ନୂଆ ନୂଆ ଚମକ୍ରାର ଘଟଣା ସୃଷ୍ଟି କରେ ପ୍ରତି ନିର୍ବାଚନ!

ଆମର ସମ୍ବିଧାନ ଅନୁଯାୟୀ ସାରା ଭାରତରେ ସମୁଦାୟ ୫୪୫ଟି ଲୋକସଭା ନିର୍ବାଚନ ମଣ୍ଡଳି ଅଛି । ଏହି ସବୁ ନିର୍ବାଚନ ମଣ୍ଡଳିରେ ୫ ବର୍ଷରେ ଥରେ ପାର୍ଲାମେଂଟ ନିର୍ବାଚନ ହୋଇ ପ୍ରତିନିଧି ମାନେ ନିର୍ବାଚିତ ହୋଇଥାନ୍ତି । ପ୍ରଧାନମନ୍ତ୍ରୀ ହୁଅନ୍ତୁ କି କେନ୍ଦ୍ର ମନ୍ତ୍ରୀ ହୁଅନ୍ତୁ ନିର୍ବାଚନ ସମୟରେ ସମସ୍ତେ ଜଣେ ସାଧାରଣ ପାର୍ଥି ହିସାବରେ ଜନତାଙ୍କ ନିକଟକୁ ଯାଇଥାନ୍ତି ଓ ପରେ ଭୋଟରେ ଜିଣି କିଏ ମନ୍ତ୍ରୀ ହୁଏତ କିଏ ପ୍ରଧାନମନ୍ତ୍ରୀ ହୁଏ । ଜିଣୁଥିବା ପ୍ରାର୍ଥିଙ୍କର ମହତ୍ୱ ଅନୁଯାୟି ତାଙ୍କ ସାଂସଦିୟ କ୍ଷେତ୍ରର ଗୁରୁତ୍ୱ ମଧ୍ୟ ବୃଦ୍ଧିପାଏ । କେତେକ ନିର୍ବାଚନ ମଣ୍ଡଳିରୁ ଦେଶର ଭାଗ୍ୟକୁ ନିୟନ୍ତ୍ରଣ କରୁଥିବା ବିଶିଷ୍ଟ ଜନନାୟକ ମାନେ ବାରମ୍ବାର ନିର୍ବାଚିତ ହୋଇ ସେହି ନିର୍ବାଚନ ମଣ୍ଡଳିକୁ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥାନ୍ତି ।
ଦେଶର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳି କଥା ବିଚାର କଲେ ପ୍ରଥମେ ମନକୁ ଫୁଲପୁର ସଂସଦିୟ କ୍ଷେତ୍ରକଥା ମନକୁ ଆସେ । ଏହି କ୍ଷେତ୍ରଟି ଉତର ପ୍ରଦେଶର ଏକ ସଂସଦିୟ ନିର୍ବାଚନ ମଣ୍ଡଳି । ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଏହି ସଂସଦିୟ କ୍ଷେତ୍ରରୁ ୧୯୫୨, ୧୯୫୭ ଓ ୧୯୬୨ ମସିହାରେ ଜୟଲାଭ କରି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୬୪ ମସିହାରେ ତାଙ୍କର ମୃତୁ୍ୟ ପରେ ତାଙ୍କର ଭଉଣୀ ବିଜୟ ଲକ୍ଷ୍ମି ପଣ୍ଡିତ ମଧ୍ୟବର୍ତି କାଳିନ ନିର୍ବାଚନ ପରେ ଏଠାରୁ ଜିତିଥିଲେ ଓ ପରେ ୧୯୬୭ ସାଧାରଣ ନିର୍ବାଚନରେ ମଧ୍ୟ ଏଠାରୁ ସଂସଦ ହୋଇଥିଲେ । ଏହାପରେ ଜନେଶ୍ୱର ମିଶ୍ର, ଭିପି ସିଂ ଓ କମଳା ବହୁଗୁଣା ଏଠାରୁ ସାଂସଦ ହୋଇଥିଲେ । ଭି.