୧୯୯୯ ମହାବାତ୍ୟାରୁ ଶିଖିଥିଲେ କ’ଣ?

ସେଦିନ ବାତ୍ୟା ସଂପର୍କରେ ଏକ ଜନମଂଚ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ଜଣେ ଭଦ୍ର ବ୍ୟକ୍ତି ଗୋଟିଏ ବାସ୍ତବ ପ୍ରଶ୍ନ ପଚାରିଥିଲେ । ଚଳିତ ବାତ୍ୟାରେ ରେଳ କମ୍ପାନିର ହଜାର ହଜାର ବିଦ୍ୟୁତ ଖୁଂଟ ମଧ୍ୟରୁ ଗୋଟିଏ ହେଲେ ଖୁଂଟ ଉପୁଡି ନଥିଲା ବେଳେ ରାଜ୍ୟ ସରକାରଙ୍କ ବିଜୁଳୁ ଖୁଂଟ ଗୁଡିକ କାଉଁରିଆ କାଠି ଭଳି ଭାଙ୍ଗି ଯାଉଛି କିମ୍ବା ସଜନା ଗଛ ଭଳି ଉପୁଡି ପଡୁଛି । ଜନ ମଂଚରେ ଉପସ୍ଥିତ ଥିବା ଜଣେ ସରକାରୀ ଅଧିକାରୀ ଏହା ସ୍ୱୀକାର କଲେ ମଧ୍ୟ ଏହା ଆମ ଦୃଷ୍ଟିକୁ ଆସିଛି ତଦନ୍ତ ହେଉଛି କହି ମୁଖ୍ୟ ପ୍ରସଙ୍ଗକୁ ଏଡେଇ ଯିବାକୁ ଚେଷ୍ଟା କଲେ । ଖାଲି ବିଦୁ୍ୟତ ଖୁଂଟି ନୂହଁ ଭରା ଦେଇ ଠିଆ ହେଉଥିବା ସମାଜର ଅନେକ ଖୁଂଟ ଆଜି ଭାଙ୍ଗି ଯିବାକୁ ବସିଛି । ଏହାର ଏକ ମାତ୍ର କାରଣ ହେଉଛି ଦୁର୍ନିତି, ବାଟମାରଣା ଓ ନିମ୍ନ ମାନର କାର୍ଯ୍ୟ । ସାରା ରାଜ୍ୟରେ ସରକାରୀ କଳ ଦୁର୍ନିତିରେ ମୂଳରୁ ଚୁଳ ଯାକ ବୁଡି ଯାଇଛି । କିଛି ଦିନ ତଳେ ଜଟଣୀ ସହରରେ ଏକ ନିମ୍ନ ମାନର ଓଭର ବି୍ରଜ ହେବାରୁ ଜନ ଆନେ୍ଦାଳନ ମୁଣ୍ଡ ଟେକିଥିଲା । ନାଗରିକ ମାନେ ପ୍ରମାଣ ଦେଲେ ମଧ୍ୟ କୈାଣସି କାର୍ଯ୍ୟନୁଷ୍ଠାନ ହେଲାନାହିଁ । ଯେତେବେଳେ ସେହି କମ୍ପାନିର ଗୋଟିଏ ଓଭରବି୍ରଜ ଭୁବନେଶ୍ୱର ଠାରେ ଭୁଷୁଡିଲା ସେତେବେଳେ ଜଟଣି କାମର ଟେଣ୍ଡର ରଦ୍ଦ କରାଗଲା । ମାତ୍ର ଏସବୁର ନାୟକ ତକ୍ରାଳିନ ପୁର୍ତ ସଚିବଙ୍କୁ ଅବସର ପରେ ଗୋଟିଏ ବର୍ଷ ଏକ୍େସଟନସନ ଦେଇ ପରେ ତାହାଙ୍କୁ ଶାସକ ଦଳର ପାର୍ଲାମେଂଟ ପ୍ରାର୍ଥି ପାଇଁ ଟିକଟ ଦିଆଗଲା ।
