥନୈତିକ କଟକଣା ଯୋଗୁଁ ଲାଦେନ ଆମେରିକା ବିରୁଦ୍ଧରେ ଜିହାଦ୍ ଘୋଷଣା କରିଥିଲା ଓ ତା ଦ୍ୱାରା ପ୍ରେରିତ ଆତଙ୍କବାଦୀ ମାନେ ତାଞ୍ଜାନିଆ, ନାଇରୋବି, ୟେମେନ୍ ଓ ବିରୁଟ ଭଳି ସ୍ଥାନରେ ଥିବା ଆମେରିକା ଦୃତାବାସ ଓ ସେନା ଛାଉଣି ଉପରେ ଅର୍ନ୍ତଘାତି ଆକ୍ରମଣ ମାନ କରୁଥିଲେ । ୧୯୮୯ ମସିହାରେ ଆମେରିକା ଚାପରେ ଲାଦେନ୍ ସାଉଦି ଆରବରୁ ତଡା ଖାଇ ଟୁ୍ୟନିସିଆରେ ଆଶ୍ରୟ ନେଲା ଓ ସେଠାରୁ ମ୍ମ ତଡା ଖାଇ ଆ‘୍ଗାନିସ୍ଥାନରେ ତାଲିବାନ ମାନଙ୍କ ଆଶ୍ରୟରେ ରହିଲା । ପ୍ରତିଶୋଧ ନେବାପାଇଁ ଏକ ଅଦ୍ଭୁତ ପୁର୍ବ ଆତକଂବାଦୀ ଆକ୍ରମଣ କରି ମୁସଲମାନ ଜଗତରେ ନିଜର ନାମକୁ ଅମର କରିବାକୁ ସେ ଚାହୁଁଥିଲା ।
୧୯୯୬ ମସିହାରେ ଖଲିଦ ଶେକ୍ ମହମ୍ମଦ ନାମକ ଜଣେ ଆତକଂବାଦୀ ଲାଦେନକୁ ୯/୧୧ ଭଳି ଆକ୍ରମଣର ଯୋଜନା ଦେଇଥିଲା । ୧୯୯୯ ମସିହାରେ ଲାଦେନ ଏହାକୁ ସ୍ୱୀକୃତି ଦେଲା ଓ ନିଜର ସହଜୋଗି ମହମ୍ମଦ ଆଟେଫ୍କୁ ଯୋଜନା ପ୍ରସ୍ତୁତି ପାଇଁ ନିଦେ୍ର୍ଦଶ ଦେଲା । ବାଛି ବାଛି ୧୯ ଜଣ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲେ । ସେମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ ନାୱାବ-ଆଲ-ହରିମିନ, ଖାଲିଦ-ଆଲ-ମିହିଦାଦ୍, ଜିଆଦ-ବାରା, ମାରୱାନ-ଆଲ-ସେବି, ରାମନବୀନ-ଆଲ-ସିବ, ହିନିଗାର ହଞ୍ଜର । ଏହି ଅତଙ୍କବାଦୀ ମାନେ ଅତ୍ୟନ୍ତ ଦୁର୍ଦଶ ଓ ଦକ୍ଷ ଥିଲେ । ଆକ୍ରମଣରେ ସାମିଲ ହେଲେ ନିଶ୍ଚିତ ମୃତୁ୍ୟ ଏହା ଜାଣି ମ୍ମ ସେମାନେ ଡରି ନଥିଲେ । ଏମାନଙ୍କ ମଧ୍ୟରୁ ଅନେକ ବୋସେନିଆ, ଚେଚେନିଆ ଓ ଏମେନ ଠାରେ ଚାଲୁଥିବା ଯୁଦ୍ଧରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନରୁ ଜାଲ ପାସପୋର୍ଟ ବଳରେ ସେମାନେ ଆମେରିକାରେ ବହୁ ପୂର୍ବରୁ ପ୍ରବେଶ କରିସାରିଥିଲେ ଓ ବିଭିନ୍ନ ଫ୍ଲାଇଟ ସ୍କୁଲରେ ବିମାନ ଚାଳନା ଶିକ୍ଷା ନେବାକୁ ଲାଗିଲେ ।
