ଭୁବନେଶ୍ୱର-ନନ୍ଦନକାନନ- କଟକ ନୂତନ ବସ୍ ସେବା ଆରମ୍ଭ
ଭୁବନେଶ୍ୱର, (ଆଇଏନ୍ଏସ୍): ଭୁବନେଶ୍ୱରର କଳିଙ୍ଗ ବିହାର ଠାରୁ ନୂତନ ବସ୍ ସେବା ଆରମ୍ଭ ହୋଇ ଯାଇଛି । ଏହାକୁ ଭୁବନେଶ୍ୱର ଟାଉନ୍ ବସ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ରାମଚନ୍ଦ୍ର ମିଶ୍ର ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଛନ୍ତି । ବୁଧବାର ସକାଳେ କଳିଙ୍ଗ ବିହାର ଛକଠାରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାପତି ରାମଚନ୍ଦ୍ର ମିଶ୍ର କହିଥିଲେ ଏହି ବସ୍ ସେବା ଖୋର୍ଦ୍ଧା ଠାରୁ କଟକ ପର୍ଯ୍ୟନ୍ତ •ଲିବ । ପ୍ରଥମ ପର୍ଯ୍ୟାୟରେ ୧୨ ଟି ବସ୍ •ଲିବ, ପରେ ଏହାକୁ ବୃଦ୍ଧି କରାଯିବ । କଳିଙ୍ଗ ନଗର ଠାରୁ ବରମୁଣ୍ଡା, ଆ•ର୍ଯ୍ୟ ବିହାର, ଚନ୍ଦ୍ରଶେଖରପୁର, ନନ୍ଦନକାନନ, ସିଡିଏ, ହାଇକୋର୍ଟ ହୋଇ ବାଦାମବାଡିରେ ପହଂଚିବ । ସେଠାରୁ ସମାନ ରୁଟ୍ରେ ଫେରିବ । ବରମୁଣ୍ଡା ଠାରୁ କଟକ ପର୍ଯ୍ୟନ୍ତ ମୋ ବସ୍ ୪୨ ଟଙ୍କା ନେଉଥିବା ବେଳେ ଆମ୍ଭେ ୩୦ ଟଙ୍କାରେ ସେବା ଯୋଗାଇ ଦେବୁ । ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କ ପାଇଁ ପଚାଶ ଭାଗ ରିହାତି ପ୍ରଦାନ କରାଯିବ । ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ପ୍ରତ୍ୟେକ ୧୫ ମିନିଟ୍ ବ୍ୟବଧାନରେ ବସ୍ ଉପଲବ୍ଧ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଦିଲ୍ଲିପ କୁମାର ମିଶ୍ର, ଷ୍ଟାଣ୍ଡ ସଂପାଦକ ବିଜୟ ରକୁମାର ସାହୁ, ବସ୍ ମାଲିକ ତ୍ରିଲୋଚନ ରାଉତ, ଅମୂଲ୍ୟ ପ୍ରଧାନ, ମାନସ ରଂଜନ ସାହୁ, ବାପି ରାଉତ, ଅଶୋକ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।