ନୂଆ ପେନସନ ଯୋଜନା

ଭୁବନେଶ୍ୱର, (ଆଇଏନ୍ଏସ୍): ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ଏପ୍ରିଲ ୨୦୨୦ ମସିହାରୁ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ଅବସର ଦିନ ପେନସନ ଦିଆଯିବ । ସେଥିପାଇଁ ସଫ୍ଟୱେୟାର ପ୍ରସ୍ତୁତ କରାଯାଇଛି । କିନ୍ତୁ ଏହା କଣ ସମ୍ଭବ? କ୍ଷେତ୍ର କର୍ମଚାରୀଙ୍କ ସର୍ଭିସ ବୁକ ଅପଡେଟ କିରାଣୀଙ୍କ ଦୟା ଉପରେ ନିର୍ଭର କରେ । ସରକାରୀ ଅଧିକାରୀ ବିଶେଷ କରି ଜିଲ୍ଲାପାଳମାନେ କହିପାରିବେ କି ସେମାନଙ୍କ ଜିଳ୍ଲାରେ କାମ କରୁଥିବା କର୍ମଚାରୀଙ୍କ ସର୍ଭିସ ବୁକ ଏଚଆରଏମଏସରେ ଲୋଡ ହୋଇଛି କି? ଯଦି କାହାର ହୋଇ ନାହିଁ, ତେବେ ସେଥିପାଇଁ କାହାଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯଦି ଚାକିରି ବହି ଠିକ ନାହିଁ ତେବେ ପେନସନ କିପରି ମଂଜୁର କରାଯିବ? ଏହା କେବଳ ସଚିବାଳୟରେ କାମ କରୁଥିବା ଅଫିସରଙ୍କ କ୍ଷେତରେ ସତ୍ୟ ହୋଇପାରେ । କ୍ଷେତ୍ର କର୍ମଚାରୀଙ୍କ କ୍ଷେତ୍ରରେ ନୁହେଁ । ସଚିବାଳୟରେ ବା କେତେଜଣ କାମ କରୁଛନ୍ତି? ସବୁ ସରକାରୀ କର୍ମଚାରୀ ଯେପରି ଏଭଳି ସୁବିଧା ପାଇ ପାରିବେ, ତାର ବ୍ୟବସ୍ଥା କରନ୍ତୁ । ଯେଉଁ କ୍ଷେତ୍ର କର୍ମଚାରୀଙ୍କ ସର୍ଭିସ ବୁକ ଠିକ ନାହିଁ, ସେଥିପାଇଁ ଜିଲ୍ଲାପାଳଙ୍କୁ ଦାୟି କରାଯାଉ ।
କ୍ଷେତ୍ର କର୍ମଚାରୀଙ୍କ ସର୍ଭିସବୁକ ଠିକ ନରହିବାର କାରଣ ହେଉଛି, ସ୍ୱଳ୍ପ ବେତନଭୋଗୀ କର୍ମଚାରୀଙ୍କ ବାରମ୍ବାର ବଦଳି । ଗ୍ରେଡ ପେ ୪୨୦୦ ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀଙ୍କୁ ଜିଳ୍ଲା କ୍ୟାଡରଭୁକ୍ତ କରନ୍ତୁ । ସେମାନଙ୍କୁ ରାଜ୍ୟ କ୍ୟାଡରଭୁକ୍ତ କରାନଯାଉ । ଏହା ଦ୍ୱାରା ସ୍ୱଳ୍ପ ବେତନଭୋଗୀ କର୍ମଚାରୀମାନେ ଜିଲ୍ଲା ଭିତରେ କାମ କରିବେ ଏବଂ ତାଙ୍କ ଚାକିରି ଜିଲ୍ଲା ଭିତରେ ସୀମିତ ରହିଲେ କାମ କରିବାର ପରିବେଶ ଅଧିକ ଦୃଢ ହେବା ସହିତ ସେମାନେ ମାନସିକ ଯନ୍ତ୍ରଣାରୁ ରକ୍ଷା ପାଇବେ । କାରଣ ପ୍ରତିବର୍ଷ ଜୁନ ମାସରେ କୃଷି, ଶିକ୍ଷା,ସ୍ୱାସ୍ଥ୍ୟ ବିଭାଗରେ ବଦଳି ନେଇ କିଭଳି ଅବସ୍ଥା ସୃଷ୍ଟି ହୁଏ ତାହା ସରକାର ବାହାଦୂର ଜାଣିବା ଦରକାର । ଯଦି ନିଦେ୍ର୍ଦଶାଳୟକୁ ସଚିବାଳୟରେ ମିଶାଇ ଦିଆଗଲା, ତେବେ ଗ୍ରେଡ ପେ ୪୨୦୦ ପାଉଥିବା କର୍ମଚାରୀଙ୍କ ଜିଲା୍ଭୁକ୍ତ କରିଦିଆଯାଉ । ତାହାହେଲେ ପେନସନ ଦେବା ସହଜ ହେବ । ଏ ବିଷୟରେ ପରିବର୍ତୀ ସଂଖ୍ୟାରେ ।

Leave a Reply

Your email address will not be published.