ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକୀ ଉଦଯାପନୀ ମହୋତ୍ସବର ପ୍ରସ୍ତୁତି ବୈଠକ
ନୟାହାଟ, (ଆଇଏନ୍ଏସ୍): ଓଡିଶା ଆଧ୍ୟାତ୍ନିକ ଜଗତର ଅନନ୍ୟ ସନ୍ଥ, ସର୍ବଧର୍ମ ସମନ୍ୱୟ ମତବାଦର ପ୍ରଚାରକ ତଥା ନୟାହାଟସ୍ଥିତ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକୀ ମହୋସôବର ଉଦଯାପନୀ ଉସôବର ପ୍ରସ୍ତୁତି ବୈଠକ ଆଶ୍ରମର ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାରା ଓଡିଶାର ଶାଖା ଆଶ୍ରମର ସେବିକା ସେବକ, ବାବାଜୀ ଚିତୋବିନୋଦ ଦାସ, ବାବାଜୀ ବିବେକାନନ୍ଦ ଦାସ, ବାବାଜୀ ପୂର୍ଣ୍ଣାନନ୍ଦ ଦାସ, ସେବିକା ବିନୋଦିନି ଦାସ, ସବିତା ଦାସ, ଅଶକୁନ୍ତଳା ଦାସ, ସୁଚେତା ଦାସ, ଡ. ରନôାକର ମହାନ୍ତି, ରଞ୍ଜନ ଦିକ୍ଷୀତ, ପ୍ରବୀର ଦାସ, ନୀଳମଣି ସାହୁ, ମହେଶ୍ୱର ସାହୁ, ନୀଳମଣି ଦଳେଇ ପ୍ରମୁଖ ଏହି ଗରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ରହି ସମସ୍ତ ଗୁରୁଭାଇ ଭଉଣୀମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଚଳିତ ମାସ ୧୨ ତାରିଖରୁ ୩ ଦିନ ବ୍ୟାପି ଉଦଯାପନୀ ମହୋସôବ ଉସôବରେ ମହାମାନ୍ୟ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଉକ୍ତ ଉସôବକୁ ଉଦଘାଟନ କରିବା ପାଇଁ ସମ୍ମତି ପ୍ରଦାନ କରିଥିବାରୁ ବୈଠକରେ ଆନନ୍ଦ ପ୍ରକାଶ ପାଇଥିଲା । ଏହାଛଡା ଏହି ତିନି ଦିନ ବ୍ୟାପି ଓଡିଶାର ବହୁ ସଂଖ୍ୟାରେ ସାଧୁସନ୍ଥ, ପ୍ରଶାସକ, ସଂସ୍କୃତି ପ୍ରେମୀ, ଗବେଷକ ଓ ସାମ୍ବାଦିକ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗଦାନ କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ଶ୍ରୀ ଗୁରୁଦେବ ପ୍ରେମାଚାର୍ଯ୍ୟଙ୍କ ଜନ୍ମ ଶତବାର୍ଷିକ ସର୍ବପ୍ରଥମେ ଜନ୍ମମାଟି ଜଗତସିଂହପୁର ଜିଲ୍ଲା ସ୍ୱର୍ଗ ବ୍ରହ୍ମପୁର ଗ୍ରାମରେ ୨୦୧୮ ଜୁନ ୨୪ ପବିତ୍ର ଚମ୍ପକ ଦ୍ୱାଦଶୀ ତିଥିରୁ ଆରମ୍ଭ ହୋଇ ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ସମ୍ବଲପୁର, ବରଗଡ, ପଦ୍ମପୁର, ବଲାଙ୍ଗୀର, ହରିଶଙ୍କର, ବାଙ୍କି ଓ ଖୋର୍ଦ୍ଧାରେ ଆଜି ପର୍ଯ୍ୟନ୍ତ ଚାଲୁ ରହିଥିବା ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି । ଏଥିରେ ସମସ୍ତ ମଧୁ ପରିବାର ତଥା ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି ।