ବରୀ ର ଭୋଟର ଦ୍ବନ୍ଦ ରେ , କାହାକୁ ଆପଣାଇବାର ଚିନ୍ତାରେ

ବରୀ (ଓଏନ୍ଏସ୍): ବରୀରେ ବର୍ତମାନ ଦୁଇ ପ୍ରାର୍ଥୀ , ବିଜେପି ପକ୍ଷରୁ ବିଶ୍ଵ ରଂଜନ ମଲିକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ରୁ ଉମେଶ ଜେନା ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିସାରଛନ୍ତି ,। ବିଜେପି ବ୍ଲକ ଅଧ୍ୟକ୍ଷା ଥିବା ବରୀ ରାଜନୀତି ର ଚାଣକ୍ୟ ତଥା ବରିଷ୍ଠ ନେତା ଦେବେନ୍ଦ୍ର ଦାସ କଂ ପତ୍ନୀ ଶ୍ରୀମତି ସୁନନ୍ଦା ଦାସ କୁଂ ଏଥର ବିଜେଡି ଭରସା କରି ଦେବାଶିଷ କଂ ବଦଳରେ ପ୍ରାର୍ଥୀ କରାଇଛି ।
ବରୀରେ ପ୍ରାୟତଃ ଦେବାଶିଷ କଂ ପ୍ରତି ଅସନ୍ତୋଷ ଥିବା ହେତୁ ଦଳ ଏଥର ତାକଂ ଉପରେ ଭରସା ନକରି ମହିଳା କାର୍ଡ ଜରିଆରେ ଦେବାଶିଷ ଦି ଏଣ୍ଡ କରିଛି ।
ସୁଚନା ଅନୁଯାୟୀ ଆସନ୍ତା ୮ତାରିଖ ରେ ସୁନନ୍ଦା ବିଜେଡି ର ହଜାର ହଜାର କର୍ମୀ କଂ ସହ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ପ୍ରଥମ ରୁ ବିଶ୍ଵ କଂ ରାଲିରେ ୫ହଜାର କର୍ମୀ ଥିବା ବେଳେ ଉମେଶ ମଧ୍ୟ ୩ହଜାରରୁ ଅଧିକ ସମର୍ଥକକଂ ସହ ରାଲି ମାଧ୍ୟମରେ ପ୍ରାର୍ଥୀ ପତ୍ର ଦାଖଲ କରିସାରିଥିବା ଜଣାପଡ଼ିଛି , ଅପରପକ୍ଷରେ ସୁନନ୍ଦା ବିଜେଡି ରେ ଅସନ୍ତୋଷ ଥିବା ବହୁ କର୍ମୀକୁଂ ବୁଝାସୁଝା କରି ଦଳକୁ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ବିଭିନ୍ନ ପଂଚାୟତ ରେ ବଂଧୁମିଳନ ଜରିଆରେ ଲୋକସଂପର୍କ ବ୍ରୁଦ୍ଧି କରୁଛନ୍ତି ।ଏପଟେ ବିଶ୍ଵ ଏବଂ ତାକଂସମର୍ଥକ ବିଭିନ୍ନ ପଂଚାୟତ ରେ ଭୋଟରକୁ ନିଜପ୍ରତି ଆକ୍ରୁଷ୍ଟ କରି ବିଭିନ୍ନ ଦଳର କର୍ମୀ ,ଯୁବକମାନକୁଂ ବିଜେପି ରେ ସାମିଲ୍ କରାଇ ବିଶ୍ଵ କୁଂ ଏଥର ବରୀ ରେ ଜିତାଇବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଖବର ମୁତାବକ ଉମେଶ ମଧ୍ୟ ପୁରୁଣା କଂଗ୍ରେସ କର୍ମୀ କୁ ମନାଇ ନିଜ ପଲା ମଜବୁତ କରିବା କୁ ଚେଷ୍ଟା ଜାରି ରଖିଛନ୍ତି । ହେଲେ ବରୀ ରେ ବର୍ତମାନ ବୁଦ୍ଧିଜୀବୀ ଭୋଟର ଦ୍ବନ୍ଦରେ ପଡିଯାଇଛନ୍ତି , କାହାକୁ କରିବେ ନିଜର ଓ ପର ,ନିଜର ଗୁରୁତ୍ୱପୂର୍ଣ୍ଣ ମତଦାନ ଟି କାହା ଉପରେ ମୋହର ମାରିବେ ସେ ନେଇ ବିଭିନ୍ନ ମହଲରେ ଚିନ୍ତା ର କାରଣ ହୋଇଛି । ସମୟ କହିବ ବରୀବାସୀ କାହାକୁ ପଠାଇବେ ବିଧାନସଭା କୁ ଯେ କି ସେ ସେମାନଙ୍କ କଥା ସେଠି ଉପସ୍ଥାପନ କରିବା ସହ ବରୀ ର ମୌଳିକ ସମସ୍ୟା ଉପରେ ଗୁରୁତ୍ଵ ଦେବ ।

Leave a Reply

Your email address will not be published.