ଅଟୋ ମହାସଂଘର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଭୁବନେଶ୍ୱର, (ଆଇଏନ୍ଏସ୍): ଭୁବନେଶ୍ୱର ଅଟୋ ମହାସଂଘ ପକ୍ଷରୁ ଅଟୋ ·ଳକ ପ୍ରଶିକ୍ଷଣ ଶିବିର ଜୟଦେବ ଭବନ ଠାରେ ଥିବା ସମିତି ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରାଫିକ୍ ଏସିପି କିଶୋର ପାଣିଗ୍ରାହୀ, ଆଂଚଳିକ ପରିବହନ ଅଧିକାରୀ-୨ ସଞ୍ଜୟ ବେହେରା, ଅଟୋମହାସଂଘର କାର୍ଯ୍ୟକାରୀ ସଭାପତି ନବ କିଶୋର ମହାନ୍ତି, ରନିବାଏ ଇନ୍ସୁରାନ୍ସର ଓଡିଶା ହେଡ୍ ପୂର୍ଣ୍ଣଚନ୍ଦ୍ର ରାଓ ଓ ଭୁବନେଶ୍ୱର ଅଟୋ ମହାସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲ ପ୍ରମୁଖ ଯୋଗଦେଇ ଅଟୋ·ଳକ ମାନଙ୍କୁ ପ୍ରଶିକ୍ଷଣ କରାଇଥିଲେ । ସମସ୍ତ ଅଟୋ ·ଳକମାନେ ଟ୍ରାଫିକ୍ ନିୟମ ମାନିବା ସହିତ କାଗଜପତ୍ର ଠିକ୍ କରି ଚାଲିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ଏସିପି କହିଥିଲେ ଯେ, ଯେଉଁମାନେ ମଦ୍ୟପାନ କରି ଗାଡି ଚଳାଇବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାସ୍ତାରେ ଓଭରଟେକ୍ ଓ ଓଭରଲୋଡ ନକରି ଯାତ୍ରୀଙ୍କୁ ଉତମ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ପୋଲିସ୍ କମିଶନରଙ୍କ ସୁଚନା ଅନୁଯାୟୀ ପ୍ରତ୍ୟେକ ଦିନ ୨୦୦ ଅଟୋ ·ଳକଙ୍କୁ ଟ୍ରେନିଂ ଦିଆଯାଇ ଶୃଙ୍ଖଳିତ କରାଯିବ । ଅଟୋ ମହାସଂଘର ସଂପାଦକ ଶ୍ରୀଯୁକ୍ତ ସାମଲ ମମସ୍ତ ଅଟୋ·ଳକମାନେ ଶୃଙ୍ଖଳିତ ହୋଇ ଚଳାଇବେ ବୋଲି କହିଥିଲେ । ଏହି ଅବସରରେ ଯେଉଁମାନେ କାଗଜ ପତ୍ର ଠିକ୍ କରିନାହାଁନ୍ତି ଅଟୋ ମହାସଂଘ କାର୍ଯ୍ୟାଳୟ ଠାରେ ଖୋଲା ଯାଇଥିବା ସେବାକେନ୍ଦ୍ରରେ ଆବେଦନ କରି ପାରିବେ । ଏଥିପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ସାହାଯ୍ୟ ସହଯୋଗ କରିବେ । ଏହି କାର୍ଯ୍ୟକ୍ରମରେ ମହାସଂଘର କର୍ମକର୍ତା ପ୍ରଶାନ୍ତ ରାଉତ, ବିଜୟ ପଟ୍ଟନାୟକ, ଆଇନଜୀବି ସୁମନ୍ତ ସ୍ୱାଇଁ ଓ ୪୦୦ରୁ ଉର୍ଦ୍ଧ ଅଟୋ·ଳକ ମାନେ ଉପସ୍ଥିତ ଥିଲେ ।