ଆମେରିକାର ଗୁଇନ୍ଦା ସଂସ୍ଥା ମଧ୍ୟ ଚୁପ ହୋଇ ବସିନଥିଲା । ଏଭଳି ଏକ ଆକ୍ରମଣ ହୋଇପାରେ ସେଥିପାଇଁ କୁଆଲାମାପୁର, ଦୁବାଇ, ବ୍ୟାଙ୍କକକ୍ ଫୋନେକ ସିଟି ଓ ଲାଦେନ ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ଆଲେକ ଷ୍ଟେସନରୁ ଯଥେଷ୍ଟ ସଂକେତ ଆମେରିକାକୁ ଯାଇଥିଲା । ଏପରିକି ଯୋର୍ଡାନରୁ ବିଗ ୱେଡିଙ୍ଗ ନାମରେ ଏକ ଯୋଜନା ବିମାନ ଆକ୍ରମଣ ପାଇଁ ଆଲକାଏଦା କରୁଛନ୍ତି ବୋଲି ମେ ମାସରେ ଖବର ମିଳିଥିଲା । ୬/୦୮/୨୦୦୧ ଦିନ ଆମେରିକାର ପ୍ରେସିଡେଂଟଙ୍କ ଟେବୁଲକୁ ଏକ ଗୁପ୍ତ ପତ୍ରରେ ଲାଦେନ ଆମେରିକା ଉପରେ ଖୁବ୍ ଶିଘ୍ର ବିମାନ ଆକ୍ରମଣ କରିବ ବୋଲି ସୁଚନା ଦିଆ ଯାଇଥିଲା । ଏହା ପରେ ପରେ ଅଗଷ୍ଟ ମାସ ମଝିରେ ଆମେରିକାର ମିନିସୋଟା ଫ୍ଲାଇଂ ସ୍କୁଲର କର୍ତୁପକ୍ଷ ଖବର ଦେଲେ ଯେ, ଜାକାରିସ୍ ମହାସିକୁ୍ୟ ନାମରେ ଜଣେ ବିମାନ ପ୍ରଶିକ୍ଷଣ ଛାତ୍ର ଅନେକ ଅବାନ୍ତର ପ୍ରଶ୍ନ ପଚାରୁ ଅଛି ଓ ଏହାର ଅନୁସଂଦ୍ଧାନ କରାଯାଇ ବିନା ଭିସାରେ ଆମେରିକାରେ ଥିବାରୁ ତାକୁ ଗିର‘ କରାଗଲା ।
ଆମେରିକା ବାସି ମାନେ ବ୍ୟକ୍ତିଗତ ସ୍ୱାଧିନତାକୁ ସବୁବେଳେ ଅଗ୍ରାଧିକାରି ଦେଇଥାନ୍ତି । ସେଥିପାଇଁ ୧୯୯୦ ମସିହାରେ ଆମେରିକାରେ ଜଷ୍ଟିସ୍ ବିଭାଗ ବିଭିନ୍ନ ତଦନ୍ତକାରି ସଂସ୍ଥା ଉପରେ ଭାବ ବିନିମୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାହିଁ ଥିଲା ଗୋଇନ୍ଦା ବିଫଳତାର ମୁଖ୍ୟ କାରଣ ।
ଘଟଣା ଦିନ ଆମେରିକା ଏୟାର ଲାଇନ୍ସର ଉଡାଣ ନମ୍ବର ୧୧୧ ଓ ୭୭ ଏବଂ ୟୁନାଇଟେଡ ଷ୍ଟେଟସ୍ ଏୟାର ଲାଇନର ଉଡାଣ ନମ୍ବର ୧୭୫ ଓ ୯୩ ଚାରୋଟି ବୋଇଂ ବିମାନ ଦେଶର ପୂର୍ବାଂଚଳରେ ଥିବା ଲଗାନ ଇଂଟରନ୍ୟାସନାଲ ଏୟାରପୋର୍ଟ ବୋସଟନ ଓ ଲିବର୍ଟି ଇଂଟରନ୍ୟାସନାଲ ଏୟାଟପୋର୍ଟରୁ ନୁ୍ୟୟର୍କ ସମୁଦାୟ ୨ଟି ବୋଇଂ ୭୫୭ ଓ ଆଉ ଦୁଇଟି ବୋଇଂ ୭୬୭ ଲସ୍ ଏନ୍ଜେଲ୍ସ ଓ ସାନଫ୍ରାନସିକୋ ଅଭିମୁଖେ ଯାତ୍ରା କରିଥିଲେ । ବିମାନରେ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ୧୯ ଜଣ ଆତଙ୍କ ବାଦୀ ଉଠିଥିଲେ ଓ ଆକ୍ରମଣ କରିବାରେ ସଫଳ ହୋଇଥିଲେ ।
