ଏସ୍ ଓ ଏସ୍ ପ୍ରତିଷ୍ଠାତାଙ୍କ ଶତବାର୍ଷିକ ଉତ୍ସବ ବାଳିତ

ଭୁବନେଶ୍ୱର, (ଆଇଏନ୍ଏସ୍): ଏସ୍ ଓ ଏସ୍ର ପ୍ରତିଷ୍ଠାତା ଡଃ ହରମାନ୍ ମାଇନ୍ଙ୍କର ୧୦୦ ତମ ଜନ୍ମବାର୍ଷିକ ଉତ୍ସବ କଳିଙ୍ଗ ଷ୍ଟୁଡିଓ ନିକଟସ୍ଥ ଶିଶୁଗ୍ରାମ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରୀତି ରାୟ ଓ ସମ୍ମାନୀୟ ଅତିଥି ରୂପେ ସବିତା ପଟ୍ଟନାୟକ ଅନୁରାଧା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏସ୍ ଓ ଏସ୍ର ଜାତୀୟ ଉପନିଦେ୍ର୍ଦଶକ ସୁମନ୍ତ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହରମାନ ମାଇନ୍ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅଷ୍ଟ୍ରିଆର ଏହି ସମାଜସେବୀ ତଥାକଥିତ ରକ୍ତ ସଂପର୍କରେ ହିଁ ପରିବାର ତତ୍ୱକୁ ଭୁଲ୍ ପମାଣ କରି ସମାଜରେ ପିତା ମାତା ହୀନ, ଅବହେଳିତ ଓ ପରିତ୍ୟକ୍ତର ବିପଦ ସୀମାରେଖା ଭିତରେ ଥିବା ପିଲାମାନଙ୍କ ପାଇଁ ଦିର୍ଘ ୭୦ ବର୍ଷ ଧରି ଭାଇ ଓ ଭଉଣୀ, ମା’ ଓ ପୁଅଝିଅର ପରିବାରଟିଏ ଗଢ଼ି ଆସିଛନ୍ତି । ତାଙ୍କର ଦୃଢ଼ ଧାରଣା ଥିଲା ଯେ, ପରିତ୍ୟକ୍ତ ଅବହେଳିତ ପିଲାଟି ପାଇଁ ଏକ ସ୍ନେହ ସୈାହାର୍ଦ୍ୟପୂର୍ଣ୍ଣ ପରିବେଶ ବହୁତ ଜରୁରୀ ସେଥିପାଇଁ ସ୍ନେହ, ସମ୍ମାନ, ସୁରକ୍ଷା ଓ ମର୍ଯ୍ୟାଦା ଗୃହର ପରିବେଶଟିଏ ଯୋଗାଇ ଦେବେ ଯେଉଁଠାରେ କି ପିଲାଟି ସମସ୍ତ ପ୍ରକାର ସ୍ନେହଶ୍ରଦ୍ଧା ଓ ପାରିବାରିକ ସଂପର୍କ ପାଇପାରିବ । ତେଣୁ ସେ ଏସ୍ଓଏସ୍ ଶିଶୁଗ୍ରାମ ପ୍ରତିଷ୍ଠା କରିଥିଲେ । ଏହା ବିଶ୍ୱର ୧୩୫ ଦେଶରେ ସୁଚାରୁରୂପେ କାର୍ଯ୍ୟ କରି ଆସୁଛି । ଦେଶର ସମସ୍ତ ଶିଶୁଗ୍ରାମ ତାଙ୍କର ଏହି ଜନ୍ମଦିବସକୁ ଶିଶୁଗ୍ରାମ ଦିବସ ଭାବରେ ପାଳନ କରି ଆସୁଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶିଶୁଗ୍ରାମର ପିଲାମାନଙ୍କ ଦ୍ୱାରା ସମବେତ ସଂଗୀତ, ଓଡିଶୀନାଚ ଓ ବିଭିନ୍ନ ପ୍ରକାର ନାଚଗୀତ ପରିବେସିତ ହୋଇଥିଲା । ଫୁଟ୍ବଲ୍ ଖେଳାଳୀ ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟଙ୍କୁ ସମ୍ମାନୀତ କରାଯାଇଥିଲା ।

Leave a Reply

Your email address will not be published.