ସଂକଳ୍ପ ପକ୍ଷରୁ ଦନ୍ତ ଚିକିତ୍ସା ଶିବିର

ଭୁବନେଶ୍ୱର, (ଆଇଏନ୍ଏସ୍): ଶୈଳଶ୍ରୀ ବିହାର ବରିଷ୍ଠ ନାଗରିକ ସଂଘ ‘ସଂକଳ୍ପ’ ପକ୍ଷରୁ ମାଗଣା ଦନ୍ତଚିକିତ୍ସା ଶିବିର ଶୈଳଶ୍ରୀ ବିହାର ଭିଆଇଏମ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦୦ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଦାନ୍ତ ପରୀକ୍ଷା କରିଥିଲେ । କଳିଙ୍ଗ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଂଟାଲ ସାଇନ୍ସର ଆସିଷ୍ଟାଂଟ ପ୍ରଫେସର ଡଃ ଗୁଞ୍ଜନ କୁମାରଙ୍କ ଅଧ୍ୟକ୍ଷତାରେ ଡଃ ପାୟଲ ଦାସ ଓ ପିଜି ଛାତ୍ରୀମାନେ ଯୋଗଦେଇ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂକଳ୍ପର ସଭାପତି ରବିନ୍ଦ୍ର କୁମାର ମହାନ୍ତି, ନିଧି ସେନାପତି, ରଜନୀକାନ୍ତ ପାଢ଼ି, ଦୟାନିଧି ପୃଷ୍ଟି ଓ ସମାଜସେବୀ ଇଂ ଦିଲ୍ଲୀପ ସାହୁ ପ୍ରମୁଖ ପରି·ଳନ କରିଥିଲେ ।

Leave a Reply

Your email address will not be published.