ପି ସିଂଙ୍କ ପରେ ଆଉ ଏଠାରେ କଂଗ୍ରେସ ଜିତି ନାହିଁ । ବର୍ତମାନ ଏହି କ୍ଷେତ୍ର ଅଖିଳେଶ ଯାଦବଙ୍କର ସମାଜ ବାଦୀ ପାର୍ଟି ଅଧିନରେ ଅଛି । ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ସାଂସଦିୟ କ୍ଷେତ୍ର ହେଉଛି ବାଲିଆ । ଯାହା ଥିଲା ବିଶିଷ୍ଟ ସମାଜବାଦୀ ନେତା ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କର କର୍ମସ୍ଥଳି । ଏଠାରୁ ସେ ୧୯୮୦, ୧୯୮୯, ୧୯୯୧, ୧୯୯୬, ୧୯୯୯ ଓ ୨୦୦୪ ମସିହା ନିର୍ବାଚନରେ ପ୍ରଥମେ ଭାରତୀୟ ଲୋକଦଳ ଓ ପରେ ଜନତା ପାର୍ଟି ଟିକଟରେ ଜୟଲାଭ କରିଥିଲେ ।
ରାଇ ବେରିଲି : ଇଂନ୍ଦିରା ଗାନ୍ଧିଙ୍କର ନିଜସ୍ୱ ନିର୍ବାଚନ ମଣ୍ଡଳି ରୁପେ ରାଇ ବେରିଲି ଭାରତର ଲୋକ ମାନଙ୍କ ନିକଟରେ ସୁପରିଚିତ । ଉତର ପ୍ରଦେଶର ଅର୍ନ୍ତଗତ ଏହି ସଂସଦିୟ କ୍ଷେତ୍ର ୧୯୬୭ ମସିହା ନିର୍ବାଚନରେ ଇଂନ୍ଦିରା ଗାନ୍ଧିଙ୍କୁ ବିଜୟ ଟିକା ପିନ୍ଧାଇ ଥିଲା । ପରେ ୧୯୭୧ ମସିହାରେ ଜୟ ଲାଭ କରି ଜରୁରି ପରିସ୍ଥିତି ଘୋଷଣା କରିବାରୁ ୧୯୭୭ ମସିହା ନିର୍ବାଚନରେ ଇନ୍ଦିରା ଗାନ୍ଧି ଏଠାରୁ ଜନତା ଦଳର ନେତା ରାଜନାରାୟଣଙ୍କ ଠାରୁ ପରାସ୍ତ ହେଲେ । ପରେ ୧୯୮୦, ୧୯୮୪, ୧୯୮୯, ୧୯୯୧ ମସିହା ନିର୍ବାଚନରେ ନେହେରୁ ବଂଶର ଜଣେ ସଂର୍ପକିୟା ସିଲା କାଉଲଙ୍କୁ ଏହି କ୍ଷେତ୍ର ଦିଆଗଲା ଓ ସେ ଜିତିଥିଲେ । ୧୯୯୬ ମସିହାରେ ଗାନ୍ଧି ପରିବାରର ଜଣେ ଅନୁଗତ ସତିସ୍ ଶର୍ମାଙ୍କୁ ଏଠାରୁ ଟିକଟ ଦିଆଗଲା । ପରବର୍ତି କାଳରେ ଏହି ନିର୍ବାଚନ ମଣ୍ଡଳିକୁ ଇନ୍ଦିରାଙ୍କ ବଡ ବୋହୁ ସୋନିଆ ଗାନ୍ଧି ନିଜର କରିନେଲେ ଓ ସେ ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ଏଠାରରୁ ନିର୍ବାଚିତ ହୋଇଛନ୍ତି ।
