ପୃଥିବୀର ବୃହତମ ଦଳରେ ପରିଣତ ହୋଇଛି ବିଜେପି

ଡାକ୍ତର ସୁରେନ୍ଦ୍ର ନାଥ ଦାଶ
ପାର୍ଲିଆମେଂଟର ଉଭୟ ଗୃହରେ ନାଗରୀକ ସଂଶୋଧନ ବିଲ କୁ ବହୁମତରେ ପାସ କରାଇ ବି.ଜେ.ପି ସଭାପତି ଶ୍ରୀଯୁକ୍ତ ଅମିତ ଶାହା, ଘୋଷଣା କଲେଯେ, ବିଜେପି ଦଳ ତାର ଐତିହାସିକ କର୍ତବ୍ୟ ସଂପାଦନ କଲା । ସେହି କର୍ତବ୍ୟ ଟି ହେଉଛି ହଜାର ବର୍ଷ ପରେ ଭାରତର ହିନ୍ଦୁ ମାନେ ଅନୂଭବ କଲେ ଯେ, ସେମାନେ ଅସହାୟ ନୁହଁନ୍ତି । ୭୧୨ ମସିହାର ସିନ୍ଧୁ ଅଭିଯାନ ଠାରୁ ୧୯୪୬ ମସିହାର ଗ୍ରେଟ କଲିକତା ଓ ନୁଆଖାଲି ର ହତ୍ୟାକାଣ୍ଡ ପର୍ଯ୍ୟନ୍ତ ସେମାନେ ଯେଉଁ ନିର୍ଯାତନାର ଶିକାର ହୋଇଛନ୍ତି, ତାହା ନିକଟରେ ନାଜୀ ମାନଙ୍କର ଇହୁଦି ନିର୍ଯାତନା କିଛିନୁହେଁ । ସ୍ୱାଧିନତା ପରେ ସଂଖ୍ୟାଲଘୁଙ୍କ ଭୋଟ ହାତେଇବା ପାଇଁ କଂଗ୍ରେସ ସରକାର ହିନ୍ଦୁ ମାନଙ୍କୁ ଭାରତର ଦ୍ୱିତୀୟ ଶ୍ରେଣୀ ନାଗରିକ ଅବସ୍ଥାକୁ ଠେଲି ଦେଲେ, ଏପରିକି ଗୋଧ୍ରା ଟ୍ରେନ ପୋଡି ଘଟଣାରେ ୫୮ ଜଣ ହିନ୍ଦୁଙ୍କୁୁ ପୋଡି ମାରିଦିଆଗଲେ ମଧ୍ୟ ସେମାନଙ୍କୁ ସମବେଦନା ନଜଣାଇ ସେହି ଘଟଣାକୁ କିପରି ଏକ ଦୁର୍ଘଟଣାର ରୂପ ଦିଆଯିବ ତାର ଚେଷ୍ଟା କରାଗଲା । ୧୯୫୧ ମସିହା ଅକ୍ଟୋବର ୨୧ ତାରିଖ ବିଜୟା ଦଶମି ଦିନ କଂଗ୍ରେସ ଶାସନରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଜନସଂଘ ନାମରେ ଏକ ନୂତନ ସର୍ବଭାରତୀୟ ରାଜନୈତୀକ ଦଳ ପ୍ରତିଷ୍ଠା କରାଗଲା । ନିକଟରେ ନେହେରୁଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିବା ଡକ୍ଟର ଶ୍ୟାମ ପ୍ରସାଦ ମୂଖାର୍ଜୀ ଏହି ଦଳର ସଭାପତି ହୋଇଥିଲେ । ଏହାର ସାଂଗଠନିକ କାର୍ଯ୍ୟ ପାଇଁ ଆର ଏସ୍.