ଓଡିଶା ହସ୍ତଶିଳ୍ପ ନିଗମ କର୍ମଚାରୀଙ୍କ ଅସନ୍ତୋଷର ସମାଧାନ ପାଇଁ ଉଦ୍ୟମ ହେଉ

ଭୁବନେଶ୍ୱର, (ଆଇଏନ୍ଏସ୍): ଓଡିଶା ହସ୍ତଶିଳ୍ପ ନିଗମ ଓଡିଶାର ବିଭିନ୍ନ କାରୁକାର୍ଯ୍ୟ ଓ ଶାଢୀକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଓଡିଶା ଓ ଏହାର ବାହାରେ ବିଭିନ୍ନ ସହରମାନଙ୍କ ଖୋଲିଥିବା ଉକ୍ରଳିକାର ସୋ ରୁମ ବେଶ ଆଦର ଲାଭ କରିଛି । ହେଲେ ଏହାର କର୍ମଚାରୀମାନେ ସବୁବେଳେ ଅବହେଳାର ଶିକାର ହୋଇ ଆସୁଛନ୍ତି । ରାଜ୍ୟ ସରକାର ସେମାନଙ୍କ କର୍ମଚାରୀମାନଙ୍କୁ ସ ବିଭିନ୍ନ ନିଗମର କର୍ମଚାରୀମାନଙ୍କୁ ସପ୍ତମ ବେତନ କମିାନଙ୍କ ସୁପାରିଶ ଅନୁଯାୟି ଦରମା ଦେବାକୁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଏଇ ନିଗମର କର୍ମଚାରୀମାନଙ୍କୁ ସପ୍ତମ ବେତନ କମିାନଙ୍କ ସୁପାରିା ହାରରେ ଦରମା ଦେବାତ ଦୂରର କଥା ଷଷ୍ଠ ବେତନ କମିାନଙ୍କ ଅନୁସାରେ ମହଙ୍ଗା ଭତା ମଧ୍ୟ ଦିଆଯାଉ ନାହିଁ । ଯାହଫଳରେ ଏହାର କର୍ମଚାରୀମାନେ ଘୋର ଦୁର୍ଦ୍ଧିନ ଭିତରେ କାଳାତିପାତ କରୁଛନ୍ତି ।
ଘଟଣାରୁ ଜଣା ପଡିଛି ଯେ ନିଗମର କର୍ମଚାରୀମାନଙ୍କୁ ଷଷ୍ଠ ବେତନ କମିଶନଙ୍କ ଅନୁସାରେ ଏବେ ମାତ୍ର ୭୫ ଭାଗ ମହଙ୍ଗା ଭତା ମିଳୁଥିବା ବେଳେ ଆହୁରି ୬୦ ଭାଗ ଭତା ଦିଆଯାଉ ନାହିଁ । ଏଇ ମହଙ୍ଗା ଭତାା ଦେବା ପାଇଁ ନିଗମର ପରିଚାଳନା ନିଦେ୍ର୍ଦଶକ ହସ୍ଶିଳ୍ପ ନିଦେ୍ର୍ଦଶକଙ୍କୁ ଲେଖିଥିଲେ ମଧ୍ୟ ତାହାକୁ ସରକାର ବିଚାର କରୁ ନାହାନ୍ତି । ଅଥଚ ଅପରପକ୍ଷରେ ଅନ୍ୟ ନିଗମର କର୍ମଚାରୀମାନେ ସପ୍ତମ ବେତନ କମିାନଙ୍କ ସୁପାରିଶ ଆଧାରରେ ଦରମା ଓ ବକେୟା ପାଇସାରିଲେଣି ।
ଇତି ମଧ୍ୟରେ ନିଗମର ପରିଚାଳନା ନିଦେ୍ର୍ଦଶକଙ୍କର ବଦଳି ହୋଇ ଯାଇଛି । ସରକାରଙ୍କ ପକ୍ଷରୁ ଏଇ ନିଗମ ପ୍ରତି ବୈମାତୃକ ମନୋଭାବ ନିଗମକୁ ୁପରକୁ ଉଠାଇପାରୁ ନାହିଁ । ପୂର୍ବରୁ ନିଗମର କର୍ମଚାରୀମାନଙ୍କୁ ବ୍ୟାଙ୍କ ବରୋଦା ମୁଖ୍ୟଶାଖା ମାଧ୍ୟମରେ ଦରମା ଦିଆଯାଉଥିଲା । ମାତ୍ର ଏହାକୁ ପରିବର୍ତନ କରାଯାଇ ଖଣ୍ଡଗିରି ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରେ ଏକ ଏାକଉଂଟ ଖୋଲାଯାଇ , ସେଥିରୁ ଚେକ ମା୍ୟ୍ରମରେ କର୍ମଚାରୀଙ୍କ ଦରମା ବ୍ୟାଙ୍କ ଅଫ ବରୋଦାରେ ଡିପୋଜିଟ କରାଯାଉଛି । କଣ ପାଇଁ ଏପରି କରାଯଇଛି, ତାହା ଜଣା ପଡି ନାହିଁ । ଯାହାଫଳରେ କର୍ମଚାରୀମାନେ ଦରମା ପାଇବାରେ ୬/୭ ଦିନ ଅଧିକ ଡେରି ହୋଇ ଯାଉଛି । ଦରମା ପାଇଁ କେଉଁ କାରଣରୁ ଦୁଇ ଦୁଇଟା ଖାତା ଖୋଲାଯାଇ ଅଯଥା ବିମ୍ବ କରାଯାଉଛି ତାହା କେବଳ ଅଧିକାରୀମାନଙ୍କୁ ଜଣା ।
ସରକାର ଏଇ ନିଗମ ଉପରେ ଦୃଷ୍ଟି ଦେଇ ତୁରନ୍ତ ସପ୍ତମ ବେତନ କମିାନଙ୍କ ସୁପାରିଶ ଆଧାରରେ ଦରମା ଦେବାକୁ କର୍ମଚାରୀ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ ସରକାର ଦୃଷ୍ଟି ନଦେବା ଫଳରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋେ ପ୍ରକାଶ ପାଇଛି । ହସ୍ତଶିଳ୍ପ ବିଭାଗ ଏହାକୁ ଗୁରୁତ୍ୱ ଦେବାକୁ ଦାବି ହେଉଛି ।

Leave a Reply

Your email address will not be published.