ବାଘାପେଟ ନିର୍ବାଚନ ମଣ୍ଡଳି: ଉତର ପ୍ରଦେଶରେ ଥିବା ଏହି ନିର୍ବାଚନ ମଣ୍ଡଳିଟି ବିଶିଷ୍ଟ କୃଷକ ନେତା ଚରଣ ସିଂଙ୍କ ଦୁର୍ଗ ରୁପେ ପରିଚିତ । ୧୯୭୭ ମସିହାରେ ସେ ଏଠାରୁ ଜିଣି ଉପ ପ୍ରଧାନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୮୦ ମସିହାରେ ସେ ମଧ୍ୟ ଏଠାରୁ ଜିତିଥିଲେ । ୧୯୮୪ ମସିହାରୁ ତାଙ୍କର ପୁଅ ଅଜିତ ସିଂ ଓ ନାତି ସତପାଳ ସିଂ ଏହି ନିର୍ବାଚନ ମଣ୍ଡଳିରୁ ଜିତି ଆସୁଛନ୍ତି ।
ମେଡାକ ନିର୍ବାଚନ ମଣ୍ଡଳି: ଏହି ନିର୍ବାଚନ ମଣ୍ଡଳଟି ତକ୍ରାଳିନ ଆଦ୍ଧ୍ରପ୍ରଦେଶ ଓ ବର୍ତମାନ ତେଲେଙ୍ଗାନା ପ୍ରଦେଶର ଅର୍ନ୍ତଗତ । ୧୯୭୭ ମସିହାର ନିର୍ବାଚନର ପରାଜୟ ପରେ ଇନ୍ଦିରା ଗାନ୍ଧି ଏକ ନିରାପଦ ନିର୍ବାଚନ ମଣ୍ଡଳି ରୁପେ ଏହାକୁ ସ୍ଥିର କରି ଏଠାରୁ ଲଢିଲେ ଓ ଜିତିଲେ ।
ଚିକ୍ମା ଗୁଲର ନିର୍ବାଚନ ମଣ୍ଡଳି: ୧୯୭୭ ମସିହା ସାଧାରଣ ନିର୍ବାଚନରେ ଇନ୍ଦିରା ଗାନ୍ଧିଙ୍କର ରାଇବେରିଲି ନିର୍ବାଚନ ମଣ୍ଡଳିରୁ ପରାଜୟ ଘଟିଲା ପରେ ପାର୍ଲାମେଂଟକୁ ଆସିବା ପାଇଁ ସେ କର୍ଣ୍ଣାଟକର ଚିକମା୍ ଗୁଲର ନିର୍ବାଚନ ମଣ୍ଡଳିକୁ ପସନ୍ଦ କଲେ । ସେଠାକାର ସଭ୍ୟ ଇସ୍ତଫା ଦେଲେ ଓ ଇନ୍ଦିରା ଗାନ୍ଧି ସେଠାରୁ ପ୍ରତିଦ୍ୱନ୍ଦିତା କଲେ ଓ ପ୍ରତି ପକ୍ଷ ସୁଷମା ସ୍ୱରାଜ୍ୟଙ୍କୁ ପରାସ୍ତ କରି ନିର୍ବାଚିତ ହେଲେ ।
