ପରିଚାଳକଙ୍କ ଧୃତ ବୁଦ୍ଧି ଯୋଗୁ ରାତିରେ ଦୂର୍ଘଟଣା ବୃଦ୍ଧି
ଜଗତସିଂହପୁର, (ଆଇଏନ୍ଏସ୍): ଦୈତାରୀରୁ ପାରାଦୀପକୁ ଲମ୍ବିଥିବା ଜାତୀୟ ରାଜପଥ ୫(କ)ରେ ଦିନରାତି ମାଲବାହୀ ଟ୍ରକ ଗୁଡିକର ଲମ୍ବା ଧାଡି ଲାଗୁଛି । ଚଣ୍ଡିଖୋଲ ଠାରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତରେ ଯିବା ଆସିବ ମୁସକିଲ ହୋଇ ପଡୁଛି । ଦୀର୍ଘ ସମୟଧରି ରାସ୍ତା କଡରେ ଟ୍ରକ ଗୁଡିକ ଛିଡା ହୋଇ ରହିବା ଫଳରେ ଅକାଳରେ ଜୀବନ ଦୀପ ଲିଭି ଯାଉଛି । ଦିନ ବେଳା ଧାଡିରେ ଗଡୁଥିବା ଗାଡି ଅନ୍ଧାର ହେବା ମାତ୍ରେ ଧାଡି ଭାଙ୍ଗି ଦୃତ ଗତିରେ ଯାଉଛନ୍ତିି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଜେସିସି ନାମକ ସଂସ୍ଥାର ପେଟ୍ରୋଲିଂ ଦାଇତ୍ୱରେ ଥିବା ପରିଚାଳନାକାରୀଙ୍କ ଗାଡି ଧାଡି ଭାଙ୍ଗି ଡାହାଣ ପଟ ରାସ୍ତାରେ ଗତିକରୁଛି । ତେଣୁ ମାସକୁ ଛୋଟ ବଡ ପ୍ରାୟ ୨୫ ରୁ ଉର୍ଦ୍ଧ ଦୂର୍ଘଟଣା ଘଟିବା ସହ ଅନେକ ଲୋକ ମୃତୁ୍ୟ ମୁଖରେ ପଡୁଛନ୍ତି । ଗତ ଶନିବାର ଟିକରପଙ୍ଗା ଛକଠାରେ ଦିପ୍ତି ରଞ୍ଜନ ରଥ ଦୂର୍ଘଟଣାରେ ଗୁରୁତର ହୋଇ ଚେତା ସୂନ୍ୟ ଭାବେ କଟକରେ ଚିକିସôିତ ହେଉଥିବା ବେଳେ କିଛି ଦିନ ପଟ୍ଟାମୁଣ୍ଡାଇ ଅଂଚଳର ତଳେ ଜଣେ ଏକ୍ସ ଆରମି ମଧ୍ୟ ମୃତୁ୍ୟବରଣ କରିଥିଲେ । ସପ୍ତାହ ତଳେ ଏକ ଘରୋଇ ବସ୍ ଦୂର୍ଘଟଣାର ଶୀକାର ହୋଇଥିଲା । ଘଟଣାରୁ ଯାହା ଜଣା ପଡିଛି କିଛି ମାସ ପୂର୍ବେ ରାସ୍ତା ଯାମ୍ ରହିବାରୁ ଅନେକ ସମସ୍ୟା ଦେଖା ଦେଇଥିଲେ । ତେଣୁ ପାରାଦୀପରେ ଥିବା ଟ୍ରକ ମାଲିକ ମାନଙ୍କର ସଂଘ ଗୁଡିକ ମିଳିତ ହୋଇ ମିଳିତ କମିଟି (ଜେସିସି) ମା୍ମମରେ ରାସ୍ତା ସମସ୍ୟା, ଯାମ୍ ହଟେଇବାକୁ ସ୍ଥିର କରିଥିଲେ । ଯାହା ଦୁଇ ଜିଲ୍ଲାର ପୁଲିସ ପ୍ରଶାସନ ସହିତ ମଧ୍ୟ ଆଲୋଚନା କରାଯାଇଥିଲା । ତେଣୁ ରାସ୍ତା ଭିଡ କରୁଥିବା, ଦୃତ ଗତିରେ ଯାଉଥିବା ଗାଡି ଗୁଡିକ ଉପରୁ ପୋଲିସ୍ ର ଦାଇତ୍ୱ କମିଥିଲା । ଜେସିସି ତରଫରୁ ବୋଲେରୋ ଗାଡିରେ କିଛି ଆଗଧାଡିର ସଦସ୍ୟ ପଇନ୍ତରା ମାରି ଗାଡିଗୁଡିକୁ ନଜର ରଖିବା ପାଇଁ ସ୍ଥିର କରାଯାଇଥିଲା । ଯଦି କୌଣସି ଗାଡି ଓଭର ଟେକ୍ କରିବ ତାକୁ ଦଣ୍ଡିତ କରାଯିବାର ବିଦ୍ଧି ରହିଥିଲା । ହେଲେ ଯେଉଁମାନେ ପଇଁତରା ମାରୁଛନ୍ତି ସେମାନେ ନିଜ ଗାଡିକୁ ତଥା ପ୍ରୀୟା ପ୍ରୀତି ଲୋକଙ୍କ ଠାରୁ ହାତ ଛପେଇ ମାଲ ଧରି ଡାହାଣରେ କାଟି ଆଗୁଆ ଗାଡି ପଠାଇବାକୁ ଦୈନିକ ବ୍ୟବସ୍ଥା କରୁଥିବା ଯାଣିବାକୁ ମିଳିଛି । ଯାହା ଫଳରେ ତରବରିଆ ହୋଇ ସେହି ଗାଡି ଗୁଡିକ ଡାହାଣରେ ଦୃତ ଗତିରେ ଯିବାରୁ ଦୂର୍ଘଟଣା ଘଟୁଛି । ଜେସିସିର ସଦସ୍ୟମାନେ ଏହି ଭଳି ଟାଳ ଟୋଳ ନୀତି ଅବଲମ୍ବନ କରି ନିଜର ଫାଇଦା ନେବାରୁ ସ୍ଥାନୀୟ ଗ୍ରାମର ଗାଡି ମାଲିକଙ୍କ ସହିତ ନିଇତି ଝଗଡା ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ତତ୍ ସହିତ ଅନେକ ସମୟରେ ବାହାର ଜିଲ୍ଲାର ଗାଡିକୁ ଏମାନେ ମିଛ ଅଭିଯୋଗରେ ହଇରାଣ କରିବାରୁ କଳା ତାଲିକା ଧମକ ଦେଖାଇ ବାରୁ ସେଥିପାଇଁ ମ୍ମ ଝାମେଲା ହେଉଛି । ଏଠି ସାଧାରଣରେ ପ୍ରଶ୍ନ ଉଠେ, ଜେସିସି କିଏ? ସେ କ’ଣ ଦେଶର ସମ୍ବିଧାନ ଠାରୁ ଅନ୍ୟ ଏକ ସ୍ୱତନ୍ତ୍ର ନୀୟମ ତିଆରି କରିଛନ୍ତି? ଅନ୍ୟ ଜିଲ୍ଲାର ଗାଡି ଗୁଡିକୁ ହଇରାଣ କରିବା ସହିତ ନିଜ ସମ୍ପର୍କୀୟ ମାନଙ୍କ ଗାଡିକୁ ଆଗରେ ମାଲ ଖଲାସି କରାଇବା ପାଇଁ ଠିକା ନେଇଛନ୍ତି । ଅନ୍ଧାରରେ ହାତ ଗୁଞ୍ଜାନେଇ ଜଣକୁ ମାରି ଜଣକୁ ତାରବା ନ୍ୟାଏରେ ଏଭଳି କରୁଛନ୍ତି ବୋଲି ଛକ ବଜାରରେ ଆଲୋଚନା ହେଉଛି । ତେବେ ଏଠାରେ ପ୍ରଶ୍ନ ଉଠେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ କଣ କରୁଛି । ନିସ୍ତବ୍ଧ ରାତିରେ ପେଟ୍ରୋଲିଂ କରୁଥିବା ପୁଲିସ ବେଆଇନ ଧାଡି ଭଙ୍ଗ କରୁଥିବା ଜେସିସି ସମ୍ପର୍କିୟଙ୍କ ଗାଡିକୁ ଛାଡି ବାହାରର ଗାଡିକୁ ହଇରାଣ କରୁଥିବା ସାଧାରଣରେ ମଧ୍ୟ ଅଭିଯୋଗ ହେଉଛି । ଗୋଟିଏ ପଟରେ ପୁଲିସ ଜେସିସି ଉପରେ ରାସ୍ତାର ଶାନ୍ତି ଶୃଙ୍ଖଳା ଦାଇତ୍ୱ ଦେଇଛି । ଅନ୍ୟପଟେ ବେଆଇନ କରୁଥିବା ଧୃତ ବ୍ୟକ୍ତିଙ୍କ ଗାଡିକୁ ଛାଡି ବାହାର ଜିଲ୍ଲା ଗାଡିକୁ ହଇରାଣ କରୁଛି । ଫଳରେ ପୁଲିସ ଗାଡି ଆସୁଥିବା ଭୟରେ ବାହାର ଜିଲ୍ଲାର ଗାଡି ଡ୍ରାଇଭର ହଡବଡ ହୋଇ ଏଣେ ତେଣେ ଗାଡି ଚଢାଇ ଦେଉଛି । ସେଥି ପାଇଁ ଦୂର୍ଘଟଣା ବଢୁଛି । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ଗୋଟିଏ ପଟ ରାସ୍ତାରୁ ଅଧେ କବଜା କରି ଗାଡି ହଟେଇବାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଅଂଚଳରେ ଦାବି ହେଉଛି ।