ଦିନରେ ଆଲୁଅ ରାତିରେ ଅନ୍ଧାର!
ସୋର,(ଓ.ଏନ୍.ଏସ୍): ସୋର ପୌରପାଳିକା ଲୋକଙ୍କୁ ଦିନରେ ଆଲୁଅ ଦେଖାଉଛି । ଅଧିକାଂଶ ସମୟରେ ଦିନରେ ଷ୍ଟ୍ରିଟ୍ ଲାଇଟ ଜଳୁଥିବା ବେଳେ ରାତିରେ କିନ୍ତୁ ଅନ୍ଧାର । ଏହା ପୌରପାଳିକା ର ନୂଆ ନିୟମ ନା’ ଦାୟୀତ୍ୱହୀନତା? ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ୱର ଠାକୁରାଣୀ ନିକଟରେ ଦିନରାତି ସବୁ ସମୟରେ ଷ୍ଟ୍ରିଟ୍ ଲାଇଟ ଜଳୁଥିବାର ଦେଖିବାକୁ ମିଳୁଛି । ବିଜୁଳି ଅଭାବ କାରଣରୁ ବିଜୁଳି ବିଭାଗ ପ୍ରତିଦିନ ପାୱାର କଟ୍ କକରୁଥିବା ବେଳେ ପୌରପାଳିକାର ଏହା ବିଜୁଳି ସଂଚୟର ଏକ ଭିନ୍ନ ତରିକା ବୋଲି ଲୋକମାନେ ବ୍ୟଙ୍ଗୋକ୍ତି କରୁଥିବାର ଶୁଣିବାକୁ ମିଳେ । ଅପରପକ୍ଷରେ ସୋରର ପ୍ରବେଶ ପଥ ଉତରେଶ୍ୱରରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ । ଜାତୀୟରାଜପଥ ଓ ରେଳ ପଥର ମଝିରେ ଉତରେଶ୍ୱର ଥିବାରୁ ସବୁ ସମୟରେ ବିଭିନ୍ନ ଅଂଚଳକୁ ଲୋକମାନଙ୍କର ଯିବା ଆସିିବା ଳାଗିଥାଏ । ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବାରୁ ଅନ୍ଧାରର ସୁଯୋଗ ନେଇ ରାତିରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ଘଟିବାର ସମ୍ଭାବନା ଅଧିକ ଦେଖାଦେଇଛି । ସାଧାରଣତଃ ଉତରେଶ୍ୱରରେ ଦୋକାନରୁ ଚୋରୀ, ଏଟିଏମ୍ ଚୋରୀ ଉଦ୍ୟମ ଭଳି ଘଟଣା ଅତୀତରେ ଦେଖିବାକୁ ମିଳିଛି । ଏହାସତ୍ୱେ ପୋରପାଳିକା ଷ୍ଟ୍ରିଟ୍ ଳାଇଟ୍ ଜଳିବା ପ୍ରତି ନଜର ନଦେବା ପରିତାପର ବିଷୟ ।