ନବୀନଙ୍କ ଭାବମୂର୍ତି ବନାମ୍ ବିରୋଧୀ ଦଳ!
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଗାଁ ଗହଳିରେ ଢଗ ମାନ ଅଛି । ସାଉଂଟିଲା କାଣ୍ଡରେ ଲଢେଇ ହୁଏନାହିଁ । ପୋଷା ପୁଅ ଗୁଞ୍ଜା ରୁଅ, ମାଗି ଆଣିଲା ତୁଅଣ ସୋଡକା । ଏହି ପ୍ରବାଦ ଗୁଡିକ ରାଜ୍ୟ ବିଜେପି ଦଳ ପ୍ରତି ବର୍ତମାନ ପ୍ରଯୁଜ୍ୟ ହୋଇପଡିଛି । ନିର୍ବାଚନ ପୂର୍ବରୁ ଏମାନେ ବିଭିନ୍ନ ଦଳରୁ ଦଳ ତ୍ୟାଗି ମାନଙ୍କୁ ଫୁଲ ମାଳ ଓ ପଦ୍ମ ଗାମୁଛା ଦେଇ ସାଦର ଆମନ୍ତ୍ରଣ କରି ନିଜ ଦଳରେ ମିଶାଇଥିଲେ । ସେହିମାନଙ୍କ ମଧ୍ୟରୁ ମାତ୍ର ଅଳ୍ପ କେତେ ମାସ ପରେ ବରିଷ୍ଠ ନେତା ଦାମୋଦର ରାଉତ ଓ ବିଜେପୁର ର ପୂର୍ବତନ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହି ଏମାନଙ୍କ ମୁହଁରେ ଥାପଡ ମାରି ପୁଣି ନିଜ ଦଳକୁ ଚାଲି ଯାଇଛନ୍ତି । ଏହା ପୂର୍ବରୁ ଦୁଇ ବିଶିଷ୍ଟ ନେତା ଦିଲିପ ରାୟ ଓ ବିଜୟ ମହାପାତ୍ର ଙ୍କୁ ନିଜ ଦଳରେ ମିଶାଇ ଏମାନଙ୍କର ସାପ ଚୁଚୁନ୍ଦ୍ରା ଦୋଷ ହୋଇଥିଲା । ଏହି ଦଳ ତ୍ୟାଗି ମାନଙ୍କୁ ଆମନ୍ତ୍ରଣ କରି ନିଜ ଦଳର ପୁରୁଣା କର୍ମି ମାନଙ୍କୁ ଉପେକ୍ଷା କରି ସାଂସଦ ଓ ବିଧାୟକ ପ୍ରାର୍ଥୀ ଟିକଟ ମାନ ଦିଆ ଯାଇଥିଲା । ଏହି ଦଳତ୍ୟାଗି ମାନଙ୍କର କୌଣସି ନିତି କିମ୍ବା ଆଦର୍ଶ ନଥିଲା । ପାଣିପାଗ ବଦଳି ଯିବାରୁ ବିଜେପି ଦଳରେ ନିଜର ସ୍ୱାର୍ଥ ସିଦ୍ଧି ନହେବାରୁ ଏମାନେ ପୁଣି ବିଜେପି ଦଳକୁ ତ୍ୟାଗ କରିଛନ୍ତି କିମ୍ବା ତ୍ୟାଗ କରିବାପାଇଁ ଅପେକ୍ଷା କରିଛନ୍ତିି ।
ପୂର୍ବତନ ଜନସଂଘର ନୂତନ ସଂସ୍କରଣ ହେଉଛି ବିଜେପି ଦଳ । ସ୍ୱାଧିନତା ପରେ ପରେ କଂଗ୍ରେସ ଦଳର ସଂଖ୍ୟାଲଘୁ ପ୍ରିତିକୁ ବିରୋଧ କରି ଶ୍ୟାମପ୍ରସାଦ ମୁଖାର୍ଜି ଙ୍କ ନେତୃତ୍ୱରେ ଜନ ସଂଘ ଦଳ ଗଠିତ ହୋଇଥିଲା । ଏମାନେ ହିନ୍ଦୁତ୍ୱ, ଅଖୁଣ୍ଡ ଭାରତ ଚିନ୍ତା ଓ ଦକ୍ଷିଣ ପନ୍ଥି ଅର୍ଥନିତୀ ନେଇ ରାଜନିତି କରୁଥିଲେ । ସଂଖ୍ୟାରେ ଅଳ୍ପ ହେଲେ ମଧ୍ୟ ଏମାନଙ୍କ ମ୍ମରେ ଅନେକ ବିଶିଷ୍ଟ ନେତା ଯଥା-ଶ୍ୟାମ ପ୍ରସାଦ ମୁଖାର୍ଜି, ବଳରାଜ ମାଧୋକ୍, ବିଜୟ ମାଲହୋତ୍ରା, ବିଜୟାରାଜେ ସିନ୍ଧିଆ, ନାନାଜୀ ଦେଶମୁଖ୍, ସୁନ୍ଦରଲାଲ ଭଣ୍ଡାରୀ ଓ ଦିନ ଦୟାଲ ଉପାଧ୍ୟାୟ, ଅଟଳ ବିହାରି ବାଜପେୟି ଓ ଲାଲକୃଷ୍ଣ ଆଡଭାନି କଂଗ୍ରେସ କୁ ବିରୋଧ କରିବାରେ ସକି୍ରୟ ଭୁମିକା ନେଇଥିଲେ । ଏହା ଏକ ଶୃଂଖଳିତ ଓ କ୍ୟାଡର ଭିତିକ ଦଳ ଥିଲା । ଯେଉଁ ମାନେ ଏମାନଙ୍କ ନିତିରେ ବିଶ୍ୱାସ କରୁଥିଲେ ସେମାନଙ୍କୁ ହିଁ ସଭ୍ୟ କରାଯାଉଥିଲା । ୧୯୭୭ ମସିହାରେ ଜୟ ପ୍ରକାଶ ନାରାୟଣ ଙ୍କ ଆହ୍ୱାନରେ ଇନ୍ଦିରା ଙ୍କ ଜରୁରୀ କାଳିନ ଅବସ୍ଥା କୁ ବିରୋଧ କରି ଜନତା ଦଳ ଗଠିତ ହେଲା । ଏହି ଦଳରେ ଜନ ସଂଘ ନିଜକୁ ମିଶାଇଦେଲା । ଏମାନେ ନିର୍ବାଚନରେ ଜିଣି କେନ୍ଦ୍ରରେ ସରକାର ଗଢିଲେ । କ୍ଷମତାକୁ ଆସିବାର ଅଳ୍ପ ଦିନ ପରେ ଜନତା ଦଳ ଏକ ବାର ଭାଇ ଆଖଡାରେ ପରିଣତ ହେଲା । ଦଳ ଦଳ ମ୍ମରେ କନ୍ଦଳ ବୃଦ୍ଧି ପାଇଲା ଶେଷରେ ୧୯୮୦ ମସିହାରେ ଜନତା ସରକାର ର ପତନ ଘଟିଲା ଓ ପରବର୍ତି ନିର୍ବାଚନରେ ଇନ୍ଦିରା ଗାନ୍ଧି ପୁଣି କ୍ଷମତା କୁ ଆସିଲେ । ଖଣ୍ଡବିଖଣ୍ଡିତ ଜନତା ଦଳ ମ୍ମରେ ଗୋଡ ଟଣା ଟଣି ଆରମ୍ଭ ହେଲା । ଶେଷରେ ବାଧ୍ୟ ହୋଇ ପୂର୍ବତନ ଜନସଂଘ ସଭ୍ୟମାନେ ଜନତା ପରିବାର ଛାଡି ୧୯୮୨ ମସିହାରେ ବିଜେପି ଦଳର ଶୁଭାରମ୍ଭ କଲେ ଓ ଅଟଳ ବିହାର ବାଜପେୟି ଏହାର ସଭାପତି ହେଲେ । ପରବର୍ତି ନିର୍ବାଚନ (୧୯୮୪) ରେ ବିଜେପି ଦଳ ମାତ୍ର ଦୁଇଟି ଆସନ ପାଇଲା । ଏହା ପରେ ଲାଲକୃଷ୍ଣ ଆଡଭାନି ଦଳର ଦାୟିତ୍ୱ ଗ୍ରହଣ କରି ରାମ ଜନ୍ମଭୂମି ଆନେ୍ଦାଳନ ମାଧ୍ୟମରେ ଏହି ଦଳକୁ ବିସ୍ତାରିତ କରିଥିଲେ ଓ ପରବର୍ତି ସମୟରେ ଏହା ପାର୍ଲାମେଂଟରେ ୮୪ ଟି ଆସନ ପାଇଲା ଓ ଅଟଳ ବିହାରି ଙ୍କ ନେତୃତ୍ୱରେ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦର୍ରେ ୩ ଥର କ୍ଷମତା କୁ ଆସିଲା । ଏହା ମଧ୍ୟରେ ୨୦୦୪ ନିର୍ବାଚନରେ ବିଜେପି ଦଳ ଆଶ୍ଚର୍ଯ୍ୟଜନକ ଭାବେ ହାରିଗଲା । ଅଟଳ ବିହାରି ବାଜପେୟି ରାଜନିତି ରୁ ବିଦାୟ ନେଲେ । ଏହ ମଧ୍ୟରେ ୧୯୯୭ ମସିହାରେ ଓଡ଼ିଶାର ତୁଙ୍ଗ ନେତା ଓ ଜନତା ପରିବାରର ବରିଷ୍ଠ ସଭ୍ୟ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହେଲା । ତାଙ୍କ ର ପୁତ୍ର ନବିନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗଠିତ ହେଲା । ପ୍ରଥମ ଥର ନିର୍ବାଚିତ ହେଲେ ମଧ୍ୟ ବାଜପେୟି ବିଜୁଙ୍କ ପୁତ୍ର ନବିନ ପଟ୍ଟନାୟକଙ୍କୁ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ କରିଦେଲେ, ଯାହା ଏକ ବିରଳ ଘଟଣା । ଏଣେ ରାଜ୍ୟ ରାଜନିତି ରେ କଂଗ୍ରେସ ଦଳ ଅପି୍ରୟ ହୋଇପଡିଲା । ରାଜ୍ୟ ବିଜେପି ଦଳ ବିଜେଡି ସହ ମିଶି ଏକ ମେଂଟ ଗଠନ କଲେ ଓ ୯୯ ନିର୍ବାଚନରେ ବିପୁଳ ଭୋଟରେ ଜିତିଲେ । ୨୦୦୪ ମସିହାରେ ମଧ୍ୟ ତାହାର ପୁନରାବୃତି ହେଲା । ନବିନ ବାବୁ ହେଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ରେ ବିଜେପିର କୈାଣସି ତୃଣମୁଳ ସଂଗଠନ ନଥିଲା । କେତେଜଣ ନେତା ଭାଷଣ ମାଧ୍ୟମରେ ଦଳକୁ ବଂଚାଇରଖିଥିଲେ । ଜନ ସଂଘ ଦଳ ୩ ଥର ବିଧାନ ସଭା ପାଇଁ ପ୍ରାର୍ଥୀ ଦେଇଥିଲେ ମଧ୍ୟ କେହି ଜଣେ ହେଲେ ଜୟଯୁକ୍ତ ହେଇନଥିଲେ । ୧୯୮୫ ମସିହାରେ ବିଜେପି ଗୋଟିଏ ଅସନ ୧୯୯୦ ରେ ଦୁଇଟି ଆସନ ଓ ୧୯୯୫ ରେ ୯ ଟି ବିଧାନସଭା ଆନରେ ଜୟଲାଭ କଲେ ମଧ୍ୟ ଗୋଟିଏ ମଧ୍ୟ ପାର୍ଲାମେଂଟ ସିଟ ପାଇନଥିଲେ । ବଡ ଭାଇ ବିଜେଡିର ଛତ୍ର ଛାୟା ତଳେ ରହି ଏମାନେ କ୍ଷମତାର ଭାଗିଦାର ହେଲେ ସିନା ଦଳକୁ ସୁଦୃଢ କରିବାକୁ କିଛି କାମ କଲେ ନାହିଁ ।
ଏହା ମଧ୍ୟରେ କେନ୍ଦ୍ରରେ କଂଗ୍ରେସ ସରକାର ଆସି ଯିବାରୁ ନବିନ ବାବୁ, ତାଙ୍କ ସାଙ୍ଗରେ ଥିବା ବିଜେପି କୁ ଏକ ବୋଝ ବୋଲି ଧରିନେଲେ ଓ ୨୦୦୮ ମସିହାରେ ବିଭିନ୍ନ ଆଳ ଦେଖାଇ ମେଂଟ ଭାଙ୍ଗିଦେଲେ । ଏହା ମଧ୍ୟରେ ସେ ବିଜେଡି ରେ ଥିବା ନିଜର ପ୍ରତିଦ୍ୱନ୍ଦି ମାନଙ୍କୁ ମଧ୍ୟ ଦଳରୁ ବିଦା କରିଦେଲେ । ତାଙ୍କୁ ଦିଲ୍ଲୀ ରୁ ଆଣି ଓଡ଼ିଶାରେ ବିଜେଡି ର ସଭାପତି କରିଥିବା ତୁଙ୍ଗ ନେତା ବିଜୟ ମହାପାତ୍ର ହେଲେ ପ୍ରଥମ ଶିକାର । ଅନ୍ୟ ତୁଙ୍ଗ ନେତା ମାନେ ଯଥା ରାମକୃଷ୍ଣ ପଟ୍ଟନାୟକ, ପ୍ରଫୁଲ୍ଲ ଘଡାଇ, ଶରତ କର, ସୁର ନାୟକ, ବ୍ରଜ ତ୍ରୀପାଠି ମଧ୍ୟ ଦଳରୁ ବିଦା ହୋଇଗଲେ କିମ୍ବା ଅଲୋଡା ହୋଇ ପଡି ରହିଲେ । ବିଜୁ ବାବୁଙ୍କ ଅତି ଅନ୍ତରଙ୍ଗ ଲୋକପ୍ରିୟ ନେତା ନଳିନି ମହାନ୍ତି ଙ୍କୁ ଦୁର୍ନିତି ଛାପା ଦେଇ ବିଦା ମଧ୍ୟ କରିଦେଲେ ଓ ନିଷ୍କଂଟରେ ଶାସନ ଚଳାଇଲେ । ବିଜେପି ସମସ୍ତ ଚେଷ୍ଟା ସତ୍ୱେ ୨୦୦୯ ଓ ୨୦୧୪ ନିର୍ବାଚନରେ ବିଧାନସଭାରେ ଦୁଇ ଅଙ୍କ ସଖ୍ୟା ସିଟ ପାଇ ପାରିଲା ନାହିଁ ।
ଏହା ମଧ୍ୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଆର୍ବିଭାବ ହେଲା । ସାରା ଦେଶରେ ସବୁଆଡେ ମୋଦି ମୋଦି ଶଦ୍ଦ ଶୁଭିଲା । ମୋଦି ହାୱାର ପ୍ରବଳ ପ୍ରଭାବ ସତ୍ୱେ ରାଜ୍ୟରେ ବିଜେପିର ଭାଗ୍ୟ ପରିବର୍ତନ ହେଲା ନାହିଁ । ନିଜେ ମୋଦି ଓ ସଭାପତି ଅମିତ ସାହା ମଧ୍ୟ ବାରମ୍ବାର ଓଡ଼ିଶା ଆସି ବିଜେପିର ଭାଗ୍ୟ ପରିବର୍ତନ କରିବାକୁ ଚେଷ୍ଟା କଲେ । ସେମାନେ ବିଜେଡି କୁ ଫୋପାଡି ଦିଅ ଫାଡି ଦିଅ ଓ ଏହା ଏକ ପୋଡା ଟ୍ରାନ୍ସଫରମର ବୋଲି ଗର୍ଜନ କରି କହିଲେ । ବିଭିନ୍ନ ଦଳରୁ ବିଜେପିରେ ମିଶିବା ପାଇଁ ନେତାଙ୍କ ସୁଅ ଛୁଟିଲା । ଯେଉଁ ନେତାମାନେ ନିର୍ବାଚନ ପୁର୍ବରୁ ବିଜେପିରେ ମିଶିଲେ ସେମାନଙ୍କ ମଧ୍ୟରୁ ଅନେକ ସାଂସଦ କିମ୍ବା ବିଧାୟକ ଥିଲେ । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ପାରାଦ୍ୱିପ ବିଧାୟକ ଦାମୋଦର ରାଉତ, ସାଲେପୁର ବିଧାୟକ ପ୍ରକାଶ ବେହେରା ଓ ବିଧାୟକ ବିଭୁ ପ୍ରସାଦ ତରାଇ ଏମାନଙ୍କ ମଧ୍ୟରେ ଥିଲେ । ଏମାନଙ୍କର କୈାଣସି ନିତି ଓ ଆଦର୍ଶ ନଥିଲା । ନିଜ ଦଳରେ ଟିକଟ ନପାଇବାରୁ ବିଜେପି ମୁହାଁ ହେଲେ । ବିଜେପି ଦଳ ନିଜର ଅନୁରକ୍ତ କର୍ମି ଙ୍କୁ ଉପେକ୍ଷା କରି ସେମାନଙ୍କୁ ଟିକଟ ଦେଲା ଓ ଏହା ଫଳରେ ଦଳର କର୍ମି ମାନେ ନିରାଶ ହୋଇ ପଡିଲେ । ରାଜ୍ୟ ବିଜେପିର ଏହା ଏକ ସଂପୂର୍ଣ୍ଣ ଭୁଲ ପଦକ୍ଷେପ ଥିଲା । ବିଜେପୁର ଉପ ନିର୍ବାଚନରେ ନିଜର ଦଳିୟ ପ୍ରାର୍ଥୀଙ୍କୁ ଉପେକ୍ଷା କରି ବିଜେଡି ରୁ ଆସିଥିବା ଅଶୋକ ପାଣିଗ୍ରାହିଙ୍କୁ ଟିକଟ ଦିଆଗଲା । ସେହି ଅଶୋକ ପାଣିଗ୍ରାହି ଆଜି ବିଜେପି ଛାଡିଲେ । ମେଂଟ ଭାଙ୍ଗିବା ପରବର୍ତି ସମୟରେ ଏହା ମାତ୍ର ୬, ୧୦ ଓ ୨୦୧୯ ନିର୍ବାଚନରେ ୨୩ ଟି ଆସନରେ ବିଜୟ ଲାଭ କଲା । ସାରା ଭାରତରେ ବିଜେପି ସପକ୍ଷରେ ପ୍ରବଳ ହାୱା ଥିଲେ ମଧ୍ୟ ଓଡ଼ିଶାରେ ତାହା ଫଳ ପ୍ରଦ ହେଲା ନାହିଁ ।
ଦଳ ତ୍ୟାଗି ମାନଙ୍କୁ ନିଜ ଦଳରେ ଗ୍ରହଣ କଲେ ତାହାଯେ ଆତ୍ମଘାତି ହୋଇପାରେ ତାହା ବର୍ତମାନ ରାଜ୍ୟ ବିଜେପି ବୁଝି ପାରିଛି । ବିରୋଧି ଦଳ ହିସାବରେ ଏମାନଙ୍କ କାର୍ଯ୍ୟ ମଧ୍ୟ ଉସôାହ ଜନକ ନୁହେଁ । କୌଣସି ନିର୍ବାଚନରେ ଜିତି ନଥିବା ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ଛାଡି ସବୁବେଳେ ଏଠାରେ ଡେରା ପକାଇବା ଲୋକଙ୍କୁ ଗ୍ରହଣିୟ ହେଉନାହିଁ । ନବିନ ବାବୁ ଯୋଜନା ପରେ ଯୋଜନା କରିଚାଲିଥିଲା ବେଳେ ଧମେନ୍ଦ୍ର ବାବୁ କେବଳ ନବିନ ବାବୁଙ୍କ ନିନ୍ଦା ଗାନ କରୁଛନ୍ତି । ଯାହାକୁ ଲୋକମାନେ ମଧ୍ୟ ପସନ୍ଦ କରୁନାହାନ୍ତି । ଚିଟଫଣ୍ଡ, ଖଣି ଦୁର୍ନିତି ଓ ଭୁବନେଶ୍ୱର ଜମି ହଡପ ମାମଲାରେ ଏମାନେ ସଫଳ ଭାବରେ ଲୋକଙ୍କୁ ବୁଝାଇପାରିଲେ ନାହିଁ । ଥାନାରେ ଏଫ୍ ଆଇ ଆର ଦେଲା ଭଳି ଅଯଥା କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖୁଛନ୍ତି । କେନ୍ଦ୍ର ନେତୃବୃନ୍ଦ ବୁଝିଗଲେଣି ଯେ, ରାଜ୍ୟ ବିଜେପି ବାଲାଙ୍କ ହାତରେ ଖଡା ସିଝିବ ନାହିଁ । ତେଣୁ ସେମାନେ ନବିନ ବାବୁଙ୍କ ସହ ଭିତରି ସୁ ସଂପର୍କ ସ୍ଥାପନ କରି ସାରିଲେଣି ଓ ରାଜ୍ୟ ବିଜେପି ଦଳ ବର୍ତମାନ ଦିଗହରା ଅବସ୍ଥାରେ ପଡି ଯାଇଛି । ଏହି ଦିର୍ଘ ୨୦ ବର୍ଷ ଭିତରେ ନବିନ ବାବୁ ଯେ ରାଜନିତିରେ ଜଣେ ପୋଖତ ଖେଳୁଆଳ ତାହା ପ୍ରମାଣିତ କରିଛନ୍ତି ଓ ତାଙ୍କ ସାଙ୍ଗରେ ଜବାବ ଦେଲା ଭଳି ଖେଳୁଆଡ ବିରୋଧି ଦଳରେ କେହି ନାହାନ୍ତି । ଏହା ସମସ୍ତେ ବୁଝି ଗଲେଣି ।