ବିଜେପି ଆପଣାଛାଏଁ ଲୋକଙ୍କ ପାଖରୁ ଦୂରେଇ ଯାଉଛି କି?

ସୁବାସ ଷଡଙ୍ଗୀ
ନିକଟରେ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ନିର୍ବାଚନରେ କଂଗ୍ରେସ- ଜେଏମଏମ- ଆରଜେଡି ମେଂଟ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲକରି ବିଜେପି ଠାରୁ କ୍ଷମତା ଛଡାଇ ଆଣବାକୁ ସକ୍ଷମ ହୋଇଛି । ଗୋଟିଏ ବର୍ଷ ଭିତରେ ପାଂଚଟି ରାଜ୍ୟରୁ ବିଜେପି ଅପସାରିତ ହୋଇଛି । ସେଗୁଡିକ ହେଲା, ମଧ୍ୟପ୍ରଦୋ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଶେଷରେ ଝାଡଖଣ୍ଡ । କୌଣସି ପ୍ରକାରେ ହରିଆନାରେ କ୍ଷମତାରେ ରହିବାକୁ ସକ୍ଷମ ହୋଇଛି । ଝାଡଖଣ୍ଡରେ ବିଜେପିର ପରାଜୟର କାରଣ ସେଠାକାର ଲୋକମାନେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଉପରେ ଦୁର୍ନିତି ନେଇ କ୍ଷୁବ୍ଧ ଥିବାର କୁହାଯାଉଛି । ଯେଉଁଥିପାଇଁ ମୁଖ୍ୟ ମନ୍ତ୍ରୀ ନିଜେ ପରାଜିତ ହେଲେ । ଝାଡଖଣ୍ଡ ଭଳି ଏକ ଆଦିବାସୀ ବହୁଳ ରାଜ୍ୟରେ ଜଣେ ଅଣଆଦିବାସି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଏବଂ ସେ ଆଦିବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ନ ଦେବା । ଯାହାର ପରିଣାମ ହେଲା ବିଜେପିର ବିଦ୍ରୋହି ନେତା ସରଯୂ ରାୟଙ୍କ ଠାରୁ ନିଜେ ମୁଖ୍ୟମନ୍ତ୍ରୀ ପରାଜିତ ହେବା ।
ଝାଡଖଣ୍ଡ ନିର୍ବାଚନରେ ନିଜେ ମୋଦି – ଅମିତ ଶାହ ପ୍ରଚାର କରିଥିଲେ । ମାତ୍ର ସେ ପ୍ରଚାରରରରେ ଜନଜାତି ଉନ୍ନୟନ, କର୍ମସଂସ୍ଥାନ, ଶିକ୍ଷା, ଦାରିଦ୍ର୍ୟ ଦୂରିକରଣ ଭଳି କୌଣସି ପ୍ରସଙ୍ଗ ନଥିଲା । ଜଳ, ଜମି ଓ ଜଙ୍ଗଲର ଅଧିକାର କଥା ନଥିଲା । ନିର୍ବାଚନର ଫଳାଫଳକୁ ବିଶ୍ଲେଷଣ କଲେ ଜଣାଯାଏ ଝାଡଖଣ୍ଡର ଲୋକମାନେ ଏଭଳି ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଆଉ ବିଜେପି ବିଗତ ପାଂଚବର୍ଷ ଭିତରେ ଏଇ ସବୁ ସମସ୍ୟାର ସମାଧାନ କରିପାରି ନାହିଁ ।