ଦ୍ୱିତୀୟ ପ୍ରଶ୍ନ ହେଉଛି ବିଗତ କେତେ ବର୍ଷ ଭିତରେ ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ଇନ୍ଦିରା ଆବାସ ଓ ବିଜୁ କୁଟିର ତିଆରି ହୋଇ ଲୋକଙ୍କୁ ବଂଟା ସରିଛି । ସେହି ଭଳି ସର୍ବଶିକ୍ଷା ଅଭିଯାନରେ ସମସ୍ତ ସ୍କୁଲ ଗୃହ ଗୁଡିକ ପକ୍କା ହୋଇଛି ବୋଲି ରିପୋର୍ଟ ଦିଆ ହୋଇଛି । ତାହ ସତ୍ୱେ ବାତ୍ୟା ବେଳେ ଦେଖାଗଲା ଲକ୍ଷ ଲକ୍ଷ ଚାଳ ଛପର ଓ ଝୁପୁଡି ଘର ଭାଙ୍ଗି ଯାଇଛି । ଘନ ଘନ ବାତ୍ୟା ହେଉଥିବା ଅଂଚଳରେ ଏତେ ସଂଖ୍ୟକ ଚାଳଘର କିପରି ରହିଲା । ଯୋଜନା କଣ କେବଳ କାଗଜ କଲମରେ ସିମିତ ରହିଥିଲା । ୧୯୯୯ମସିହା ମହାବାତ୍ୟା ଠାରୁ ଚଳିତ ବାତ୍ୟା ମଧ୍ୟରେ ଅନେକ ଛୋଟ ବଡ ବାତ୍ୟା ହୋଇଯାଇଛି । ଉପକୁଳ ଅଂଚଳରେ ଅନେକ ଲୋକ ନିଜ ଚେଷ୍ଟାରେ ପକ୍କା ଘର ମଧ୍ୟ କରିଛନ୍ତି । ଏହି ଦିର୍ଘ ସମୟ ମଧ୍ୟରେ ଏହି ବାତ୍ୟା ପ୍ରବଣ ଅଂଚଳରେ ସରକାର ଚେଷ୍ଟା କରିଥିଲେ ସମସ୍ତ ଘର ଗୁଡିକୁ ପକ୍କା କରିଥାନ୍ତେ । ଏଥିପାଇଁ କେନ୍ଦ୍ରରୁ ସ୍ୱତନ୍ତ୍ର ଅନୁଦାନ ମଧ୍ୟ ଅଣାଯାଇ ପାରନ୍ତା । ଏଥିରୁ କେବଳ ଏତିକି ସ୍ପଷ୍ଟ ହେଉଛି ସରକାରୀ ଘର ଗୁଡିକୁ ଥିବା ଲୋକ ଓ ରାଜନୈତୀକ କର୍ମି ମାନଙ୍କୁ ଦିଆ ଯାଇଛି । ଗରୀବ ଲୋକମାନେ ଏଥିରୁ ବଂଚିତ ହୋଇ ସେହି ଝୁପୁଡି ଓ ଚାଳ ଘରେ ରହୁଛନ୍ତି ।
ବାତ୍ୟା ବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କାରାଗଲା ବୋଲି ପ୍ରଚାର ଏକ ଧୁଆଁ ବାଣ ମାତ୍ର । ଗାଁରେ ବର୍ତମାନ ପକ୍କାଘରର ଅଭାବ ନାହିଁ । ବନ୍ୟା ବାତ୍ୟା ହେଲେ ପଡୋଶୀ ମାନେ ଆନନ୍ଦରେ ଲୋକଙ୍କୁ ଆଶ୍ରୟ ଦିଅନ୍ତି । ଖାଦ୍ୟ ମଧ୍ୟ ଯୋଗାନ୍ତି । ୧୯୯୯ ମସିହାରେ ମହାବାତ୍ୟା ପରେ ଯେଉଁ ବାତ୍ୟା ଆଶ୍ରୟ ସ୍ଥଳି ଗୁଡିକ ତିଆରି ହୋଇଛି ସେଗୁଡିକର ରକ୍ଷଣ ବେକ୍ଷଣ ଆଦୌହୋଇନାହିଁ । ବାତ୍ୟା ପୂର୍ବରୁ ସେଠାରେ ପାଣି ଓ ଜରୁରୀ ଆଲୋକର ବ୍ୟବସ୍ଥା, ଜରୁରୀ ଖାଦ୍ୟ,ପଶୁ ମାନଙ୍କ ପାଇଁ ଖାଦ୍ୟ, ଚିକିସôା ସୁବିଧା ଏ ସବୁ ନକରି ଗାଈ ଗୋରୁ ଭଳି ଲୋକଙ୍କୁ ସେଠାରେ ପୁରାଇ ଦେଲେ କାମ ସରିଗଲା ବୋଲି ପ୍ରଚାର କରିଦେଲେ । ଆମର ଯୋଜନା ସବୁ ବାବୁ ମାନେ ସେକ୍ରେଟେରିଏଟରେ କରନ୍ତି । ଜୀବନରେ ବନ୍ୟା କଣ ବାତ୍ୟା କଣ ଜାଣି ନଥିବା ମାଳ ଅଂଚଳରେ ବାତ୍ୟା ଆଶ୍ରୟ ସ୍ଥଳି ତିଆରି ହୋଇ ପରେ ଭୁତ କୋଠରୀରେ ପରିଣତ ହୋଇଛି । ଏହା ଯୋଜନାର ଏକ ବିଲକ୍ଷଣ ଛଡା କିଛି କୁହାଯାଇ ପାରିବ ନାହିଁ ।
ଆଗରୁ ବିଜୁଳି ଖୁଂଟ ସବୁ ବର୍ଷକୁ ଥରେ କଳଙ୍କ ନିରୋଧି ରଙ୍ଗରେ ରଙ୍ଗାଯାଉଥିଲା । ଷ୍ଟେ ତାର ଲାଗୁଥିଲା । ତଳୁ କଂକି୍ରଟ ହୋଇ ମାଟି ଉପରକୁ ଏକ ଫୁଟ ଉଠୁଥିଲା । ନିର୍ଦ୍ଦିଷ୍ଟ ସମୟରେ ଖୁଂଟ ବଦଳୁଥିଲା । ତା ପରେ ସମୟ ବଦଳିଗଲା । ଖୁଂଟରେ ଆଉ ରଙ୍ଗ ଲାଗିଲା ନାହିଁ । କଂକ୍ରିଟ କାମ ଠିକ ହେଲାନାହିଁ । ଯେତେ ଗଭିରକୁ ନେବା କଥା ତାହା କରାଗଲା ନାହିଁ । ଉପକୁଳ ଅଂଚଳରେ ଲୁଣି ପବନ ବାଜୀ ଖୁଂଟସବୁ ଦୁର୍ବଳ ହୋଇଗଲେ । କେତେକ ଖୁଂଟ ତଳ ଖାଇଯାଇ ଶୁନ୍ୟରେ ଝୁଲିଲେ ଓ ସାମାନ୍ୟ ବାତ୍ୟାରେ ଭାଙ୍ଗି ପଡିଲେ । ଏ ଅଂଚଳରେ ଯେଉଁ ବିରାଟ ବିରାଟ ଟାୱାର ମାନ ବସା ଯାଉଛି ତାହା ଯେ ବାତ୍ୟାରେ ଭାଙ୍ଗି ପଡିବ ଏହା ଯିଏ ନାହିଁ ସେ କହିବ, ସେଥିପାଇଁ ଏହାର ଡିଜାଇନ ବଦଳିବା ଦରକାର । ଆମେରିକାର ପୂର୍ବଉପକୂଳ, କାର୍ବିଆନ ଦ୍ୱିପପୁଞ୍ଜ, ଜାପାନ ଓ ଇଣ୍ଡୋନେସିଆରେ ପ୍ରତିବର୍ଷ ବାତ୍ୟା ହୁଏ । ତାହା ପୁଣି ଚାରିଶହ ରୁ ପାଂଚ ଶହ କି.ମି ବେଗରେ ବୁହେ । ସେସବୁ ଅଂଚଳରେ ଘର ଓ ଖମ୍ବ ସେ ଅନୁଯାଇ ତିଆରି ହୋଇଛି । ମାତ୍ର ଆମ ସବୁ ଜନତା ବାବୁ ମାନେ ଗୋଟିଏ ନକ୍ସାରେ ସବୁ କରିବେ ତାଙ୍କୁ ବୁଝାଇବ କିଏ ?
