ସାହିତ୍ୟ ପତ୍ରିକା ‘ପ୍ରତିଶ୍ରୁତି’ ଉନ୍ମୋଚିତ
ଭୁବନେଶ୍ୱର, (ଆଇଏନ୍ଏସ୍): ଓଡିଆ ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ୟୁନିଟ୍ ୯ ସ୍ଥିତ ମହାରାଷ୍ଟ୍ର ମଣ୍ଡଳ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଉସôବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଆ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୁସେନ୍ ରବି ଗାନ୍ଧୀ ସାହିତ୍ୟର ସୃଷ୍ଟି, ଆଧୁନିକ ସାହିତ୍ୟରେ ଲେଖକଙ୍କ ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ସମ୍ମାନୀତ ଅତିଥିଭାବେ ବିଶିଷ୍ଟ କବି ଶଙ୍କରର୍ଷଣ ପରିଡା, ଅଧ୍ୟାପକ ପବିତ୍ର ମୋହନ ଦାସ, କବୟିତ୍ରୀ ମଞ୍ଜୁଳା ତ୍ରିପାଠୀ, ସୋପ୍ନା ବେହେରା, ବିଶିଷ୍ଟ ଶିକ୍ଷାବିତ୍ ତଥା ଜଟଣୀ ସାହିତ୍ୟ ସଂସଦର ସଭାପତି ଶ୍ୟାମ ସୁନ୍ଦର ତ୍ରିପାଠୀ ଓ ଗଞ୍ଜାମ କବିତା ଘରର ସଂପାଦକ ଭାଗିରଥି ବେହେରା ପ୍ରମୁଖ ଯୋଗଦେଇ ଆଧୁନିକ ସାହିତ୍ୟର ପ୍ରଭାବ, ପାଠକୀୟ ପୃଷ୍ଠଭୂମି ଓ ସାହିତି୍ୟକ ମାନଙ୍କର ସାମାଜିକ ଦାୟିତ୍ୱ ବୋଧ ଉପରେ ଆଲୋକପାତ କରିଥିଲେ । ଅତିଥିମାନଙ୍କ ଦ୍ୱାରା ପତ୍ରିକା ‘ପ୍ରତିଶ୍ରୁତି’ ଓ ଭାଗିରଥି ବେହେରାଙ୍କ ‘ତୁମେ ନୁହେଁ ଭୁଲିବାର’, ହୃଷିକେଶ ଶତପଥୀଙ୍କ “ବାପା ବୋଉ ମୁଁ” ଏବଂ କବୟତ୍ରୀ ପ୍ରେମଲତା ସାହୁଙ୍କର କବିତା ସଂକଳନ “ଅମୃତାୟନ” ଉନ୍ମୋଚିତ ହୋଇଥିଲ । ଯୁବ ସାହିତି୍ୟକ ତଥା ପ୍ରତିଶ୍ରୁତିର ସଂପାଦକ ସ୍ମୃତି ରଞ୍ଜନ ତ୍ରିପାଠୀ ସମସ୍ତ ସାହିତ୍ୟ ଶିଳ୍ପୀଙ୍କୁ ଗୋଟିଏ ସାରସ୍ୱତ ଛାଇ ତଳେ ରଖିବାର ସାଧୁ ଉଦ୍ୟମକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । ମଂଚ ସଂଚାଳନାରେ କବି ଦୟାନିଧି ତ୍ରିପାଠୀ, ଇଂ ସ୍ମୃତି ରଞ୍ଜନ ତ୍ରିପାଠୀ, ଶ୍ୟାମଶଙ୍କର ମହାନ୍ତି, ସର୍ବାଶୀ ଦାସ ପ୍ରମୁଖ ସହଯୋଗ କରିଥିଲେ ।