ରାଜ୍ୟର ସମସ୍ୟାଗୁଡିକ ପ୍ରତି ଗୁରୁତ୍ୱ ନଦେଇ କେବଳ ନରେନ୍ଦ୍ର ମୋଦିଙ୍କ ଳୋକ ପ୍ରିୟତାକୁ ଗାଇ ବୁଲିଲେ ନିର୍ବାଚନ ବୈତରଣୀ ପାର ହେବା ସହଜ ନୁହେଁ ଏହା ହେଉଛି ଝାଡଖଣ୍ଡ ନିର୍ବାଚନର ଫଳ । ବିିଜେପି ଚଳିତବର୍ଷ ଲୋକସଭା ନିର୍ବାଚନରେ ଏପରି ଗର୍ବିତ ହୋଇଯାଇଛି ଯେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ହିଁ ସବୁକିଛି ବୋଲି ଧରିନେଇଛି । ବିଜେପି ରାଜ୍ୟର ସମସ୍ୟା କଥା ନ ଉଠାଇ ଜାତୀୟ ପ୍ରସଙ୍ଗ ନେଇ ନିର୍ବାଚନ ଲଢିଲା । ବୋଧହୁଏ ବିଜେପି ଧରି ନେଇଚି, ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଏକ । ମାତ୍ର ଏହା ଠିକ ନୁହେଁ । ବିଧାନସଭା ନିର୍ବାଚନ ସ୍ଥାନୀୟ ପ୍ରସଙ୍ଗକୁ ନେଇ ଲଢାଯାଉଥିଲାବେଳେ ଲୋକସଭା ନିର୍ବାଚନ ଜାତୀୟ ପ୍ରସଙ୍ଗକୁନେଇ ଲଢାଯାଇଥାଏ । ଗତ ଡିସେମ୍ବର ମାସରେ ତିନୋଟି ରାଜ୍ୟରେ ପରାଜୟ
ପରେ ବିଜେପି ବିଧାନସଭା ନିର୍ବାଚନ ନେଇ ଯେତିକି ଯତ୍ନବାନ ହେବା କଥା ହୋଇ ପାରି ନାହିଁ । ବରଂ ଚଳିତ ବର୍ଷ ମେ ମାସରେ ହୋଇଥିବା ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହେବା ପରେ ବିଜେପି ନେତାମାନେ ଧରି ନେଇଛନ୍ତି, ନରେନ୍ଦ୍ର ମୋଦି ହେଉଛନ୍ତି ସବୁ କିଛି । ତାଙ୍କୁ ସାରଭାରତର ଲୋକମାନେ ବିନା ପ୍ରସଙ୍ଗରେ ସମର୍ଥନ କରନ୍ତି । ବିଜେପିର ନେତାମାନେ ବିଶ୍ୱାସ କରନ୍ତି ଭାରତ ପାକିସ୍ଥାନ ସୀମାନ୍ତ, ଯୁଦ୍ଧ, କାଶ୍ମୀର, ଏନଆରସି,ବା ସିଏଏ କରିଦେଲେ ଯେ ଭୋଟ ହୋଇଯିବ ତାହା ନୁହେଁ । ଏହାର ପ୍ରମାଣ ହେଉଛି ଝାଡଖଣ୍ଡ ନିର୍ବାଚନ ।
ଐ;ବ ପ୍ରମାଣିତ ହୋଇଛି ଯେ ଭାରତୀୟମାନେ ଲୋକସଭା ଓ ବିଧାନସଭା ନିର୍ବାଚନ ଭିତରେ ପ୍ରଭେଦ କଣ ତାହା ସୂଚାଇ ଦେଇଛନ୍ତି ।
ଲୋକମାନେ ବିଧାନସଭା ଓ ଲୋକସଭା ନିର୍ବାଚନର ଫରକ ସମ୍ପର୍କରେ ଓଡିଶାରେ ସୂଚନା ଦେଇଥିଲେ । ଗତ ମେ ମାସରେ ହୋଇଥିବା ସାଧାରଣ ନିର୍ବାଚନରେ ଓଡିଶାରୁ ବିଜେପି ଆଠଟି ଲୋକସଭା ଆସନରେ ବିଜୟି ହୋଇଥିଲେ ମଧ୍ୟ ତଦନୁସାରେ ବିଧାନସଭା ଆସନ ପାଇ ନଥିଲା । ମୋଦି ମ୍ୟାଜିକ ବିଧାନସଭା ଆସନ ପାଇଁ କାମ କରିଥିଲା । କିନ୍ତୁ ଲୋକସଭା ପାଇଁ କିଛିମାତ୍ରାରେ କାମ କରିଥିଲା ।