ଭାଙ୍ଗି ଯାଇଥିବା ଟ୍ରେଡ ଟାୱାରର ପୂନଃ ନିର୍ମାଣ ୨୦୦୬ ମସିହାରେ ଆରମ୍ଭ ହୋଇ ୦୩/୧୧/୨୦୧୪ ମସିହାରେ ସମାପ୍ତ ହୋଇଥିଲା ଓ ସେପ୍ଟେମ୍ବର ୧୧ ମେମୋରିଆଲ ନାମରେ ଏକ ସ୍ମୃତି ମନ୍ଦିର ମଧ୍ୟ ନିର୍ମିତ ହୋଇଥିଲା । ପ୍ରତିଷୋଧ ନେବା ପାଇଁ ଆମେରିକା ନ୍ୟାଟୋର ସମସ୍ତ ସାମରିକ ଶକ୍ତିକୁ ଆହ୍ୱାନ ଦେଇଥିଲା । ଇରାକର ଏକଛତ୍ର ଶାସକ ସାଦାମ ହୁସେନ୍ଙ୍କର ସଂପୃକ୍ତି ସଂଦେହ କରି ନାଟମେଂଟ ପ୍ରଚଣ୍ଡ ବିମାନ ଆକ୍ରମଣ ଦ୍ୱାରା ଇରାକ୍କୁ ଧ୍ୱଂସ କରିଦେଇଥିଲେ ଓ ସାଦାମ ହୁସେନକୁ ମୃତୁ୍ୟ ଦଣ୍ଡ ଦେଇଥିଲେ । ଆକ୍ରମଣ ପରେ ସାଦାମ୍ ହୁସେନ୍ ତାତôଛଲ୍ୟ କରି କହିଥିଲେ ଆମେରିକାର କାଓ ବୟେ ମାନେ ସେମାନଙ୍କର କର୍ମଫଳ ଭୋଗୁଛନ୍ତି । ପାଲେସଟାଇନ ଅଂଚଳରେ ଏହି ଘଟଣା ପରେ ଆନନ୍ଦର ଲହଢି ଖେଳି ଯାଇଥିଲା । ୨୦୦୬ ମସିହାରେ ଲାଦେନ୍ ନିଜର ସଂପୃକ୍ତି ଘୋଷଣା କରିଥିଲା ଓ ଆମେରିକା ଲାଦେନକୁ ହସ୍ତାନ୍ତର କରିବା ପାଇଁ ଆଫ୍ଗାନିସ୍ଥାନ ସରକାରଙ୍କୁ ଚରମ ବାଣି ଶୁଣାଇ ଥିଲା । ଶେଷରେ ଆମେରିକା ବିମାନ ଆକ୍ରମଣ ଦ୍ୱାରା ଆଫଗାନିସ୍ଥାନରୁ ତାଲିବାନ ସରକାରକୁ କ୍ଷମତା ଚୁ୍ୟତ କଲା ।
ଆମେରିକା ଆକ୍ରମଣରୁ ବର୍ତିବା ପାଇଁ ଆଫଗାନିସ୍ଥାନର ଶାସକ ମୁଲା ଓମାର ଓ ଓସାମା ବିନ ଲାଦେନ୍ ସେଠାରୁ ପଳାୟନ କରି ଘନ ପାହାଡ ଜଙ୍ଗଲ ଦ୍ୱାରା ପାକ୍-ଆଫଗାନ ସିମାନ୍ତରେ ଥିବା ୱାଜିର ସ୍ଥାନରେ ଲୁଚି ରହିଲେ । ଶେଷରେ ଆମେରିକା ଲାଦେନର ସଂଦ୍ଧାନ ପାଇ ତାକୁ ମାରିବା ପାଇଁ ନୌବାହିନିର ସିଲ-ଟିମ୬ ମାନରେ ଏକ କମାଣ୍ଡ ଦଳ ପଠାଇ ଥିଲା । ସେମାନେ ପାକିସ୍ଥାନର ଆବୋଟାବାଦ ସହରରେ ତାର ସଂଦ୍ଧାନ ପାଇ ହତ୍ୟା କରିଥିଲେ ଓ ତାର ମୃତ ଦେହକୁ ମହାସାଗରରେ ଫିଙ୍ଗି ଦେଇଥିଲେ । ଘଟଣାର ସାମୟିକ ପରିସମାପ୍ତି ଘଟିଗଲା । ଏହି ଘଟଣା ପରେ ସାରା ବିଶ୍ୱରେ ସନେ୍ଦହ ଓ ଅବିଶ୍ୱାସର ବଳୟ ଘଟି ଯାଇଛି । ଟ୍ରେନରେ କିମ୍ବା ପ୍ଲେନରେ ଗଲାବେଳେ ପ୍ରତ୍ୟେକ ଲୋକ ଅନ୍ୟକୁ ସନେ୍ଦହ କରୁଛି । ସିଏ ଆତଙ୍କବାଦୀ ନୁହଁ ତ? ତା ବ୍ୟାଗରେ ବୋମା ନାହିଁ ତ? ଏହି ସନେ୍ଦହର ବାତାବରଣ କେବେ ଦୁର ହେବ ତାହା କେବଳ ଇଶ୍ୱର ଜାଣନ୍ତି । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