୧୯୯୯ ମହାବାତ୍ୟା ଆମ ପାଇଁ ଏକ ମହାଶିକ୍ଷା ଥିଲା । ଆମର ଦୁର୍ବଳତା ପଦାରେ ପଡିଲା । ଆନ୍ଧ୍ରରୁ ଲୋକ ଆସି ଗଛ କାଟିଲେ । ବିଜୁଳି ଖୁଂଟ ପୋତିଲେ । ହାମ୍ ରେଡିଓ ବ୍ୟବହାର କରି ଯୋଗାଯୋଗ ସ୍ଥାପନ କଲେ । ଏହାପରେ ଆମେ ବିପର୍ଯ୍ୟୟ, ପ୍ରଶମନ ବିଭାଗ ସ୍ଥାପନ କଲୁ । ହାମ ରେଡିଓ କେନ୍ଦ୍ର ମଧ୍ୟ ବିଭିନ୍ନ ସ୍ଥାନରେ ବସିଲା । ଏବେ କିନ୍ତୁ ଯଥା ପୂର୍ବଂ ତଥା ପରଂ । ହାମ ରେଡିଓର ପତା୍ ନାହିଁ । ଗଛ କାଟିବାକୁ, ତାର କାଟିବାକୁ ବାହାରୁ ଲୋକ ଆସୁଛନ୍ତି । ଚିଲିକା ଅଂଚଳର ଖବର ୫ ଦିନ ଯାଏ ଆସି ପାରିଲା ନାହିଁ । ଆମ ରାଜ୍ୟର ୪କୋଟି ଲୋକଙ୍କ ମଧ୍ୟରୁ କାମ କରିବାକୁ ୫ ହଜାର ବାହରୁ ନାହାନ୍ତି । ମାଗଣା ଦେଇ ଦେଇ ଲୋକଙ୍କୁ କିପରି ଅଳସୁଆ କରାଯାଏ ଏହା ତାହାର ଉଦାହରଣ । ନିଜ ବାଡିରେ ପଡିଥିବା ଗଛକୁ ନକାଟି ବାହାର ଲୋକକୁ ଚାହିଁ ବସିଛନ୍ତି । ରାଜ୍ୟର ଆପତ କାଳିନ ପାଣ୍ଠିକୁ କାଳିଆ ଯୋଜନାରେ ଲୋକ ମାନଙ୍କୁ ବଂଟା ଯାଉଛି । ରାଜକୋଷରୁ ଅର୍ଥ ବ୍ୟୟ ହୋଇ ପିଠା ଖୁଆ ଯାଉଛି । ଭୋଟ ପାଇଁ ବିଜୁ ଯୁବ ବାହିନି ଗଠନ କରାଯାଇ ଦରମା ଦିଆ ଯାଉଛି । ଏସ ଏଚଜି ମାନଙ୍କୁ ଭୁବନେଶ୍ୱର ନିଆ ଯାାଇ ଟଙ୍କା ବଂଟା ଯାଇ ପାର୍ଟି ପାଇଁ ଲଗା ଯାଉଛି । ରାଜ୍ୟର ବିପତି ବେଳେ ଏମାନଙ୍କ ଭୁମିକା କଣ? କଣ ପାଇଁ ରାଜ୍ୟର ଟିକସ ମନମୁଖି ଖର୍ଚ୍ଚ କରାଯାଉଛି? ଅନ୍ଧାରି ମୁଲକ ଭଳି ଏହା ଠିକ ନୂହେଁ ଏତିକି କହିବାକୁ ଯେଉଁ ନେତା ବା ମନ୍ତ୍ରୀଙ୍କର ପାଟିରେ ଜୁ ନାହିଁ । ସ୍ୱାର୍ଥ ପାଇଁ ମୁଣ୍ଡ ବିକି ଦେଇଛନ୍ତି । ଜଣେ ଲୋକ ମର୍ଜିରେ ରାଜ୍ୟ ଚାଲିଛି । କ୍ୟାବିନେଟ ନାଁ କୁ ଅଛି । ଯେଉଁ ମୁହଁରେ ଦିନେ କେନ୍ଦ୍ରକୁ ଗାଳି ଦେଉଥିଲେ କେନ୍ଦ୍ରର ସାହାଯ୍ୟ ଦରକାର ନାହିଁ ବୋଲି କହୁଥିଲେ ଆନ୍ଧ୍ର ବିରୁଦ୍ଧରେ ପୋଲାଭରମ ନାଟକ କରୁଥିଲେ ସେ ଦମ୍ଭ ଆଜି କୁଆଡେ ଗଲା ?
