ଚନ୍ଦ୍ରଶେଖରପୁର ହାଉସିିଂବୋର୍ଡ କଲୋନୀରେ ରଜ ମହୋତ୍ସ ପାଳିତ
ଭୁବନେଶ୍ୱର, (ଆଇଏନ୍ଏସ୍): ଏଲ୍.ପି.ଟିମ୍ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଦୁର୍ଗାପୂଜା ପଡିଆରେ ରଜ ମହୋତ୍ସବ ପାଳିତ ହୋଇଯାଇଛି । ରଜଦୋଳି ଠାରୁ ଆରମ୍ଭ କରି ପଷାଖେଳ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଛୁଂଚିରେ ସୂତା ଲଗା, ଶଙ୍ଖଧ୍ୱନୀ, ହୁଳହୁଳି, ମିଉଜିକ୍ ଚେୟାର, ଲୁଡୁ, ରଜ କୁଇନ୍ ଆଦି ବିଭାଗରେ ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯାଇଥିଲା । ମା’ ମାନଙ୍କ ମଧ୍ୟରେ ଝୋଟି ଓ ହୁଳହୁଳି ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ କହିଥିଲେ ଯେ, ଏଲ୍ ପି.ଟିମ୍ ପକ୍ଷରୁ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ଉତ୍ସବ ପ୍ରଶଂସନୀୟ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିôବା ବ୍ୟକ୍ତି ବିଷେଶ, ବରିଷ୍ଠ ସମ୍ବାଦିକ, ବିପ୍ଳବ ସମ୍ବିତ୍ କୁମାର ଓ ସମାଜସେବୀ ତଥା ଫଟୋ ସାମ୍ବାଦିକ ସୁକାନ୍ତ କୁମାର ରାଉତଙ୍କୁ ସଂସ୍କୃତି ସୁରକ୍ଷା ସମ୍ମାନ-୨୦୧୯ରେ ସମ୍ମାନୀତ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆଇନଜିବୀ ମଧୁମାଧବ ଜେନା, ଉପଦେଷ୍ଟା ସମରେନ୍ଦ୍ର ସାହୁ, ସମାଜସେବୀ ମନୋଜ ସାହୁ, ଗୌରାଙ୍ଗ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ଏଲ୍.ପି.ଟିମ୍ର ସଭାପତି ପ୍ରସନ୍ନ କୁମାର ପାଣି ସଭାପତିତ୍ୱ କରିଥିଲେ, ରମାକାନ୍ତ ସ୍ୱାଇଁ, ସୌମ୍ୟରଞ୍ଜନ ପ୍ରଧାନ, ପୁଷ୍ପାଞ୍ଜଳୀ ହୋତା, ବିଶ୍ୱନାଥ ଜେନା, ପ୍ରଦୀପ ଦାସ ପ୍ରମୁଖ ଉସôôବ ପରିଚାଳନା କରିଥିଲାବେଳେ ସଂପାଦକ ଅନିରୁଦ୍ଧ ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।