ଲୋକସେବା ଭବନକୁ ପାସ୍ ପାଇବାରେ ଅଯଥା ବିଳମ୍ବ!
ଭୁବନେଶ୍ୱର, (ଆଇଏନ୍ଏସ୍): ଲୋକସେବା ଭବନ ବା ସଚିବାଳୟକୁ ପାସ(ପ୍ରବେଶ ପାଇଁ) ହୋମ (ସ୍ୱରାଷ୍ଟ୍ର)ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥାଏ । ବିଭିନ୍ନ ବର୍ଗର ଲୋକମାନଙ୍କୁ ବାର୍ଷିକ ପାସ ସଂପୃକ୍ତ ବିଭାଗର ସୁପାରିସ କ୍ରମେ ପ୍ରଦାନ କରାଯାଇଥାଏ । ଆଗରୁ ବିଭିନ୍ନ ବିଭାଗ ପକ୍ଷରୁ ଆସୁଥବବା ସୁପାରିସ ଅନୁସାରେ ମାତ୍ର ତିନିଦିନ ମଧ୍ୟରେ ପାସ୍ ଯୋଗାଇ ଦିଆଯାଉଥିବା ବେଳେ ଏବେ ମାସକରୁ ଅଧିକ ସମୟ ଲାଗୁଛି । ଏମିତି କି ଚଳିତ ଡିସେମ୍ବର ପ୍ରଥମ ସପ୍ତାହରୁ ଆସିଥିବା ସୁପାରିସ ଅନୁଯାୟି ହୋମ ବିଭାଗ ଆଜି ପର୍ଯ୍ୟନ୍ତ ପାସ୍ ପ୍ରଦାନ କରି ପାରି ନାହିଁ । ଯାହାଫଳରେ ବିଭିନ୍ନ ବର୍ଗର ଲୋକମାନେ ସଚିବାଳୟ ମଧ୍ୟକୁ ପ୍ରବେଶ କରିପାରୁନଥିବାରୁ ବହୁ ଜରୁରି କାମ ଅଟକି ଯାଉଛି । ପଚାରିଲେ ବିଳମ୍ବର କୌଣସି ସନ୍ତୋଷଜନକ ଉତର ମିଳୁ ନାହିଁ ।
ଏହା କ’ଣ ୫-ଟିର ଅନ୍ୟତମ ପଦକ୍ଷେପ? ଏଠାରେ ପ୍ରକାଶ କରାଯାଇପାରେ ଯେ, ସରକାରଙ୍କ ୫-ଟି ପ୍ରଥମ ଦିନରୁ ହୋମ ବିଭାଗରେ କାର୍ଯ୍ୟକାରି କରାଯାଇ ଆସୁଛି । ସଚିବାଳୟରେ ଆଲୋଚନା ଚାଲିଛି, ୫-ଟି କାର୍ଯ୍ୟକାରୀ ହେବା ପରେ କାମ ଧିମା ହେଉଛି ଖୋଦ ସଚିବାଳୟରେ! ଲୋକସେବା ଭବନକୁ ପାସ୍ ପାଇବାରେ ଅଯଥା ବିଳମ୍ବ!