ସିନ୍ଧୁ ନଦୀର କାହାଣୀ

ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ
ଭାରତର ପଶ୍ଚିମ ମରୁମୟ ରାଜ୍ୟ ଦେଇ କେଉଁ ଆବହମାନ କାଳରୁ ପବିତ୍ର ସିନ୍ଧୁ ନଦୀ ବହିଯାଇ ଆରବ ସାଗର ରେ ମିଶି ଯାଇଛି । ଏହି ନଦି କୂଳରେ ଦିନେ ଏକ ମହାନ ସଭ୍ୟତା ର ବିକାଶ ହୋଇଥିଲା । ଏହାରି କୂଳ ରେ ଆମର ମୁନି ଋଷି ମାନେ ମହାନ୍ ବେଦ ରଚନା କରିଥିଲେ । ଏହା ଥିଲା ମହାଭାରତ ବର୍ଣ୍ଣିତ ଗାନ୍ଧାର ଦେଶ । ବିଶ୍ୱ ପ୍ରସିଦ୍ଧ ଗାନ୍ଧାର କଳା ଏଠାରୁ ଉଦ୍ଭବ ହୋଇଥିଲା । ସପ୍ତମ ଶତାଦ୍ଦି ବେଳକୁ ସିନ୍ଧୁ ସମେତ ଆଜିର ଆଫାଗାନିସ୍ଥାନ ରେ ହିନ୍ଦୁ ଶାସକ ମାନେ ରାଜୁତି କରୁଥିଲେ । ସିନ୍ଧୁ ରେ ଏକ ବ୍ରାହ୍ମଣ ରାଜବଂଶ ଦାହିର ରାଜା ଥିଲେ । ସେ ସମୟ ରେ ଭାରତ ରେ ହିନ୍ଦୁ ଓ ବୌଦ୍ଧ ଧର୍ମ ମଧ୍ୟ ରେ ବିବାଦ ଲାଗିଥିଲା । ଦାହିର ରାଜା ଥିଲେ ମଧ୍ୟ ଅଧିକାଂଶ ପ୍ରଜା ବୌଦ୍ଧ ଥିଲେ ।
ଏହି ସମୟ ରେ ଆରବ ଜଗତ ରେ ଏକ ପ୍ରଚଣ୍ଡ ପରିବର୍ତନ ହେଲା । ଏକ ସଂପୁର୍ଣ୍ଣ ନୂଆ ଧର୍ମ ଇସ୍ଲାମ୍ ର ଆବିର୍ଭାବ ହେଲା । ସେମାନେ ତରବାରି ଦ୍ୱାରା ଧର୍ମ ପ୍ରଚାର ର ବିଶ୍ୱାସ କରୁଥିଲେ । ନୂତନ ର ଉନ୍ମାଦନା ରେ ସେମାନେ ଏକ ବିଶାଳ ଅଂଚଳ ରେ ଇସ୍ଲାମ୍ ର ଧ୍ୱଜା ଅଳ୍ପ ସମୟ ମଧ୍ୟରେ ଉଡାଇ ଦେଲେ ଓ ତାଙ୍କର ଦୃଷ୍ଟି ନିକଟବର୍ତି ସିନ୍ଧୁ ଏପରେ ପଡିଲା । ସେମାନେ ସୁଯୋଗ ଅପେକ୍ଷା ରେ ରହିଲେ । ସିନ୍ଧୁ ଉପକୁଳ ଦେଇ ଆରବ ମାନଙ୍କର ବାଣିଜ୍ୟ ଜାହାଯ ମାନ ସିଂହଳ ଓ ଇଣ୍ଡୋନେସିଆକୁ ଯାତ୍ରା କରୁଥିଲେ । ଆରବ ସାଗରରେ ସେକାଳରେ ଅନେକ ଜଳଦସ୍ୟୁ ଘୁରି ବୁଲୁଥିଲେ । ସେମାନେ ଇସ୍ଲାମ ଜଗତ ର ଧର୍ମ ଗୁରୁ ଖଲିପା ଓ ଡାମସ୍କସ୍ ର ଶାସକଙ୍କ ର କେତେକ ଜାହାଜ କୁ ସିନ୍ଧୁ ଉପକୁଳରେ ଲୁଣ୍ଠନ କଲେ ।ଏହି ସୁ୍ଯୋଗ ରେ ଖଲିପା ରାଜା ଦାହିର ଙ୍କୁ ଦାୟି କରି ପତ୍ର ଲେଖିଲେ ଓ କ୍ଷତି ପୁରଣ ଦାବି କଲେ । ମାତ୍ର ଦାହିର ଉତର ଦେଲେ ଯେ, ଜଳଦସୁ୍ୟ ମାନେ ତାଙ୍କର ପ୍ରଜା ହୋଇନଥିବାରୁ ସେ ଦାୟି ହୋଇପାରିବେ ନାହିଁ । ଏ ପତ୍ର ପାଇ ଖଲିପା କୋ୍ରଧାନ୍ୱିତ ହୋଇପଡିଲେ ଓ ତାଙ୍କ ଅଧିନରେ ଥିବା