୨୩ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ମେଧାବୀ ସମ୍ବର୍ଦ୍ଧନା ସମାରୋହ
ଭୁବନେଶ୍ୱର, (ଆଇଏନ୍ଏସ୍): ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରର ୨୩ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ମେଧାବୀ ସମ୍ବର୍ଦ୍ଧନା ସମାରୋହ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଆତିଥ୍ୟତା ଓ ପର୍ଯ୍ୟଟନ ବିଭାଗର ପ୍ରାଧ୍ୟାପକ ତଥା ଡିନ୍ ଶ୍ରୀ ଶିତିକଣ୍ଠ ମିଶ୍ର ଯୋଗ ଦେଇ କୃତି ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଡି.ଏ.ଭି ବିଦ୍ୟାଳୟର ଅତୀବ ଆକର୍ଷଣୀୟ ପରୀକ୍ଷାଫଳକୁ ଭୂୟସୀ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀ ମାନେ ଅଧ୍ୟୟନଶୀଳ ହେବା, ପରିବେଶ ସୁରକ୍ଷା ସହ ଦେଶ ଗଠନରେ ସେବାବ୍ରତୀ ହେବାକୁ ନିଜ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସି.ବି.ଏସ୍.ଇ ଦଶମ ଓ ଦ୍ୱାଦଶ (ବିଜ୍ଞାନ ଓ ବାଣିଜ୍ୟ) ପରୀକ୍ଷାରେ ଟପ୍ପର, ୯୦ ପ୍ରତିଶତରୁ ଊଦ୍ଧ୍ୱର୍ ନମ୍ବରଧାରୀ, ବିଭିନ୍ନ ବିଷୟରେ ସର୍ବୋଚ୍ଚ ନମ୍ବରଧାରୀ, ଅଲରାଉଣ୍ଡର କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରାମଣପତ୍ର ଓ ମେଧାଟ୍ରଫି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଚେୟାରମ୍ୟାନ ଶରତ ଚନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉସôବରେ ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଭୁବନେଶ୍ୱର ସ୍ଥିତ ଅନ୍ୟ ଡି.ଏ.ଭି ବିଦ୍ୟାଳୟ ସମୂହର ଚେୟ୍ୟାରମ୍ୟାନ ମଦନ ମୋହନ ପଣ୍ଡା, ଡି.ଏ.ଭିର ସହକାରୀ ଆଂଚଳିକ ଅଧିକାରୀ ଡଃ ମ୍ୟାଡାମ୍ ସୁଜାତା, ଦୈନିକ ସମାଜର ମୁଖ୍ୟ ସଂଯୋଜକ ଶ୍ରୀ ସୁରେଶ ଚନ୍ଦ୍ର ମନ୍ତ୍ରୀ ଓ ଅନ୍ୟାନ୍ୟ ଡି.ଏ.ଭିର ଅଧ୍ୟକ୍ଷ ଅଧ୍ୟକ୍ଷାଗଣ ଅତିଥି ରୂପେ ମଂଚାସୀନ ଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବିପିନ୍ କୁମାର ସାହୁ ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳର ସମୀକ୍ଷା କରିବା ସହିତ ନିଜ ବକ୍ତବ୍ୟ ମାଧ୍ୟମରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଉସôାହିତ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ଯଜ୍ଞ କାର୍ଯ୍ୟକ୍ରମ ସହ ବନମହୋସôବ ସପ୍ତାହ ପାଳନ ପରିପ୍ରେକ୍ଷିରେ ସ୍କୁଲ ପରିସର ଓ ଏହାର ରାସ୍ତା ପାଶ୍ୱର୍ରେ ବିଭିନ୍ନ ଚାରାବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟର ପର୍ଯ୍ୟବେକ୍ଷକ ବିଜୟ କୁମାର ପାତ୍ର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।