ଏସ୍ ର ସଭାପତି ଗୁରୁ ଗ୍ୱୋଲୋକର କିଛି ପ୍ରଚାରକଙ୍କୁ ପଠାଇଲେ । ଏକ ପ୍ରଜ୍ୱଳିତ ମାଟି ପ୍ରଦ୍ୱୀପ ଏହାର ନିର୍ବାଚନୀ ସଙ୍କେତ ଥିଲା । ଡକ୍ଟର ମୂଖାର୍ଜୀ ସେଦିନ ଘୋଷଣା କଲେ, ପ୍ରଦ୍ୱୀପର ଆଲୋକ ଭାରତର କୋଣ ଅନୁକୋଣକୁ ଆଲୋକିତ କରିଦେବ । ସେ ବଜ୍ର ଗମ୍ଭୀର କଣ୍ଠରେ ଘୋଷଣା କରିଥିଲେ, “ଆଇ ଉଇଲ କ୍ରଶ ଦି କ୍ରଶିଙ୍ଗ୍ ଫୋର୍ସ”ା ୧୯୫୨ ମସିହା ନିର୍ବାଚନ ରେ ଏହା ୩ଟି ପାର୍ଲିଆମେଂଟ ସ୍ଥାନ ପାଇଥିଲା । ୧୯୫୩ ମସିହାରେ କାଶ୍ମିର ଘାଟିରେ ଏକ ଆନେ୍ଦାଳନ କରିବାକୁ ଯାଇ ଡକ୍ଟର ମୂଖାର୍ଜୀ ସେଠାରେ ଗିରଫ ହେଲେ ଓ ଏକ ରହସ୍ୟମୟ ଅବସ୍ଥା ରେ ଜେଲରେ ତାଙ୍କର ମୃତୁ୍ୟ ଘଟିଲା । ଡକ୍ଟର ମୂଖାର୍ଜୀ ଥିଲେ ଜନସଂଘର ଏକମାତ୍ର ସର୍ବଭାରତୀୟ ନେତା । ତାଙ୍କ ପରେ ଜନସଂଘ ର ନେତୃତ୍ୱ ସଂକଟ ଦେଖାଗଲା । ଏହି ସମୟରେ ଦଳରେ ଦୀନଦୟାଲ ଉପାଧ୍ୟାୟଙ୍କର ଆର୍ବିଭାବ ଘଟିଲା । ଦୀନଦୟାଲ ଦଳ କୁ ଏକ ନୂତନ ଦିଗ୍ଦର୍ଶନ ଦେଲେ । ତାହା ହେଲା ଇଂଟେଗ୍ରାଲ ହୁ୍ୟମାନିଜମ୍ ଓ ଅନ୍ତୋଦୟ । ଏକ ଦେଶ, ଏକ ଆଇନ ଓ ସ୍ୱଦେଶୀ ଭାବନା ଦଳର ନୀତି ବୋଲି ଘୋଷଣା କରାଗଲା । “ସବକେ ସାଥ ସବକେ ବିକାଶ” ଦଳର ଲକ୍ଷ୍ୟ ବୋଲି କୁହାଗଲା । ନୀତି ହିଁ ହେଉଛି ଦଳର ଆତ୍ମାଭଳି । ନୀତି ହିନ ରାଜନୀତି ଦେଶପାଇଁ କ୍ଷତିକାରକ । ଏହି ସମୟ ରେ ଅନେକ ଚିନ୍ତାଶୀଳ ବ୍ୟକ୍ତି ଦଳରେ ଯୋଗ ଦେଇଥିଲେ । ସେମାନେ ହେଲେ ଅଟଳ ବିହାରି ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ବଳରାଜ ମାଧୋକ, ନାନାଜି ଦେଶମୁଖ, କେଶୁଭାଇ ଥାକେର, କୈଳାଶ ପତି ମିଶ୍ର, କେଦାର ନାଥ ସାହାଣି, ବିଜୟ ମାଲହୋତ୍ରା, ସୁନ୍ଦରଲାଲ ଭଣ୍ଡାରୀ, ରାଜମାତା ବିଜାୟାରାଜେ ସିନ୍ଧିଆ, ଭୈରନସିଂ ଶେଖୱାତ, ଆର.କେ.ମାଲକାନୀ, ସୁନ୍ଦରଲାଲ ପଟୱା, ଜେପି ମାଥୁର, ଭାଇ ମହାବିର ପ୍ରଧାନ । ଏହି ନେତା ମାନେ ସମସ୍ତେ ଉତ୍ସର୍ଗୀକୃତ କର୍ମୀ ଥିଲେ ଓ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିଥିଲେ ଯାହା‘ଳରେ ବି.ଜେ.ପି ଆଜି ପୃଥିବୀର ବୃହ³ମ ରାଜନୈତିକ ଦଳର ମାାନ୍ୟତା ପାଇଛି ।
୧୯୬୭ ମସିହାରେ କଂଗ୍ରସ ଦଳର ବିପର୍ଯ୍ୟୟ ଆରମ୍ଭ ହେଲା । ପାର୍ଲିଆମେଂଟ ରେ ସ୍ୱଳ୍ପ ସଂଖ୍ୟା ଗରିଷ୍ଠତା ଦଳ ପାଇଲେ ମଧ୍ୟ ପାଖାପାଖି ଆଠ ଟି ରାଜ୍ୟ ରେ ଏହା କ୍ଷମତାରୁ ଗଲା । କଂଗ୍ରେସ ସଭାପତି କାମରାଜ ମାନ୍ଦ୍ରାଜର ଜଣେ ଛାତ୍ର ନେତା ଦ୍ୱାରା ପରାସ୍ତ ହେଲେ । ସୋସାଲିଷ୍ଟ, ବି.ଜେ.ଡି ଓ ସ୍ୱତନ୍ତ୍ର ଦଳ ସହ ଜନସଂଘ ମିଶି ଏସ୍.ଭି.ଡି ଦଳ ଗଠନ କରି ଛଅ ଟି ରାଜ୍ୟ ରେ କ୍ଷମତା ଦାଖଲ କଲେ । ଲୋକ ସଭାରେ ଏମାନେ ୩୪ ଟି ଆସନ ଜିତି ସ୍ୱତନ୍ତ୍ରଦଳ ପଛକୁ ୨ୟ ବୃହତମ ବିରୋଧୀ ଦଳ ହେଲେ । ଭୋଟ ହାରରେ ଏମାନେ କଂଗ୍ରେସ ପଛକୁ ୨ୟ ସ୍ଥାନ ପାଇଲେ । ଠିକ ଏହିସମୟ ରେ ୧୯୬୮ ମସିହା ରେ ଦିନଦୟାଲଜୀଙ୍କର ରହସ୍ୟମୟ ଅବସ୍ଥା ରେ ଟ୍ରେନ୍ ରେ ଗଲାବେଳେ ମୃତ୍ୟୁ ଘଟିଲା ।
ଏହା ପରେ ଦଳର ନେତୃତ୍ୱ ବାଜ୍ପେୟୀ ଓ ଆଡଭାନି ଙ୍କ ଉପରେ ପଡିଲା । ୧୯୭୧ ମସିହାରେ ଭାରତ ରାଜନୀତି ରେ ଏକ ବଡ ପରିବ³ର୍ନ ଆରମ୍ଭ ହେଲା । ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇ ଇନ୍ଦିରା ଗାନ୍ଧି ଲୋକ ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିଦେଲେ । ବଙ୍ଗଳା ଦେଶ ଯୁଦ୍ଧ ପରେ ତାଙ୍କ ପ୍ରଶଂସାରେ ସମସ୍ତେ ଶତମୁଖ ହୋଇପଡିଲେ । ନିଜେ ବାଜପେୟୀ ଇନ୍ଦିରାଙ୍କୁ ଦେବୀ ଦୁର୍ଗା କହି ବଧାଇ ଦେଲେ ।୧୯୭୫ ମସିହାରେ ଇନ୍ଦିରା ଜରୁରୀ ଅବସ୍ଥା ଘୋଷଣା କଲେ । ହଜାର ହଜାର ଲୋକଙ୍କୁ ବିନା ବିଚାରରେ ଜେଲ ପଠା ଗଲା ।ଏହା ବିରୁଦ୍ଧରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଯେଉଁ ଆନେ୍ଦାଳନ ଚାଲିଲା, ବି. ଜେ.