ସିମେଣ୍ଟ ଘୋଳା ମାରି କୋଟିଏ ଚଳୁ ମସୁଧା: ପ୍ରକୃତ ହିତାଧିକାରୀ ହିନସ୍ତା
ପାରାଦୀପ, (ଆଇଏନ୍ଏସ୍): ପାରାଦୀପରେ ବିଭିନ୍ନ ବିଭାଗରେ କୋଟି କୋଟି ଟଙ୍କାର ଦୂର୍ନୀତି ଏବେ ଗୋଟିଏ ପରେ ଗୋଟିଏ ସମ୍ନାକୁ ଆସିବାରେ ଲାଗିଛି । ପାରାଦୀପ ଗଡ କାର୍ଯ୍ୟାଳୟ ଠାରୁ ଅଠରବାଙ୍କୀ ପାରାଦୀପ ଆଭ୍ୟନ୍ତରୀଣ କାର୍ଯ୍ୟାଳୟ ପର୍ଯ୍ୟନ୍ତ । ସେଥିରେ ସାମିଲ ହୋଇଛି ପାରାଦୀପର ସର୍ବ ବୃହତ ବ୍ୟବସାୟ ପେଣ୍ଠସ୍ଥଳୀ । ଗୋଟିଏ ପଟରେ ଶହେ ବ୍ୟବସାୟୀ ନିୟମିତ ସରକାରୀ ଦେୟ ଦେଉଥିବା ବେଳେ ଶହେରୁ ଅଧିକ ବ୍ୟବସାୟୀ ଦୀର୍ଘଦିନ ହେବ ଟଙ୍କାଟିଏ ଦେଉ ନାହାନ୍ତି । ଯାହା ଫଳରେ କୋଟିକୋଟି ଟଙ୍କାର ରାଜସ୍ୱ ନଷ୍ଟ ହେଉଛି । ତତ୍ ସହିତ ପାରାଦୀପ ପୈାରପାଳିକାର ସର୍ବବୃହତ ବ୍ୟବସାୟ ପ୍ରତିଷ୍ଠାନ ଅଠରବାଙ୍କୀର କଳିଙ୍ଗଶ୍ରୀ ବାଣିଜ୍ୟ ବିତାନ କେନ୍ଦ୍ର । ୧୯୮୨ ମସିହାରେ ରାସ୍ତା କଡରେ ଥିବା ବ୍ୟବସାୟ କେନ୍ଦ୍ର ପୋଡି ଯିବା ପରେ କଳିଙ୍ଗ ସମ୍ରାଟ ବିଜୁ ବାବୁଙ୍କ ନିଦେ୍ର୍ଧଶରେ କ୍ଷତିଗ୍ରସ୍ଥ ୯୮ ଜଣ ବ୍ୟବସାୟୀଙ୍କୁ ଆଜବେସ୍ଟସ୍ ଘର ତିଆରି କରି ଥଇଥାନ କରାଯାଇଥିଲା । ଦୀର୍ଘ ଦିନ ହେବ କୋଟିକୋଟି ଟଙ୍କା ଉକ୍ତ ବ୍ୟବସାୟୀମାନେ ନିୟମିତ ଗୃହଭଡା,ସରକାରୀ ଟ୍ୟାକ୍ସ ବାବଦରେ ପଇଠ କରୁଥିଲେ ବି ସେମାନଙ୍କର ଦୁଃଖକୁ କେହି କର୍ଣ୍ଣପାତ କରୁ ନଥିବା କହିଛନ୍ତି ବ୍ୟବସାୟୀମାନେ । ଦୀର୍ଘ ଦିନରୁ ନିର୍ମାଣ ହୋଇଥିବା ଗୃହର ଛାତ ଆଜ୍ବେସ୍ଟସ୍ ଭାଙ୍ଗି ପାଣି ଗଳୁଛି,କବାଟ ଭାଙ୍ଗି ଗଲାଣି । ତତ୍ ସହିତ ସମୟକ୍ରମେ ରାସ୍ତାଘାଟ ଉନ୍ନତି କରଣ ହେବାଫଳରେ ଉକ୍ତ ଦେକାନ ଘରେ ଅସରାଏ ବର୍ଷା ହେଲେ ପାଣି ପସି ଯାଉଛି । ଯାହା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହେଉଛି । ବଜାର ମଧ୍ୟରେ ପ୍ରାୟ ସବୁଦିନ ମଣିଷ ମଳ ପାଣିରେ ଭାସୁଛି । ପୂତି ଗନ୍ଧମୟ ପରିସ୍ଥିତି ଶୃଷ୍ଟି ହେଉଛି । କିଛି ଦିନ ଅନ୍ତରରେ ପୈାର ପାଳିକା ଉକ୍ତ ମଇଳା ଟାଙ୍କି ସଫା କରୁଛି । ହେଲେ ପରିସ୍ଥିତିର ସ୍ଥାୟୀ ସମାଧାନ କରାଯାଉ ନାହିଁ । ତତ୍ ସହିତ ଜଦି କୈାଣସି ବ୍ୟବସାୟୀ ନିଜ ଭଙ୍ଗା ଦୋକାନ ଘରର କବାଟ ଆଜ୍ବେସ୍ଟସ୍ ମରାମତି କରୁଛନ୍ତି ତେବେ ବଜାର ଦାଇତ୍ୱରେ ଥିବା କର୍ମଚାରୀଙ୍କ ଯୁଲମର ଶୀକାର ହେବାକୁ ପଡୁଛି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି ସ୍ଥାନୀୟ ବ୍ୟବସାୟୀ ବଜାରର କର୍ମକର୍ତାଙ୍କ ମଧ୍ୟରେ ଜଣେ ସମାଜସେବୀ ଅଚୁ୍ୟତ ବିଶ୍ୱାଳ(ବୁଲୁ) । ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଦୁଃଖ ଭରା କଣ୍ଠରେ କହୁକହୁ କହିଛନ୍ତି ଦୀର୍ଘ ଦିନ ହେବ ଆମ୍ଭେ ବ୍ୟବସାୟ କଲୁଣି । ହେଲେ ୨୦୦୩ ମସିହାରେ ଏଠାରେ ଅନ୍ୟ ଏକ କୋଠା ନିର୍ମାଣ କରାଗଲା । ସେଥିରେ ଅଧେ ଗୃହ ଭୂତକୋଠି ଭାବେ ପଡିରହିଛି । ପୈାରପାଳିକା ସେଥିରୁ ରାଜସ୍ୱ ପାଉନାହିଁ । ହେଲେ ମାତ୍ର କେଇ ବର୍ଷ ମଧ୍ୟରେ ସିମେଣ୍ଟ ରସଘୋଳା ମାରି ୩/୪ ଥର ଲକ୍ଷାଧିକ ଟଙ୍କା ହିସାବରେ ସମୁଦାୟ ପ୍ରାୟ କୋଟିଏରୁ ଉର୍ଦ୍ଧ ହେବ ଖର୍ଚ୍ଚ ଦେଖାଇ ବାଟମାରଣା କରି ଖାଇଯାଉଛନ୍ତି । କିନ୍ତୁ ବାସ୍ତବରେ ଆମ୍ଭେ ଦୂର୍ଦୀନରେ ଥିବା ସର୍ବ ପୁରାତନ ବ୍ୟବସାୟୀ ଭାଇ ମାନଙ୍କର ଉନ୍ନତି କେହି ଚିନ୍ତା କରୁ ନାହାନ୍ତି । ଯଦି ତୁରନ୍ତ ସ୍ଥାୟୀ ସମାଧାନ ନକରାଯାଏ ତେବେ ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ପଛେଇବେ ନାହିଁ ବ୍ୟବସାୟୀମାନେ ବୋଲି କହିଛନ୍ତି ।

Leave a Reply

Your email address will not be published.