ଶ୍ରୀମନ୍ଦିର ସେବା କର୍ମ୍ମାଙ୍ଗୀ ଗ୍ରନ୍ଥ ଲୋକର୍ପିିତ

ଭୁବନେଶ୍ୱର, (ଆଇଏନ୍ଏସ୍): ବିଶ୍ୱର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀତି, ସେବା. ପୂଜା ଅନନ୍ୟ ବୋଲି ବିଶ୍ୱବାସୀଙ୍କ ମଥା ନୁଆଁଇ ଯାଇଥାଏ । ଅନୁ୍ୟନ୍ୟ ଆଠଶହ ବର୍ଷ ଧରି ସେବା ପୂଜା ପରମ୍ପରା ଅକ୍ଷୁର୍ଣ୍ଣ ରହି ଶ୍ରୀମନ୍ଦିର ପ୍ରସିଦ୍ଧି ଓ ମହାତ୍ମ୍ୟକୁ ସର୍ବ ଭାରତୀୟ ସ୍ତରରେ ପ୍ରସାରିତ କରିଆସୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଚନ୍ଦ୍ରଶେଖରପୁର ସ୍ଥିତ ଏକ ତାରକା ହୋଟେଲ ପରିସରରେ ବିଶିଷ୍ଟ ଗବେଷକ ଭାସ୍କର ମିଶ୍ରଙ୍କ ସ୍ୱରଚିତ “ଶ୍ରୀମନ୍ଦିର ସେବା କର୍ମ୍ମାଙ୍ଗୀ ଗ୍ରନ୍ଥ” ଶ୍ରୀ ଜଗନ୍ନାଥଙ୍କ ଧ୍ୟାନ ମନ୍ତ୍ର ଆବୃତି ମଧ୍ୟରେ ଲୋକାର୍ପିତ ହୋଇଯାଇଛିି । ଫ୍ରେଣ୍ଡସ୍ ପବ୍ଲିସର୍ସ ଦ୍ୱାରା ପ୍ରକାଶିତ ଏହ ଦିବ୍ୟ ଗ୍ରନ୍ଥଟିକୁ ଓଡିଶାର ବିଶିଷ୍ଟ ସଂସ୍କୃତି ଓ ଜଗନ୍ନାଥ ପ୍ରେମୀ ତଥା ନାଲୋକର ପୂର୍ବତନ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କୁ ଉତ୍ସର୍ଗିତ କରାଯାଇଥିଲା । ଏହି ଲୋକର୍ପଣ ଉତ୍ସବରେ ବିଶିଷ୍ଟ ଅତିଥି ରୂପେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ସାଧାରଣ ପ୍ରସାଶନ ଓ ପେନସନ୍ ବିଭାଗର ଅତିରିକ୍ତ ଶାସନ ସଚିବ ସୁଶାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ସେବା ସମ୍ବର୍ଦ୍ଧିତ ଏହି ଗ୍ରନ୍ଥଟି ଜଗନ୍ନାଥପ୍ରେମୀ ପାଠକ, ବିଶେଷ କରି ଗ୍ରନ୍ଥାଳୟ ପାଇଁ ଅତ୍ୟନ୍ତ ଉପାଦେୟ ହୋଇଛି ବୋଲି ମତ ପ୍ରକାଶ କରିଥିବା ବେଳେ ଗ୍ରନ୍ଥ ସମୀକ୍ଷକ ବିଶିଷ୍ଟ ସାହିତି୍ୟକ ତଥା ଗବେଷକ ଡଃ ଅସିତ୍ ମହାନ୍ତି ଗ୍ରନ୍ଥ ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ପ୍ରଥମ ଥର ୪୦୦ ପୃଷ୍ଠା ବିଶିଷ୍ଟ ଏହି ଗ୍ରନ୍ଥଟିରେ ଶ୍ରୀମନ୍ଦିରର ବିଭିନ୍ନ ବର୍ଗ ସେବକଙ୍କର ସେବା ସମ୍ବନ୍ଧୀୟ ବିବରଣୀ ସମେତ ଶ୍ରୀମନ୍ଦିରର ଲକ୍ଷ୍ମଣ ପଣ୍ଡା ରିପୋର୍ଟ, ପୁରୁଷୋତମ ନୀତି, କର୍ମାଙ୍ଗୀ, ଗ୍ରୋମସ୍ ରିପୋର୍ଟ ସମେତ ଶ୍ରୀମନ୍ଦିରର ବିଲୁପ୍ତ ସେବା ଓ ସେବକ ମାନଙ୍କ ସାମାଜିକ ଓ ଅର୍ଥନୈତିକ ଜନଗଣନା ସଂପର୍କରେ ଉଲ୍ଲେଖ କରାଯାଇଛି । ଗବେଷକ ଡଃ ମିଶ୍ରଙ୍କର ଏହି ଉପାଦେୟ ଗ୍ରନ୍ଥଟି ତାଙ୍କର ସାରସ୍ୱତ କୃତିକୁ ଅମର ରଖିବ । ପ୍ରାରମ୍ଭରେ ଶ୍ରୀମନ୍ଦିର ବଡୁ ସୁଆର ନିଯୋଗର ସଭାପତି ବିଶ୍ୱନାଥ ସାମନ୍ତରା ଅତିଥିମାନଙ୍କୁ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲାବେଳେ ନନ୍ଦ କିଶୋର ଜେନା ଅତିଥିମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଗ୍ରନ୍ଥ ରଚନାରେ ପ୍ରେରଣା ପ୍ରଦାନ କରିଥିବା ଜଗନ୍ନାଥ ସଂସ୍କୃତି ପ୍ରେମୀ ରାଧାବଲ୍ଲଭ ସିଂ, ରବିନାରାୟଣ ମହାପାତ୍ର, ଅନିମା ଜେନା, ଦୁଷ୍ମନ୍ତ ସ୍ୱାଇଁ ଓ ପ୍ରଫୁଲ୍ଲ ରଥଙ୍କୁ ଶ୍ରୀ ବିଗ୍ରହ ଲାଗି ପ୍ରସାଦି ଖଣ୍ଡୁଆ ଓ ସେବା କର୍ମାଙ୍ଗୀ ଗ୍ରନ୍ଥ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ମହେଶ ନାୟକ ଓ ବିଶ୍ୱନାଥ ସାମନ୍ତରା ସଂଯୋଜନା କରିଥିଲେ ।

Leave a Reply

Your email address will not be published.