ରାସ୍ତା ଉପରେ ବେପାର: ସମସ୍ୟାରେ ପଥଚାରୀ
ବାଲେଶ୍ୱର, (ଓଏନ୍ଏସ୍): ରାସ୍ତା ଉପରେ ବେପାର । ଉଭୟ ସ୍ଥାୟୀ ଓ ଉଠା ଦୋକାନୀମାନେ ରାସ୍ତା ଉପରେ ଦୋକାନ ପାରି ବେପାର କରିବା କାରଣରୁ ଲୋକମାନେ ଯାତାୟତରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସୋରର ମୁଖ୍ୟ ବଜାର ଅଡ଼ଙ୍ଗ ବଜାରର ଡାକ୍ତରଖାନା ଛକ (ଯାହାକୁ ଅନନ୍ତପୁର ଛକ ମଧ୍ୟ କୁହାଯାଏ) ଠାରୁ ପରିବା ହାଟ ପର୍ଯ୍ୟନ୍ତ ରାସ୍ତା ଉପରେ ଦୋକାନୀମାନେ ବିଶେଷକରି ପରିବା ଦୋକାନୀ, ଫଳ ଦୋକାନୀ ସମେତ ଅନ୍ୟ କେତେକ ଦୋକାନୀ ମଧ୍ୟ ରାସ୍ତା ଉପରେ ଦୋକାନପାରି ରାସ୍ତାକୁ ଅବରୋଧ କରିବା ଫଳରେ ରାସ୍ତା ଜାମ୍ ହୋଇ ଯାତାୟତ ଘଂଟା ଘଂଟା ଧରି ଠପ୍ ହୋଇ ଯାଉଛି । ପ୍ରକାଶ ଯୋଗ୍ୟଯେ, ଏହି ରାସ୍ତାଟି ଯାତାୟତ ଦୃଷ୍ଟିରୁ ବହୁ ଗୁରୁତ୍ୱପୂର୍ଣ୍ଣ । ଏହି ରାସ୍ତାଟି ବଜାର ସମେତ ସୋରର ମୋବାରକପୁର ଛକ ଠାରୁ କେଦାରପୁର, ଖିରକୋଣା ଦେଇ ବେତଡ଼ାକୁ ସଂଯୋଗ କରୁଥିବା ବେଳେ ମୋବାରକପୁର ଛକ ଠାରୁ ଶିରାପୁର ଦେଇ ସାଜନପୁର ଓ ଜାମୁଝାଡ଼ି ମଝିରେ ଥିବା ତାରିଣୀ ଛକ ନିକଟରେ ୧୬ନମ୍ବର ଜାତୀୟରାଜପଥକୁ ସଂଯୋଗ କରୁଛି । ଠିକ୍ ସେହିପରି ରିରାପୁର ଠାରୁ ବରହମ୍ପୁର ଦେଇ ତଳନନଗରକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି । ତେଣୁ ପ୍ରତିଦିନ ଶହଶହ ଲୋକ ଯାତାୟତ ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି । କିନ୍ତୁ ଦୋକାନୀମାନଙ୍କ ମନମୁଖୀ କାର୍ଯ୍ୟପାଇଁ ଏହି ରାସ୍ତା ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି । ଦିନ ୮ଟା ପରେ ବଜାର ଭିତରକୁ ଚାରିଚକିଆ ଭାରିିଯାନ ପ୍ରବେଶ କରିବା ଉପରେ ନିଷେଧାଦେଶ ସୋର ପୋ÷ରପାଳିକା ଜାରୀ କରିଥିଲେ ସୁଧା ଦୋକାନୀମାନେ ତାହାକୁ ଖାତିରନକରି ବଡ଼ବଡ଼ ଟ୍ରକରୁ ମାଲ ଅନ୍ଲୋଡ଼ (ବିଶେଷକରି ଆଳୁ ଟ୍ରକ୍) କରୁଥିବା ଦେଖିବାକୁ ମିଳିଛି ।
ଏହି ଘଟଣା ସମ୍ଫର୍କରେ ସୋର ବ୍ଲକରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ହୋଇଥିବା ଅଭିଯୋଗକୁ ଆଧାରକରି ରାସ୍ତା ଉପରୁ ଦୋକାନ ନପାରିବାକୁ ଜିଳ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏହି ନିଦେ୍ର୍ଦଶ ଅନୁସାରେ ପୋ÷ରପାଳିକା ରାସ୍ତା ଉପରେ ଦୋକାନ ନପାରିବାକୁ ମାଇକ୍ରେ ଘୋଷଣା କରିଥିଲା । ଆଦେଶକୁ ଅମାନ୍ୟକଲେ ଦଣ୍ଡ ବିଧାନ କରାଯିବ ବୋଲି ଏହି ଘୋଷଣାରେ କୁହାଯାଇଥିଲା । କିନ୍ତୁ ଭୋଟ ରାଜନୀତି ପାଇଁ ଏହି ଘୋଷଣା, କେବଳ ଘୋଷଣାରେ ରହିଗଲା । କିନ୍ତୁ ଲୋକଙ୍କ ସମସ୍ୟା ପ୍ରତି ପୋ÷ରପାଳିକା ଦୃଷ୍ଟି ନଦେଇ ନିଦାବିଷ୍ଣୁ ସାଜି ବସିଛି ।