ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ

କଟକ, (ଆଇଏନ୍ଏସ୍): ଧରାପୃଷ୍ଠରେ ଜନ୍ମ ହେଲା ମାତ୍ରେ କୁଆଁ କୁଆଁ ବଦଳରେ କୃଷ୍ଣ କୃଷ୍ଣ(କୁଟ କୁଟ) ଧ୍ୱନୀ ଶୁଣିବାକୁ ମିଳିଥିଲା, ଜୀବନରେ ମୁଁ ବଦଳରେ ସର୍ବଦା ବାବାଜୀ କହୁଛି ବୋଲି ସମ୍ବୋଧନ କରୁଥିଲେ, ସେହି ସିଦ୍ଧ ମହାପୁରୁଷଙ୍କ ଓଡିଶା ପୂଣ୍ୟଭୂମି ପବିତ୍ର ମାଟି ଜଗତସିଂହପୁର ଜିଲ୍ଲା ୧୯୧୯ ମସିହା ପବିତ୍ର ଚମ୍ପକ ଦ୍ୱାଦଶୀ ତିଥିରେ ଧରାପୃଷ୍ଠକୁ ଅବତରଣ କରିଥିଲେ । ସେହି ମହାପୁରୁଷଙ୍କ ଜନ୍ମ ଶତବାର୍ଷିକୀ ମହୋସôବ କଟକର କଲ୍ୟାଣୀନଗରଠାରେ ମମତା ମହାନ୍ତିଙ୍କ ତତ୍ୱାବଧାନରେ ମହା ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟ ଆଶ୍ରମ ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରୁ ଆଶ୍ରମର ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶହ ଶହ ଭକ୍ତମାନଙ୍କ ଗହଣରେ ମହାବିପତି ନାଶନ ନାମ ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ନାମ କୀର୍ତନରେ ଶ୍ରୀ ଶ୍ରୀ ଗୁରୁଦେବଙ୍କ ବିଗ୍ରହ ପାଦୁକା ଏଠାରେ ପହଂଚିଥିଲା । ଶ୍ରୀ ଗୁରୁଦେବଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା, ମା’ମାନଙ୍କ ଦ୍ୱାରା ବନ୍ଦାପନା କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରେମାଚାର୍ଯ୍ୟଙ୍କ ଭଜନଗୁଡିକୁ ସବିତା ଦାସ, ଧୁନାଭାଇ ଗାନ କରିଥିଲେ । ଓଡିଶାର ବିଭିନ୍ନ ଶାଖା ଆଶ୍ରମର ସେବକ/ସେବିକାଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ । ସ୍ୱତନ୍ତ୍ର ଉସôବକୁ ବାବାଜୀ ଚିତୋବିନୋଦ ଦାସ, ସୁଚେତା ଦାସ, ବିନୋଦିନୀ ଦାସ, ଶ୍ରୀକାନ୍ତ ବିଶ୍ୱାଳ ଓ ଦେବୀ ଚୈଧୁରୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ଜନ୍ମ ଶତବାର୍ଷିକୀ ମହୋସôବ ଆଜି ସୁଦ୍ଧା ୩୪୨ ଦିନରେ ପହଂଚିପାରିଛି ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.