ଗୁନା ନିର୍ବାଚନ ମଣ୍ଡଳି : ଗ୍ୱାଲିୟର ରାଜବଂସର ହସ୍ତମୁଦି ମାହାଲ ରୁପେ ଏହି ନିାର୍ବଚନ ମଣ୍ଡଳି ସ୍ୱାଧିନତା ପର ଠାରୁ ରହି ଆସିଅଛି । ୧୯୫୭ ମସିହାରେ ରାଜ ମାତା ବିଜୟ ରାଜେ ସିନ୍ଧିୟା ଏଠାରୁ ଜୟ ଲାଭ କରି ସ୍ୱତନ୍ତ୍ର ଦଳର ତରଫରୁ ପାର୍ଲାମେଂଟକୁ ଯାଇଥିଲେ । ମାତ୍ର ସେ ଇସ୍ତଫା ଦେବାରୁ ୧୯୬୭ ମସିହାରେ ଜେ.ବି କୃପାଳୁନି ଏଠାରୁ ଲଢି ଜିତିଥିଲେ । ୧୯୭୧, ୧୯୭୭ ଓ ୧୯୮୦ ମସିହାରେ ମାଧବ ରାଓ ସିନ୍ଧିୟା ଏଠାରୁ ଜିତିଥିଲେ । ପରବର୍ତି କାଳରେ ମା ଓ ପୂଅ ମ୍ମରେ ମତାନ୍ତ ହେବାରୁ ରାଜମାତା ୧୯୮୪, ୧୯୮୯, ୧୯୯୧ ଓ ୧୯୯୬ ରେ ଏଠାରୁ ସଂସଦ ହୋଇଥିଲେ । ତାଙ୍କର ମୃତୁ୍ୟ ପରେ ୧୯୯୯ ମସିହାରେ ମାଧବ ରାଓ ପୁଣି ଏଠାରୁ ସାଂସଦ ହୋଇଥିଲେ ଓ ତାଙ୍କ ମୃତୁ୍ୟ ପରେ ତାଙ୍କର ପୁତ୍ର ଜୈାର୍ତିବାଦିତ୍ୟ ଏଠାରୁ ଲଗାତାର ସାଂସଦ ହେଉଛନ୍ତି ।
ଗ୍ୱାଲିୟର ନିର୍ବାଚନ କ୍ଷେତ୍ର – ୧୯୭୧ ମସିହାରେ କଂଗ୍ରେସ ହାୱା ସତ୍ୱେ ଜନ ସଂଘର ବିଶିଷ୍ଟ ନେତା ଅଟଳ ବିହାରୀ ଭାଜପେୟି ଏଠାରୁ ନିର୍ବାଚିତ ହୋଇ ପାର୍ଲାମେଂଟକୁ ଯାଇଥିଲେ । ପରେ ୧୯୮୯ ଓ ୧୯୯୬ ମସିହାରେ ମାଧବରାଓ ସିନ୍ଧିୟା ଏଠାରୁ ନିର୍ବାଚିତ ହୋଇଥିଲେ ।
ଆମେଥୀ ନିର୍ବାଚନ ମଣ୍ଡଳି : ଗାନ୍ଧି ପରିବାରର ଏହା ମ୍ମ ଏକ ହସ୍ତମୁଦି ମାହଲ । ୧୯୮୦ ମସିହାରେ ପ୍ରଥମେ ସଞ୍ଜୟ ଗାନ୍ଧି ଏଠାରୁ ନିର୍ବାଚିତ ହୋଇଥିଲେ । ତାଙ୍କର ଆକସ୍ମିକ ମୃତୁ୍ୟ ପରେ ତାଙ୍କର ବଡ ଭାଇ ରାଜିଭ ଗାନ୍ଧି ଏଠାରୁ ୧୯୮୧, ୧୯୮୪, ୧୯୮୯ରେ ନିର୍ବାଚିତ ହୋଇଥିଲେ ଓ ୧୯୯୧ ମସିହା ନିର୍ବିାଚନ ପୂର୍ବରୁ ତାଙ୍କର ମୃତୁ୍ୟ ଘଟିବାରୁ ଗାନ୍ଧି ପରିବାରର ଅନୁଗତ ସତିସ ଶର୍ମାଙ୍କୁ ଏହି ମଣ୍ଡଳିଟି ଦିଆ ଯାଇଥିଲା । ୧୯୮୯ ମସିହାରେ ଏଠାରୁ ଡ଼ ସଂଞ୍ଜୟ ସିଂ ନିର୍ବାଚିତ ହୋଇଥିଲେ । ୧୯୯୯ ମସିହାରେ ସୋନିୟା ଗାନ୍ଧି ଓ ୨୦୦୪ ମସିହା ଠାରୁ ରାହୁଳ ଗାନ୍ଧି ଏହାକୁ ପ୍ରତିନିଧିତ୍ୱ କରୁଛନ୍ତି । ଓ ସ୍ମୃତି ଇରାନି ତାଙ୍କର ପ୍ରତିଦ୍ୱନ୍ଦି ରୁପେ ନିର୍ବାଚନ ଲଢୁଛନ୍ତି ।