ବାଗଦାଦର ଶାସକକୁ ସିନ୍ଧୁ ଆକ୍ରମଣ ପାଇଁ ଆଦେଶ ଦେଲେ । ଆଲ ହଜାଜ ଥିଲେ ବାଗ୍ଦାଦ ର ଶାସକ । ଖଲିପାଙ୍କ ଆଦେଶ ଅନୁସାରେ ସେ ଦୁଇ ଥର ସେନା ପଠାଇଲେ ମଧ୍ୟ ସେମାନେ ପରାଜିତ ହୋଇ ଫେରିଗଲେ । ଶେଷରେ ୭୧୨ ମସିହା ରେ ନିଜର ଜାମାତା ୧୬ ବର୍ଷ ବୟସ ର ମହମ୍ମଦ ବିନ କାଶିମକୁ ଏକ ଟାଣୁଆ ସେନା ଦେଇ ସେ ସିନ୍ଧୁ ଦେଶକୁ ପଠାଇଲେ । କାଶିମ ସିଆଜ ନଗର ରୁ ବାହାରି ସ୍ଥଳ ପଥରେ ଆସି ସିନ୍ଧୁ ର ଦେବାଲ ବନ୍ଦର ରେ ପହଂଚି ଗଲେ । ଦେବାଲ ଠାରେ ଯୁଦ୍ଧ ହେଲା । କୁହାଯାଏ ଜଣେ ବ୍ରାହ୍ମଣର ବିଶ୍ୱାସଘାତକତା ଯୋଗୁ ସିନ୍ଧୁ ସେନା ପରାସ୍ତ ହେଲେ । ବିଜୟ ଲାଭ କଲା ପରେ କାଶିମ ଶତୃସେନା ମାନଙ୍କୁ ର୍ନିବିଚାରରେ ହତ୍ୟା କଲା । ସ୍ତ୍ରୀ ଓ ଶିଶୁ ମାନଙ୍କୁ କୀ୍ରତ ଦାସ ରୂପେ ଆରବ ରାଜ୍ୟ କୁ ପଠାଇ ଦିଆଗଲା । କିଛି ଦିନ ପରେ କାଶିମ ନିଜର ସେନା ସହ ସିନ୍ଧୁ ନଦୀ ତୀରେ, ତୀରେ ଆଗେଇବାକୁ ଲାଗିଲା । ଅନେକ ସମୃଦ୍ଧ ସହର ଅଧିକୃତ ହେଲା । ତଥାପି ଦାହିର ସେନା ପଠାଇ ବାଧା ଦେଲେ ନାହିଁ । ଦାହିର ଓ ତାଙ୍କ ସେନା ମାନେ ରାଜଧାନି ବ୍ରାହ୍ମଣବାଦ ଠାରେ ଅପେକ୍ଷା କରି ଥାଆନ୍ତି । ଶେଷରେ ଇସ୍ଲାମ ସେନା ସେଠାରେ ପହଂଚିଲେ, ଭୟଙ୍କର ଯୁଦ୍ଧ ହେଲା । ଅନେକ ବିଦ୍ରୋହି ପ୍ରଜା କାଶିମକୁ ସାହାଯ୍ୟ କଲେ । ଯୁଦ୍ଧରେ ଦାହିର ଓ ତାଙ୍କ ରାଣି ଙ୍କର ମୃତୁ ଘଟିଲା । ସମସ୍ତ ପରାଜିତ ସେନା ଙ୍କୁ ହତ୍ୟା କରାଗଲା । ରାଜଧାନୀକୁ ଲୁଣ୍ଠନ କରାଗଲା । କାଶିମଙ୍କ ନେତୃତ୍ୱ ରେ ଇସ୍ଲାମ ସେନା ସିନ୍ଧୁ ନଦୀ ର କୂଳେକୂଳେ ଆହୁରି ଆଗେଇ ସମୃଦ୍ଧ ସହର ମୁଲତାନ କୁ ଅଧିକାର କଲେ ଓ ଏଠାରେ ଥିବା ପ୍ରସିଦ୍ଧ ସୂର୍ଯ ମନ୍ଦିର କୁ ଭାଙ୍ଗି ଦେଲେ । ଭାରତରୁ ଲୁଣ୍ଠନ ହୋଇଥିବା ଅଜସ୍ର ଧନ ଖଲିପା ଙ୍କ ଦରବାର କୁ ପଠାଗଲା । ସେଥି ମଧ୍ୟରେ ଦୁଇ ସିନ୍ଧୁ ରାଜକୁମାରୀ ସୂର୍ଯ୍ୟଦେବି ଓ ପରିମଳା ଦେବି ଥିଲେ । ସେମାନଙ୍କୁ ଖଲିପାଙ୍କ ହାରେମ୍କୁ ପଠାଇ ଦିଆଗଲା । ପ୍ରତିଶୋଧ ନେବା ପାଇଁ ସେମାନେ କାଶିମଙ୍କ ବିରୁଦ୍ଧ ରେ ମିଥ୍ୟା ଆରୋପ ଆଣିଲେ । କାଶିମ ସେମାନଙ୍କ ୁ ଉପଭୋଗ କଲା ପରେ ଖଲିପା ଙ୍କ ପାଖକୁ ପଠାଇଅଛି । ଏଥିରେ ଅପମାନିତ ମନେକରି ଖଲିପା ସାଙ୍ଗେ ସାଙ୍ଗେ କାଶିମକୁ ଏକ କଂଚା ବଳଦ ଚମଡା ରେ ପୁରାଇ ସିଲେଇ କରି ତାଙ୍କ ପାଖକୁ ପଠାଇବାକୁ ଆଦେଶ ଜାରି କଲେ । କାଶିମ ଙ୍କ ଶ୍ୱଶୁର ହଜାଜ ଙ୍କୁ ଆଦେଶ କାର୍ଯ୍ୟକାରି କରିବାକୁ କୁହାଗଲା । କୁହାଯାଏ ଆଦେଶ ପାଇ କାଶିମ ରାଜ ସିଂହାସନ ରୁ ଓହ୍ଲାଇ ଆସିଲା ଓ ନିଜେ ଆଦେଶ କିପରି କାର୍ଯ୍ୟକାରି ହେବ ବ୍ୟବସ୍ଥା କରାଇଲା । ଗୋରୁ ଚମଡା ମୁଣିରେ ପଶିଲା ପରେ ତାହାକୁ ସିଲାଇ କରାଗଲା ଓ ଜାହାଜ ରେ ଦାମସ୍କସ୍ କୁ ପଠାଇ ଦିଆଗଲା । ସେଠାରେ ପହଂଚିବା ଆଗରୁ ତାର ମୃତୁ୍ୟ ଘଟିଲା । ପରେ ସତ କଥା ଜଣା ପଡିଲା । ରାଜକୁମାରୀ ମାନେ ମିଥ୍ୟା ଆରୋପ କରିଛନ୍ତି । ଖଲିପା କ୍ରୋଧାନ୍ୱିତ ହୋଇ ଦୁଇ ରାଜକୁମାରୀ ଙ୍କ ବାଳ କୁ ଘୋଡା ପଛରେ ବାନ୍ଧି ଘୋଡା ଦଉଡାଇ ଦେଲେ । ସେମାନଙ୍କର ମୃତୁ୍ୟ ଘଟିଲା । କାଶିମର ମୃତୁ୍ୟ ପରେ ଇସଲାମର ପ୍ରସାର ବାଧାପ୍ରାପ୍ତ ହେଲା । ଭାରତ ମୂଳ ଭୂଖଣ୍ଡର ଚାଲୁକ୍ୟ ରାଜା ନାଗାଦିତ୍ୟ ସେମାନଙ୍କୁ ବାଧା ଦେବାରେ ସଫଳ ହୋଇଥିଲେ । ସେହିଦିନ ଠାରୁ ସିନ୍ଧୁ ରୁ ସବୁଦିନ ପାଇଁ ହିନ୍ଦୁ ରାଜତ୍ୱ ର ସମାପ୍ତି ଘଟିଲା । ଏହାର ଉଦ୍ଧାର ପାଇଁ କୌଣସି ଉଦ୍ୟମ ହୋଇନଥିଲା । ସ୍ୱାଧିନତା ପରେ ଏହା ପାକିସ୍ଥାନ ର ଅନ୍ତର୍ଗତ ହେଲା । ହିନ୍ଦୁମାନେ ଭାରତ କୁ ପଳାଇ ଆସିଲେ । ବିହାର ଓ ୟୁପି ରୁ ମୁସଲ୍ମାନ୍ ମାନେ ସେଠାକୁ ଚାଲିଗଲେ । ସେହି ଇସଲାମି ଶରଣାର୍ଥୀ ମାନେ ନିଜକୁ କ୍ୱାମି ମୋଜାହିର ବୋଲି ପରିଚୟ ଦେଲେ । ସ୍ଥାନିୟ ଅଧିବାସୀ ମାନଙ୍କ ସହ ସେମାନଙ୍କର ସବୁବେଳେ ବିବାଦ ଲାଗିରହିଲା । ସିନ୍ଧୁ ର ରାଜଧାନୀ କରାଚି ରେ ସବୁବେଳେ ହାଣକାଟ୍ ଲାଗିଲା । ମୋଜାହିର ମୁଖ୍ୟ ଅଲତାର ହୁସେନ ଦେଶ ଛାଡି ବିଦେଶକୁ ପଳାଇଲେ । ସିନ୍ଧୁ ରେ ଭାରତିୟ ମାନଙ୍କର ପରାଜୟ ଆମର ଚରମ ଅକ୍ଷମତା ଓ ସାମରିକ ଦୁର୍ବଳତାର ସଙ୍କେତ ଥିଲା । ସେହି କଳାଦାଗ କୁ ଆମେ ଏପର୍ଯ୍ୟନ୍ତ ମଧ୍ୟ ଲିଭାଇ ପାରିନାହୁଁ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published.