କର୍ମଚାରୀଙ୍କ ପୋଷାକରେ ବିଭାଗର ନାଁ

ଭୁବନେଶ୍ୱର, (ଆଇଏନ୍ଏସ୍): ବାତ୍ୟା ପରେ ଡାଳ ପତ୍ର ଅଳିଆ ଆବର୍ଜନାରେ ପୋତି ହୋଇ ପଡ଼ିଛି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ଡ୍ରେନ । ସଫା କରିବାକୁ ବିଏମସିର ଲୋକ ନାହାନ୍ତି । ବର୍ଷା ପୂର୍ବରୁ ଏସବୁ ସଫା କରାନଗଲେ ପରିସ୍ଥିତି ସଙ୍କଟାପନ୍ନ ହେବ । ଅନେକ ସ୍ଥାନରେ ଏସବୁ ଜମି ରହିବା ଫଳରେ ନାଳ ଅବରୋଧ ହୋଇଛି । ଏବେ ଡ୍ରେନ ସଫେଇ କାର୍ଯ୍ୟ ପୂର୍ତ ବିଭାଗ କରୁଛି । କାମ କରୁଛି ଗୋଟିଏ ବିଭାଗ ନାଁ ନେଉଛି ମହାନଗର ନିଗମ । କେଉଁ ବିଭାଗ କାମ କରୁଛି ତାହା ଲୋକଙ୍କୁ ଅବଗତ କରିବା ପାଇଁ ବିଭାଗ ସେମାନଙ୍କୁ ପିଡବ୍ଳୁଡ଼ି ଲେଖାଥିବା ପୋଷାକ ପ୍ରଦାନ କରିଛି । ଏହି ପୋଷାକ ପିନ୍ଧି ସେମାନେ କାମ କରୁଛନ୍ତି ।
(ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)

Leave a Reply

Your email address will not be published.