ଲକ୍ଷ୍ନୌ: ଏହି ନିର୍ବାଚନ ମଣ୍ଡଳିରୁ ଅଟଳ ବିହାରି ବାଜେପୟି ୫ ଥର ନିର୍ବାଚିତ ହୋଇଥିଲେ । ଅନ୍ୟ ଯେଉଁ ବିଶିଷ୍ଟ ଲୋକମାନେ ଏଠାରୁ ନିର୍ବାଚିତ ହୋଇଥିଲେ ସେମାନେ ହେଲେ ଏଚ ଏନ ବହୁଗୁଣା, ସିଲା କାଉଲ ଓ ବର୍ତମାନ ସାଂସଦରେ ଥିବା ରାଜନାଥ ସିଂ । ଲକ୍ଷ୍ନୈା ନିାର୍ବଚନ ମଣ୍ଡଳିରୁ ପ୍ରଥମ ସାଧରଣ ନିର୍ବାଚନରେ ବିଜୟ ଲକ୍ଷ୍ମି ପଣ୍ଡିତ ସାଂସଦ ହୋଇଥିଲେ ।
ଗାନ୍ଧି ନଗର ସାଂସଦିୟ କ୍ଷେତ୍ର : ବର୍ଷିୟାନ ବିଜେପି ନେତା ଲାଲକୃଷ୍ଣ ଆଡଭାନିଙ୍କର ସାଂସଦିୟ କ୍ଷେତ୍ର ରୁପେ ଏହା ସାରା ଭାରତରେ ପରିଚିତ । ୧୯୯୧ ମସିହାରୁ ବର୍ତମାନ ପର୍ଯ୍ୟନ୍ତ ଆଡଭାନି ଏହାର ସାଂସଦ ଅଛନ୍ତି । ମାତ୍ର ଚଳିତ ଥର ତାଙ୍କୁ ଟିକଟ ଦିଆ ଯାଇନାହିଁ । ବାରଣାସି ସାଂସଦିୟ କ୍ଷେତ୍ର: ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସଂସଦିୟ କ୍ଷେତ୍ର ରୁପେ ଏହା ଦେଶରେ ପରିତିତ । ପୂର୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତି, ଚନ୍ଦ୍ର ଶେଖର, କମଳା ପତୀ ତ୍ରିପାଠି, ଅନିଲ ସାସ୍ତ୍ରୀ ଓ ମୁରଲୀ ମହୋହର ଜୋଶି ଏଠାରୁ ସାଂସଦ ହୋଇଥିଲେ ।
ଆଲ୍ଲାହାବାଦ ନିର୍ବାଚନ ମଣ୍ଡଳି : ଏହା ଥିଲା ଲାଲ ବାହାଦୁର ଶାସ୍ତ୍ରୀଙ୍କ ର ନିର୍ବାଚନ ମଣ୍ଡଳି । ତାଙ୍କ ବ୍ୟତିତ ମୁରଲି ମନୋହର ଜୋଶି, ଏଚ ଏନ ବହୁଗୁଣା, ଭି ପି ସିଂ ଓ ଅମିତାଭ ବଚନଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ମାନେ ଏଠାରୁ ପାର୍ଲାମେଂଟକୁ ଯାଇଥିଲେ ।
