କଳା ଓ ସଂସ୍କୃତିର ପ୍ରସାର ତଥା ସମାଜସେବା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ପ୍ରକାଶ ପାଣିଗ୍ରାହୀ ସମ୍ମାନିତ
ଭୁବନେଶ୍ୱର, (ଆଇଏନ୍ଏସ୍): ପାଶ୍ଚାତ୍ୟ ପରମ୍ପରା ତଥା ଆଧୁନିକତା ଜୀବନଶୈଳୀ ମଧ୍ୟରେ ହଜିଯାଉଥିବା କଳା ଓ ସଂସ୍କୃତି (ଯାତ୍ରା)କୁ ବଂଚାଇ ରଖିବାର ଅଦମ୍ୟ ଚେଷ୍ଟା ସହିତ ଏହାର ପ୍ରଚାର ପ୍ରସାର ତଥା ସମାଜସେବା ଓ ଜନହିତକାରୀ କାର୍ଯ୍ୟକ୍ରମ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ତଥା ଡି.ଏ.ଭି. କଳିଙ୍ଗନଗର ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅଧିନ ଗୋପୀନାଥପୁର ଠାରେ ଆୟୋଜିତ ପଂଚଦିବସୀୟ ଆଂଚିକ ରଜ ମହୋତ୍ସବର ଅନ୍ତିମ ଦିବସରେ ସମ୍ମାନୀତ କରାଯାଇଛି । ବିଜୟାନନ୍ଦ ଯୁବ ପରିଷଦ ତଥା ଆଂଚଳିକ ରଜ ମେହୋତ୍ସବ କମିଟି ଆନୁକୁଲ୍ୟରେ ଆୟୋଜିତ ଏହି ମହୋତ୍ସବର ସମ୍ବର୍ଦ୍ଧନା ଉତ୍ସବରେ ସୁନାମଧନ୍ୟ ଚଳଚ୍ଚିତ୍ର ତଥା ମଂଚ ନିଦେ୍ର୍ଦଶକ ଶ୍ରୀ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଡଃ ପ୍ରକାଶଙ୍କୁ ଉତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ତଥା ଏକ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଆଗମୀ ଦିନରେ ଏହପରି କାର୍ଯ୍ୟକ୍ରମ ଜାରି ରଖି ସାଧାରଣ ଜନତାଙ୍କ ଆସ୍ଥା ଭାଜନ ହେବା ପାଇଁ ପରାମର୍ଶ ଦେଇଥିଲେ । ସୂଚଚାଯୋଗ୍ୟ ଯେ, ଡଃ ପ୍ରକାଶ ଅଧ୍ୟାପନା ସହ ୨୫ ବର୍ଷରୁ ଉଦ୍ଧ୍ୱର୍ କାଳ ଧରି ସାଂସ୍କୃତିକ ତଥା ସମାଜସେବା କ୍ଷେତ୍ରରେ କାର୍ଯ୍ୟକରି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବିରବର ସାହୁ, ଇଂ. ଧୀରେନ୍ଦ୍ର କୁମାର ବିଶ୍ୱାଳ, ସୁଜିତାଭ ଶତପଥୀ, ବିରଂଚି ନାରାୟଣ ଦାସ ଓ ସଂଧ୍ୟାରଣୀ ମଲ୍ଲିକ୍ ପ୍ରମୁଖ ଅତିଥିରୂପେ ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ଶ୍ରୀ ବିଶ୍ୱ ରଞ୍ଜନ ନାୟକ ପରିଚାଳନା କରିଥିବାବେଳେ ରାମଚନ୍ଦ୍ର ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।