ପି ର କର୍ମୀ ଓ ନେତା ମାନେ ସେଥିରେ ଯୋଗଦେଇ ଜେଲ ଗଲେ । ଅନ୍ୟ ବିରୋଧି ଦଳ, ସଂଗଠନ କଂଗ୍ରେସ ଓ ସୋସାଲିଷ୍ଟ ଦଳ ସହ ମିଶି ଜନତା ଦଳ ଗଠିତ ହେଲା । ଦେଶର ହିତ ପାଇଁ ଜନସଂଘ ଦଳକୁ ସମାଧି ଦିଆଗଲା (୧୯୭୭) ଓ ନିର୍ବାଚନ ରେ ଜିତି ସେମାନେ କ୍ଷମତା ଲାଭ କଲେ । ନିର୍ବାଚନ ରେ ସବୁଠାରୁ ଅଧିକ ସ୍ଥାନ ପାଇଥିଲେ ମଧ୍ୟ, ଜନସଂଘ ପ୍ରଧାନ ମନ୍ତ୍ରୀ ପଦବୀ ଦାବି କଲେ ନାହିଁ । ଜନସଂଘ ଛଡା ଅନ୍ୟ ଦଳ ମାନେ ଶୃଙ୍ଖଳିତ ନଥିଲେ । ସେମାନଙ୍କର ଜନ୍ମ କଂଗ୍ରେସ ରୁ ହୋଇଥିଲା । ମାତ୍ର ୨ ବର୍ଷ ପରେ କନ୍ଦଳ ଆରମ୍ଭ ହେଲା ଓ ସରକାର ଭାଙ୍ଗିଗଲା । ଜନସଂଘ ର ଶୃଙ୍ଖଳାରେ ଇର୍ଷାନ୍ୱିତ ହୋଇ ଏପ୍ରିଲ ୨/୧୯୮୦ ରେ ଜନତାଦଳ ସଭାପତି ଚନ୍ଦ୍ରଶେଖର ଏକ ଆଦେଶ ଜାରି କଲେ ଯେ, କୌଣସି ଜନତା ଦଳ ସଭ୍ୟ ଆର.ଏସ.ଏସ.ର ସଭ୍ୟ ହୋଇ ପାରିବେନି । ଯାହାକୁ କୌଣସି ପୂର୍ବତନ ଜନସଂଘ କର୍ମୀ ସହଜରେ ଗ୍ରହଣ କରିପାରିଲେ ନାହିଁ । ସେମାନେ ୨୦ /୦୪/୧୯୮୦ ଦିନ ଜନତା ଦଳ ପରିତ୍ୟାଗ କରି ସର୍ବ ସମ୍ମତି କ୍ରମେ ଏକ ନୂତନ ଦଳ ଗଠନ କଲେ ।ଏହାର ନାମ ଦିଆଗଲା ଭାରତୀୟ ଜନତା ଦଳ । ଏହାର ନିର୍ବାଚନ ସଙ୍କେତ ହେଲା ପଦ୍ମ ଫୁଲ । ସଭାପତି ହେଲେ ଅଟଳ ବିହାରି ବାଜପେୟୀ । ପରେ ଡିସେମ୍ବର ୨୮/୩୦ ରେ ବମ୍ବେର ସମତା ନଗର ଠାରେ ବି.ଜେ.ପି ର ମହା ଅଧିବେଶନ ହେଲା । ଦେଶର ବିଭନ୍ନ ପ୍ରାନ୍ତ ରୁ ୫୦ ହଜାର କର୍ମୀଯୋଗ ଦେଲେ । ଭୁତପୂର୍ବ କଂଗ୍ରେସ ମନ୍ତ୍ରୀ ଏମ୍.ସି. ଚଗଲା ଓ ବିଚାରପତି ଶାହା ସେଦିନ ଯୋଗଦେଇ ଦଳକୁ ଆର୍ଶୀବାଦ ଦେଇଥିଲେ । ଜଷ୍ଟିସ ଚଗଲା ସେଦିନ କହିଥିଲେ ଯେ, ସେ ଆଶା କରନ୍ତି ବିଜେପି ଦଳ ଦେଶକୁ ନିର୍ମଳ ରାଜନୀତି ପ୍ରଦାନ କରିପାରିବ । ବାଜପେୟୀ ତାଙ୍କ ଅଭିଭାଷଣ ରେ କହିଥିଲେ, “ଏ ପାର୍ଟି ଉଇଥ ଏ ଡିଫରେନ୍ସ” । ସେ ଦଳ ପାଇଁ ୫ଟି ସିଦ୍ଧାନ୍ତ ଘୋଷଣା କରିଥିଲେ । ଯଥା ଜାତୀୟତା ଓ ଅଖଣ୍ଡତା, ଗାନ୍ଧିଙ୍କ ସମାଜବାଦ, ବାସ୍ତବ ଗଣତନ୍ତ୍ର, ବାସ୍ତବ ଧର୍ମନିରପେକ୍ଷତା, ମୁଲ୍ୟବୋଧ ଯୁକ୍ତ ରାଜନୀତି । ନୂଆଦଳ ଗଠନ ନେଇ କର୍ମୀ ମାନଙ୍କ ମଧ୍ୟରେ ଅତ୍ୟଧିକ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଆମେରିକାନ୍ ସାମ୍ବାଦିକ କ୍ରଗେବ୍ ସ୍କଟର ନିଜ ବିବରଣୀରେ ଦଳକୁ ପ୍ରଶଂସା କରି ଲେଖିଥିଲେ, “ବି.ଜେ.ପି ହେଉଛି ଏକମାତ୍ର ଭାରତୀୟ ଦଳ ଯାହା ଆଦୌ ଭାଗଭାଗ ହୋଇନାହିଁ”ା ସେଦିନର ୩ଟି ଲୋକସଭା ସଭ୍ୟରୁ ଯାତ୍ରା ଆରମ୍ଭ କରିଥିବା ଜନସଂଘରୁ ବି.ଜେ.ପି ବାଟ ଦେଇ ଲମ୍ବା ପଥ ଅତିକ୍ରମ କରି ଆଜି ପୃଥିବୀର ବୃହତମ ଦଳରେ ପରିଣତ ହୋଇଛି । ଦିନେ ବି.ଜେ.ପି କୁ ଅଛୁଆଁ କହି ଘୃଣା କରୁଥିବା ଦଳ ମାନେ ଆଜି ବି.ଜେ.ପିର ଜ୍ୟୋତି ରେ ମଳିନ ପଡିଯାଇଛନ୍ତି । ସ୍ୱାଧିନତା ପରେ ହିନ୍ଦୁ ସନ୍ଥ ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ଶ୍ରଦ୍ଧାନନ୍ଦ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମାନଙ୍କୁ ହତ୍ୟା କରାଯାଇଛି । ସେଥିପାଇଁ ନିନ୍ଦା କରିବାକୁ ମଧ୍ୟ ସାହାସ ଆମର ନାହିଁ । ଗୋଧ୍ରା ରେଳଷ୍ଟେସନ୍ରେ ୫୯ ଜଣ ହିନ୍ଦୁଙ୍କୁ ପୋଡି ଦିଆଗଲା, ଏ ଘଟଣା ଲୁଚାଇ ଏହାକୁ ଏକ ଦୁର୍ଘଟଣାର ରୁପ ଦିଆଗଲା, କାରଣ ଆମେ ସେକୁଲାର । ପୃଥିବୀରେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି ନିଜ ଧର୍ମ, ନିଜ ସଂସ୍କୃତି କୁ ଭଲ ପାଇବା ଏକ ଅପରାଧ ଓ ସେଇଥି ପାଇଁ ତଥାକଥିତ ବୁଦ୍ଧିଜୀବି ମାନେ ଏବେ ମଧ୍ୟ ସେହି ଦଳକୁ ଛି-ଛି କରିବାକୁ ପଛଉ ନାହାନ୍ତି ।

Leave a Reply

Your email address will not be published.