ମିରଟ ସାଂସଦିୟ କ୍ଷେତ୍ର : ସୁବାସ ବୋଷଙ୍କ ଘନିଷ୍ଟ ସହୋଯୋଗି ସାହା ନୱାଜ ଖାଁ ୧୯୫୨, ୧୯୫୭ ଓ ୧୯୬୭ରେ ଏଠାରୁ ସାଂସଦ ହୋଇଥିଲେ ।
ଡେରାଡୁନ ସାଂସଦିୟ କ୍ଷେତ୍ର: ବିଶିଷ୍ଟ କଂଗ୍ରେସ ନେତା ଏନ୍ ଡ଼ି ତିୱାରୀଙ୍କ ଓ ମହାବୀର ତ୍ୟାଗିଙ୍କର ଏହା ସଂସଦିୟ କ୍ଷେତ୍ର ।
ବିଦିଶା : ମଧ୍ୟପ୍ରଦେଶର ଏହି ସାଂସଦିୟ କ୍ଷେତ୍ରରୁ ୧୯୯୧ ମସିହାରେ ଅଟଳ ବିହାରି ବାଜେପୟି ଜିତିଥିଲେ । ଏହା ହେଉଛି ସୁଷମା ସ୍ୱରାଜ୍ୟଙ୍କର ନିର୍ବାଚନ ମଣ୍ଡଳି । ପୂର୍ବରୁ ଏଠାରୁ ଇଣ୍ଡୟାନ ଏକ୍ସପ୍ରେସର ମାଲିକ ରାମନାଥ ଗୋଏନକା ସଭ୍ୟ ହୋଇଥିଲେ ।
ବାରମତୀ : ମାହରାଷ୍ଟ୍ରର ଏହି ନିର୍ବାଚନ ମଣ୍ଡଳିଟି ସାରଦା ପାୱାରଙ୍କର ହସ୍ତ ମୁଦି ମାହଲ ରୁପେ ପରିଚିତ । ଦିର୍ଘ ଦିନ ହେଲା ଏହି ନିର୍ବାଚନ ମଣ୍ଡଳିଟି ସାରଦା ପାୱାର ତାଙ୍କ ପୁତ୍ର ଅଜିତ ପାୱାର ଓ ଝିଅ ସୁପ୍ରିୟା ସୁଲେଙ୍କୁ ନିର୍ବାଚିତ କରି ଆସୁଛି ।
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳି: ଓଡ଼ିଶାରେ ଥିବା ୨୧ ସଂସଦିୟ କ୍ଷେତ୍ର ମଧ୍ୟରୁ କେନ୍ଦ୍ରାପଡା ସଂସଦିୟ କ୍ଷେତ୍ରର ଏକ ସ୍ୱତନ୍ତ୍ର ପରିଚୟ ଅଛି । ବିରୋଧି ଦଳର ଦୁର୍ଗରୁପେ ଏହା ସାରା ଭାରତରେ ପରିଚିତ । ବିଶିଷ୍ଟ ସମାଜବାଦୀ ନେତା ସୁରେନ୍ଦ୍ର ଦ୍ୱୀବେଦୀ ଏଠାରୁ ୧୯୫୭, ୧୯୬୨ ଓ ୧୯୬୭ ମସିହାରେ ନିର୍ବାଚିତ ହୋଇଥିଲେ । ପରେ ଏହି କ୍ଷେତ୍ରଟି ବିଜୁ ପଟ୍ଟନାୟକଙ୍କ ଅନୁଗତ ସୁରେନ୍ଦ ମହାନ୍ତିଙ୍କ ପାଖକୁ ଯାଇଥିଲା ଓ ନିଜେ ବିଜୁ ପଟ୍ଟନାୟକ ଏଠାରୁ ୧୯୭୭, ୧୯୮୦ ଓ ୧୯୮୪ ରେ ଜୟ ଲାଭ କରି କେନ୍ଦ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକ ନେଇଥିଲେ । ୧୯୮୫ ମସିହାରେ ସେ ରାଜ୍ୟ ରାଜନିିତିକୁ ଫେରିବାରୁ ତାଙ୍କ ଦଳର ଶରତ ଦେବ, ରବି ରାୟ (୨ ଥର), ପ୍ରଭାତ ସାମନ୍ତ ରାୟ, ଅର୍ଚନା ନାୟକ ଓ ବୈଜୟନ୍ତ ପଣ୍ଡା ଏଠାରୁ ନିର୍ବାଚିତ ହୋଇଛନ୍ତି । ୧୯୫୨ ମସିହାର କଂଗ୍ରେସ ପ୍ରାର୍ଥି ନିତ୍ୟାନନ୍ଦ କାନୁଗୋଙ୍କ ପରଠାରୁ କଂଗ୍ରେସ ଦଳ ଆଉ ବିଜୟର ସ୍ୱାଦ ଚାଖି ନାହିଁ ।
ଉତର ବମ୍ବେ ନିର୍ବାଚନ ମଣ୍ଡଳି : ଏହି ନିର୍ବାଚନ ମଣ୍ଡଳିରେ ଭାରତର ସାମ୍ୟବାଦ ଅନେ୍ଦାଳନର ପ୍ରତିଷ୍ଠାତା ଶ୍ରୀପଦ ଅମ୍ରିତ ଡାଙ୍ଗେ ୧୯୫୨ ମସିହାରେ ନିର୍ବାଚିତ ହୋଇଥିଲେ । ପରବର୍ତି କାଳରେ ଭି କେ କ୍ରିଷ୍ଣ ମେନନ, ମ୍ରିଣାଳ ଗୋରେ ସୁଲିଲ ଦତ, ଦତ ସାମନ୍ତ, ଜର୍ଜ ଫର୍ଣ୍ଣାଡେଜ, ଏହି ନିର୍ବାଚନ ମଣ୍ଡଳିରୁ ଜିତିଥିଲେ । ଏହି ମଣ୍ଡଳିରେ ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବଦ କରଙ୍କୁ ତାଙ୍କର ସହକାରୀ ନାରାୟଣ କାଜିରୋଲକର ପରାସ୍ତ କରି ସାରା ଭାରତରେ ଚାଂଚଲ୍ୟ ସୃଷ୍ଟି କରଥିଲେ ।
ଆମେଥି ଓ ରାଇବେରେଲି ଯେପରି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କର ନିଜସ୍ୱ ନିର୍ବାଚନ ମଣ୍ଡଳି ସେହିଭଳି ପିଲଭିଟ୍ଟ ଓ ସୁଲତାନପୁର ଇନ୍ଦିରାଙ୍କ ସାନ ବୋହୁ ମେନକା ଗାନ୍ଧିଙ୍କର ନିଜସ୍ୱ ନିର୍ବାଚନ ମଣ୍ଡଳି । ଏଠଅରୁ ମେନକା ଓ ତାଙ୍କର ପୁଅ ବରୁଣ ଗାନ୍ଧି ବାରମ୍ବାର ନିର୍ବାଚନ ଜିତୁଛନ୍ତି ।
ପ୍ରତି ନିର୍ବାଚନ କେତେକ ନୂଆ ଚମକôାର ଘଟଣା ସୃଷ୍ଟିକରେ ଓ ସେହି ଅନୁଯାୟି ଏକ ନୂତନ ନିର୍ବାଚନ ମଣ୍ଡଳିର ଗୁରୁତ୍ୱ ବଢି ଯାଇଥାଏ । ଆଗକୁ ଆସୁଥିବା ୨୦୧୯ ନିର୍ବାଚନ ମଧ୍ୟ କେତେକ ବିସ୍ମୟକର ଘଟଣା ସୃୃଷ୍ଟି କରିବ । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published.