ବରୀରେ କେଂଦ୍ର ଗ୍ରୁହ ମନ୍ତ୍ରୀ ରାଜନାଥ ସିଂ କଂ ମାରାଥନ ବିଜୟ ସଂକଳ୍ପ ସଭା
ବରୀ, (ଓଏନ୍ଏସ୍) ବିଜେପି ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଅମୀୟ ମଲିକ କୁଂ ପଦ୍ମ ଚିହ୍ନରେ ଭୋଟ ଦେଇ ବିଜୟ କରାଇବା ନିମନ୍ତେ ବରୀ ନିର୍ବାଚନ ମଣ୍ଡଳୀ ର କିମ୍ବିରିଆପାଳ ପଂଚାୟତ ଗୋବିନ୍ଦାବାଟୀ ଛକ ଠାରେ ଆଜି ଏକ ବିଶାଳ ପରିବର୍ତ୍ତନ ମହାସଭା ଅନୁଷ୍ଠିତ ହୋଇଯାଇଛି । ସବ୍କା ସାଥ୍ ସବ୍ରକା ବିକାଶ ନାଡା ରେ ଉକ୍ତ ସଭାରେ କେନ୍ଦ୍ର ଗ୍ରୁହ ମନ୍ତ୍ରୀ ତଥା ବିଜେପି ଦଳର ମୁଖ୍ୟ କ୍ୟାମ୍ପେନର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂ ଅତି ଘନିଷ୍ଠ ରାଜନାଥ ସିଂହ କୁଂ ଦଳ ଆମନ୍ତ୍ରଣ କରି ବରୀ ର ବିଶ୍ଵ ରଂଜନ ମଲିକ ପ୍ରମାଣ କରିଦେଲେ ଯେ ସେ ହେଉଛନ୍ତି ବରୀ ର ପରବର୍ତ୍ତୀ ବିଧାୟକ ।
ବିଶ୍ଵ ମଲିକ କଂ ଆହ୍ଵାନରେ ହଜାର ହଜାର ବିଜେପି କର୍ମୀ ବରୀ ନିର୍ବାଚନ ମଣ୍ଡଳୀର ୪୯ ପଂଚାୟତ ରୁ ଆସି ଭାରତ ମାତା କି ଜୟ ଶ୍ଳୋଗାନ ମାଧ୍ୟମରେ ନାଡା ବାଜି କରିଥିଲେ , ବିଶ୍ୱ ମଲିକ ଜିନ୍ଦାବାଦ ବରୀ ବିଜେପି ଜିନ୍ଦାବାଦ ପ୍ରଚାର କରି ବିଜେଡି ତଥା ତାକଂ ଦ୍ବାରା ବରୀ ପଂଚାୟତ ସମିତି ଅଧ୍ୟକ୍ଷା ପଦ ପାଇ , ବେଈମାନ କରି ଏଥର ବିଜେଡି ପକ୍ଷରୁ ପାର୍ଥୀ ହୋଇଥିଲେ ମଧ୍ୟ ବରୀ ବାସୀ ତାକୁଂ ଉଚିତ୍ ଜବାବ ଦେବା ସହ ବରୀରେ ପରିବର୍ତ୍ତନ ନିଶ୍ଚିତ ବୋଲି ବିଶ୍ବ ମତ ବ୍ୟକ୍ତ କରିଥିଲେ ।
ଏଣୁ ଆସନ୍ତା ୨୯ତାରିଖ ରେ ହେବାକୁ ଥିବା ଭୋଟ ଗ୍ରହଣ କେଂଦ୍ର ରେ ତାକଂ ସପକ୍ଷ ତଥା ପଦ୍ମ ଚିହ୍ନ ରେ ଭୋଟ ଦେଇ ତାକଂ ହାତମୁଠା ଟାଣ କରି ବରୀ ର ସ୍ୱାଭିମାନ ବଜାୟ ରଖିବା ପାଇଁ ନିବେଦନ କରିଥିଲେ ।
ଉକ୍ତ ବିଜୟ ସମାବେଶରେ ଗ୍ରୁହ ମନ୍ତ୍ରୀ ରାଜନାଥ ସିଂ ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିବା ସହ ତାକଂ ସରକାର ନରେନ୍ଦ୍ର ମୋଦି ଭାଇକଂ ପ୍ରଚେଷ୍ଟା ଯୋଗୁଁ ଆଜି ଭାରତ ବିଶ୍ଵ ସହ ସମ କକ୍ଷ ହେବା ସହ ଆଗାମୀ ଦିନରେ ଆଗକୁ ଆହୁରି ସମ୍ରୁଧି କରିବା ର ଆଶା ରହିଛି ।ବାଲାକୋର୍ଟ ଅପରେସନ, ପୁଲୱାମା ଆର୍ଥିକ କଥା ମଧ୍ୟ କହିଲେ ,ଓଡିଶା ରାଜ୍ୟ ସରକାର କେନ୍ଦ୍ର ସହ ଅସହଯୋଗ କରିବା ଦ୍ବାରା ଆଜି ଓଡିଶ। ଲୋକ ଆୟୁଷ୍ମାନ ଯୋଜନା , ପ୍ରଧାନମନ୍ତ୍ରୀ କିଷାନନିଧି ଯୋଜନା ରୁ ବାଦ୍ ପଡିଥିବା କଥା କହି ଦୁଃଖ ପ୍ରକଟ କରିଥିଲେ, ତାକଂ ସରକାର ଆସିଲେ ଚାଷ ପାଇଁ ଏକ ଲକ୍ଷ ଟକାଂ ଲୋନ ବିନା ସୁଧରେ ଦିଆଯିବା ନେଇ ସ୍ପଷ୍ଟ କରିଥିଲେ ।
ଏଣୁ ଯାଜପୁର ସାଂସଦ ନିମନ୍ତେ ଅମିୟ ମଲିକ ଓ ବରୀ ର ବିଧାୟକ ପାଇଁ ବିଶ୍ଵ ରଂଜନ ମଲିକ କଂ ସପକ୍ଷରେ ଭୋଟ୍ ଦେଇ ନରେନ୍ଦ୍ର ମୋଦି କଂ ହାତ ମୁଠା ଟାଣ କରିବା ସହ ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ସମସ୍ତ ଭୋଟ କୁଂ ଆହ୍ଵାନ ଦେଇଥିଲେ ।
ସବୁଠାରୁ ବଡ ଆଶ୍ଚର୍ୟ୍ୟ ବିଷୟ ରାଜନାଥ ସିଂ ତାକଂର କିଛି ଅଭିଭାଷଣ ଓଡିଆରେ ଦେବା ସହ ଉପସ୍ଥିତ ଜନତାକଂ ସହ କିଛି କଥୋପକଥନ କରିଥିଲେ। ଅପରପକ୍ଷରେ ଉକ୍ତ ସମାବେଶରେ ପୂର୍ବତନ ମନ୍ତ୍ରୀ ସମୀର ଦାସ, ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ , ବିଜେପି ସାଂସଦ ପ୍ରାର୍ଥୀ ଅମୀୟ ମଲିକ କଂ ସମେତ ବହୁ ଆଗଧାଡି ର ନେତା ବିଜେଡି ବିରୋଧ ରେ ଗର୍ଜିବା ସହ ଏଥର ପରିବର୍ତ୍ତନ ନିଶ୍ଚିତ ହେବା ନେଇ ମତ ଦେଇଛନ୍ତି । (ସୁରେଶ କର)