ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକୀ ପୂର୍ତି ଉପଲକ୍ଷେ ଦିବ୍ୟ ସତ୍ସଙ୍ଗ

କଟକ, (ଆଇଏନ୍ଏସ୍): ପବିତ୍ର ଘୋଷଯାତ୍ରା ଅବସରରେ କଟକ ବଡ ମେଡିକାଲ ପରିସରରେ ସର୍ବଧର୍ମ ସମନ୍ୱୟ ମତବାଦର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକୀ ପୂର୍ତି ଉପଲକ୍ଷେ ଦିବ୍ୟ ସତ୍ସଙ୍ଗ ସେବିକା ବିଣାପାଣୀ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟ ଆଶ୍ରମ ପୁରୀ ଜି୍ଲ୍ଲା ନୟାହାଟସ୍ଥôିତ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରୁ ଶ୍ରୀ ଗୁରୁଦେବଙ୍କ ଶ୍ରୀବିଗ୍ରହ ଓ ପାଦୁକା ଭକ୍ତ ମାନଙ୍କ ଗହଣରେ ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ନାମରେ ଏଠାରେ ପହଂଚିଥିଲା । ଗୁରୁଦେବଙ୍କୁ ସମସ୍ତ ସେବିକାମାନଙ୍କ ଦ୍ୱାରା ବନ୍ଦାପନା କରାଯିବା ପରେ ସ୍ୱତନ୍ତ୍ର ପୂଜା ମଣ୍ଡପରେ ସ୍ଥାପନା କରାଯାଇ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସ, ବାବାଜୀ ଦିବାକର ଦାସ, ବାବାଜୀ ନେତ୍ରାନନ୍ଦ ଦାସ, ବାବାଜୀ ପୂର୍ଣ୍ଣାନନ୍ଦ ଦାସ, ପ୍ରାର୍ଥନା ଚାନେଲର ପରିଚାଳକ ଶପଥ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଆଜିର ତିଥିର ମହତ୍ୱ ଓ ଗୁରୁ ପୂଜନ ଉପରେ ଆଲୋକପାତ କରିଥିଲେ । ସମସ୍ତେ ଗୁରୁ କରିବା ଆବଶ୍ୟକ । ଏ ଭବସାଗରରୁ ପାରି ହେବା ପାଇଁ ନାବିକ ହେଉଛନ୍ତି ଗୁରୁଦେବ । ସେବିକା ସବିତା ଦାସ , କୁମାର ବବଲୁ ଭଜନ ଗାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସେବିକା ଶଶୀରେଖା ମିଶ୍ର, ମୀନା ସିଂହ, ମଞ୍ଜୁ ଦିଦି, ସରଳା ଦାସ, ବିଣାପାଣି ଖଟୁଆ ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ଭକ୍ତଙ୍କୁ ସେବକ ପ୍ରୀତିରଂଜନ ଦାସ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published.