କଥାରେ ଅଛି ଆପଣା ହାତେ ଜଗନ୍ନାଥେ । ନିଜେ ନମଲେ ସ୍ୱର୍ଗ ଦେଖିବ ନାହିଁ । ଯେ କୌଣସି ଦୈବ ଦୁର୍ବିପାକ ବେଳେ ପ୍ରଥମ ସାହଯ୍ୟ ନିଜ ଘରୁ, ପଡିଶା ରୁ କିମ୍ବା ଗାଁ ରୁ ମିଳିବ । ଦୁରରୁ ସରକାର ଆସି ପାଖରେ ପହଂଚିବା କେବେ ସମ୍ଭବ ନୁହେଁ । ବାତ୍ୟା ପାଇଁ ୨ରୁ୫ କେ.ଜି ଚୁଡା, କେତୋଟି ମହମ ବତି, ଦିଆସିଲି, କିରୋସିନି ଓ ପିଇବା ପାଣି, ଏତିକି ପ୍ରଥମ ଦିନେ ଦୁଇ ଦିନ ପାଇଁ ନିହାତି ଆବଶ୍ୟକ । ଏହାକୁ ସଂଗ୍ରହ କରିବାରେ ଅସୁବିଧା କଣ ? ପ୍ରତ୍ୟେକ ପଂଚାୟତକୁ ବାର୍ଷିକ ୫୦ ଲକ୍ଷ ଟଙ୍କା ଅନୁଦାନ ମିଳୁଛି । ଏମ.ପି, ଏମ,ଏଲ.ଏ ମାନେ ବାର୍ଷିକ କୋଟି କୋଟି ହାତ ପାଣ୍ଠି ପାଉଛନ୍ତି । ତାହେଲେ ସେମାନଙ୍କ ଗାଁ, ଅଂଚଳ ପାଇଁ ଏ ଅର୍ଥ କାହିଁକି ବ୍ୟୟ ହେଉନାହିଁ? ସବୁବେଳେ କାହିଁକି ଆମେ ଭୁବନେଶ୍ୱର କୁ ଚାହିଁ ରହୁଛୁ? ଟୁ୍ୟବଲ ରୁ ପାଣି ବାହାରୁ ନାହିଁ, କୁଅ ପୋତି ହୋଇଗଲାଣି, ବିଦୁ୍ୟତ୍ ଖୁଂଟ ବଙ୍କା ହୋଇଗଲାଣି, ଏଲ.ଇ ପଏଂଟ ସବୁ ଭାଙ୍ଗି ପାଣି ପାଇପ ମାନ ଆଁ କରିଛନ୍ତି । ଏମାନଙ୍କୁ କାହିଁକି ରକ୍ଷଣା ବେକ୍ଷଣା ହେଉନାହିଁ । ସବୁଆଡେ କେବଳ ନୂଆ ଯୋଜନାର ଧ୍ୱନୀ ଶୁଭୁଛି । ପୁରୁଣାର ଖୋଜ ଖବର ନେବାକୁ କେହି ନାହାନ୍ତି । ଭବିଷ୍ୟତରେ ହୁଏତ ଆହୁରି କଠିନ ସମୟ ଆସିବ । ବାତ୍ୟା ଦିନ ଦିନ ଧରି ଲାଗିପାରେ, ମାସ ମାସ ଧରି ବର୍ଷା ହୋଇ ପ୍ରଳୟ ଅବସ୍ଥା ସୃଷ୍ଟି ହୋଇପାରେ । ସେତେବେଳକୁ ଆମକୁ କିଏ ରକ୍ଷା କରି ପାରିବ? ତୃଣମୂଳ ସ୍ଥରରେ ଆମେ କିପରି ବଂଚିପାରିବା ତାହା ପାଇଁ ପ୍ରତି ଗାଁରେ ପ୍ରତି ଘରେ ବ୍ୟବସ୍ଥା ହେବା ଆବଶ୍ୟକ ।
କଥାରେ ଅଛି ଯେତେ କହିଲେ ଭାଗବତ ତୋଷ ନହିଲା ମୋର ଚିତ । ଆମର ପ୍ରକୃତି ବଦଳିବା ସମ୍ଭାବନା ବହୁତ କମ୍ । କିଛି ଦିନ ପରେ ଆମେ ସବୁ ଭୁଲିଯିବା । ଗାଁ ମୁଣ୍ଡରେ ବସି ତାସ ଖେଳିବା । ଘର କୋଣରେ ଲୁଚିଥିବା ନେତା ମାନେ ରାସ୍ତାକୁ ଆସି ମାଇକ ଧରି ସ୍ୱତନ୍ତ୍ର ରାଜ୍ୟ ବ୍ୟବସ୍ଥା ଦାବି କରିବେ । କାଳିଆ ଟଙ୍କାର ଦ୍ୱିତୀୟ କିସ୍ଥି ପଠାଇବା ପାଇଁ ପୁଣି ତନା ଘନା ଆରମ୍ଭ ହେବ । ଟଙ୍କାକୁ କେ.ଜି ଚାଉଳ ବଦଳରେ ଟଙ୍କାକୁ ୫ କେ.ଜି ଚାଉଳ ଓ ଅଧ କେ.ଜି ଡାଲି ଘୋଷଣା କରାଯିବ । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

Leave a Reply

Your email address will not be published.