ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ପାଳିତ

ନାଉଗାଁ, (ଓଏନ୍ଏସ୍): ଭବସାଗରରୁ ପାରି କରିବା ପାଇଁ ପ୍ରତ୍ୟେକ ମନୁଷ୍ୟର ଗୁରୁ ଗ୍ରହଣ କରିବା ଆବଶ୍ୟକ । ଏହାଦ୍ୱାରା ଅଙ୍ଗ ପ୍ରତ୍ୟଙ୍ଗ ଶୁଦ୍ଧି ହୋଇ ଯାଇଥାଏ । ବିନା ନାବିକରେ ଯେପରି ନଦୀ ପାର ହେବା ଅସମ୍ଭବ, ସେହିପରି ଏ ଭବସାଗରରୁ ଉଦ୍ଧାର ପାଇଁ ଆମ ସମସ୍ତଙ୍କର ଗୁରୁ ଗ୍ରହଣ ଆବଶ୍ୟକ ବୋଲି ଓଡିଶା ସାଧୁ ସନ୍ଥ ସମାଜର ସଭାପତି ମହନ୍ତ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଗତ ସନ୍ଧ୍ୟାରେ ନାଉଗାଁ ବାଲିସାହି ଗ୍ରାମରେ ସରସ୍ୱତୀ ଦାସଙ୍କ ଆୟୋଜନରେ ପାଳିତ ହୋଇଥିବା ସର୍ବଧର୍ମ ସମନ୍ୱୟ, ସତ୍ୟଧର୍ମ ବାଣୀର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବରେ ଯୋଗଦେଇ କହିଛନ୍ତି ।
ଏହି ଶତବାର୍ଷିକୀ ମହୋତ୍ସବ ଉସôବରେ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ମୁଖ୍ୟ ବାବାଜୀ ଦାମୋଦର ଦାସ ବାବାଜୀ ନେତ୍ରାନନ୍ଦ ଦାସ ପ୍ରମୁଖ ଯୋଗଦେଇ ଶ୍ରୀ ଶ୍ରୀ ଗୁରୁଦେବଙ୍କ ଅଲୌକିକକ କଥା ପ୍ରକାଶ କରିଥିଲେ । ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ ନାମକୀର୍ତନରେ ଚତୁର୍ଦ୍ଦିକ ପ୍ରକମ୍ପିତ ହୋଇଉଠିଥିଲା । ଏଥିରେ ଜୟକୃଷ୍ଣ ଲେଙ୍କା ଗୁରୁ ତତ୍ୱ ଉପରେ ଆଲୋକପାତ କରିଥିଲେ । ସୁଦୂର ଲାଠୋରରୁ ଆସିଥିବା ଭକ୍ତ ରମାକାନ୍ତ ମହାନ୍ତି ସମସ୍ତ ସାଧୁ ସନ୍ଥ, କୀର୍ତନମଣ୍ଡଳୀ ମାନଙ୍କୁ ବସ୍ତ୍ର, ପୁଷ୍ପ ପ୍ରଦାନ କରି ଗୁରୁଦେବଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ୨୦୧୮ ମସିହା ଜୁନ ୨୪ ତାରିଖରୁ ଚାଲୁ ରହିଥିବା ଜନ୍ମ ଶତବାର୍ଷିକୀ ଉତ୍ସବ ୨୮୭ ଦିନରେ ପହଂଚି ପାରିଛି ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଥିଲେ । ଏହି ଉତ୍ସବକୁ ଶଶୀକାନ୍ତ ଖୁଂଟିଆ, ବୁଲାକି ସେଠୀ, ପୂର୍ଣ୍ଣିମା ଦାସ ଓ ବିଜନ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ । ଶ୍ରୀ ଗୁରୁଦେବଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଓ ବନ୍ଦାପନା କରାଯାଇଥିଲା । ସବିତା ଦାସ ବନ୍ଦାପନା ଭଜନ ଗାନ କରିଥିଲେ ।

Leave a Reply

Your email address will not be published.