ଏଇ ସବୁ ନିର୍ବାଚନ ଫଳାଫଳ ଦେଖିଲେ ନବୀନବାବୁଙ୍କ କୌଶଳ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ସେ ନିର୍ବାଚନକୁ ଠିକ ଏକ ନିର୍ବାଚନ ବୋଲି ମନେକରନ୍ତି । ବିଧାନସମା ନିର୍ବାଚନ ପୂର୍ବରୁ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ଉପରେ ଓଡିଶାର ଲୋକମାନଙ୍କୁ ଯେଉଁ ଭରସା ଦେଇଥିଲେ ତାହାକୁ ସେ ସାକାର କରିଛନ୍ତି । ଦେଥିପାଇଁ ଓଡିଶାର ଲୋକମାନେ ଅନ୍ୟମାନଙ୍କ୍ କଥାରେ ଢଳି ନଯାଇ ତାଙ୍କ କଥାକୁ ବିଶ୍ୱାସ କରୁଛନ୍ତି ।
ଝାଡଖଣ୍ଡ ନିର୍ବାଚନରୁ କଂଗ୍ରେସ ମଧ୍ୟ ଶିକ୍ଷାଲାଭ କରିବା ଦରକାର । ନିଜର କ୍ଷମତା ନାହିଁ ଏକାକି ନିର୍ବାଚନ ଲଢିବାକୁ ଏଣୁ ବିଧାନସଭା ନିର୍ବାଚନ ସମୟରେ ଅନ୍ୟ ଦଳମାନଙ୍କ ସହ ମିଳିତଭାବେ ର୍ନିର୍ବାଚନ ଲଢିଲେ ଏହାର ପ୍ରଭାବ ଲୋକଙ୍କ ଉପରେ ପଡିବ । ଜାତୀୟସ୍ତରରେ ମଧ୍ୟ ମିଳିତଭାବେ ନିର୍ବାଚନ ଲଢିବା ଦରକାର ।
ବିଜେପି ପାଇଁ ଏହା ସତର୍କ ଘଂଟି । ଯେଉଁ ଦମରେ ବିଜେପି ସାରାଭାରତକୁ ଅଧିକାର କରି କଂଗ୍ରେସମୁକ୍ତ କରିବାର ସ୍ଲୋଗାନ ଦେଇଥିଲା, ତାର ଓଲଟା ଫଳ ଏବେ ଘଟିବାକୁ ଯାଉଛି । ବିଜେପି ଆପଣାଛାଏଁ ଲୋକଙ୍କ ପାଖରୁ ଦୂରେଇ ଯାଉଛି । କାରଣ କଂଗ୍ରେସ ଏବେବି ଏତେ ଶକ୍ତିଶାଳୀ ନୁହେଁ ଯେ ବିଜେପିକୁ ଦୂରେଇ ଦେଇ ପାରିବ । କିନ୍ତୁ ଲୋକଙ୍କ ମନରେ ଯେଉଁ କ୍ଷୋଭ ଦେଖା ଦେଇଛି, ତାହା ଦୂର ନହେଲେ ବିଜେପି ଲୋକାମାନେ ଛାଏଁ ଛାଏଁ ଦୂରେଇ ଦେବେ । ଅର୍ଥନୀତି ଆଜି ବିପର୍ଯ୍ୟସ୍ତ । ବେକାରି ହାର ବଢି ଚାଲିଛି । ଳୋକମାନେ କାମ ପାଉ ନାହାନ୍ତି । ସେମାନଙ୍କୁ କାମ ଦେବା ପାଇଁ କିଛି ଯୋଜନା ନାହିଁ । ଏନଆରସି ବା ସିଏଏ ଠାରୁ ବଡ ସମସ୍ୟା ହେଉଛି, ଅର୍ଥନୀତି । ବିମୁଦ୍ରାୟନ ଆମ ଲୋକମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଚି । ତାହାକୁ କିପରି ବାଟକୁ ଆଣିହେବ ତାର ବ୍ୟବସ୍ଥା ନ କରି ବିଜେପି ଯେପରି କିଛି ଲୋକଙ୍କ ହାତରେ ଟଙ୍କା ଲଦି ଦେଉଛି, ତାହା ସନେ୍ଦହ ସୃଷ୍ଟି କରିଛି । ଏଣୁ ସେ ସନେ୍ଦହ ଦୂର ନ ହେଲେ ବିଜେପିମୁକ୍ତ ଭାରତ ହେବାକୁ କେତେ ସମୟ ଲାଗିବ?

Leave a Reply

Your email address will not be published.