ଗୌରବମୟ ଗାରିମାର ଅଧିକାରୀ ଥିଲେ ନେତାଜୀ
ପ୍ରଦୀପ ସେନାପତି
ଯେଉଁ ଫଟୋଚିତ୍ରଟି ସମଗ୍ର ବିଶ୍ୱରେ ସବୁଠୁ ବିଖ୍ୟାତ ଓ ପରିଚିତ ତାହା, ଘୋଡ଼ା ପିଠିରେ ବସିଥିବା ଜଣେ ମହାମାନବ, ରାଷ୍ଟ୍ରଭକ୍ତ, ପ୍ରଜ୍ଞାଦୀପ୍ତ ଓ ସାହାସୀ ସୈନିକ ଏବଂ ସ୍ୱପ୍ନଦେଖୁଥିବା ଭାବପ୍ରବଣ ବିପ୍ଳବୀ । ଜଣେ ବିପ୍ଳବୀ ହିଁ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ଅହରହ ଦିବାରାତ୍ରୀ ସ୍ୱପ୍ନ ଦେଖିପାରେ ଏବଂ ସ୍ୱପ୍ନ ଦେଖୁଥିବା ଦେଶଭକ୍ତ ଜଣେ ଯେ ବିପ୍ଳବୀ ହୋଇପାରେ ତାହା ଭାରତବର୍ଷରେ ଏଭଳି ଭାବାଦର୍ଶର ଶକ୍ତିଶାଳୀ ଯୋଗଜନ୍ମା ବ୍ୟକ୍ତିତ୍ୱ ହେଉଛନ୍ତି “ନେତାଜୀ ସୁଭାଷ ଚନ୍ଦ୍ର ବୋଷ” । ଯାହାଙ୍କର ଅନ୍ତିମ ଅଧ୍ୟାୟ, ଶେଷଦର୍ଶନ, ଭକ୍ତିପୂତ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜଣାଇବାରେ ଆମ୍ଭେ ଭାରତୀୟ ମାନେ ଏଥିରୁ ବଞ୍ଚôତ । ତାହା କେବଳ ମୋ ପାଇଁ ନୁହେଁ, ସମଗ୍ର ବିଶ୍ୱରେ ଥିବା ଭାରତୀୟଙ୍କ ପାଇଁ ହୃଦୟଭିତରେ ଭରିରହିଛି ଦୁଃଖ ଆଉ ତାଡ଼ନା, ଏହା ଆମ୍ଭର ଭାଗ୍ୟର ବିଡ଼ମ୍ବନା ।ଗାନ୍ଧିଜୀଙ୍କର ବିପ୍ଳବର ପଦଧ୍ୱନୀ,ସ୍ୱପ୍ନ, ଅହିଂସାର ଅସ୍ତ୍ର ଥିବାବେଳେ, ନେତାଜୀଙ୍କର ଭାବଧାରା, ମତଥିଲା ଅନନ୍ୟ । ଗାନ୍ଧିଜୀଙ୍କର ଅହିଂସା ଆନେ୍ଦାଳନର ନେତୃତ୍ୱ, ଆଦର୍ଶକୁ ହୃଦୟ ଭିତରେ ଗ୍ରହଣ କରିପାରି ନଥିଲେ ଏହି ଯୋଦ୍ଧା । ଭାରତବର୍ଷର ସ୍ୱାଧିନତାର ସ୍ୱପ୍ନକୁ ସଫଳ କରିବାପାଇଁ ମହାସଂଗ୍ରାମ ସହ ଆବଶ୍ୟକ ସ୍ଥଳେ ଅସ୍ତ୍ରର ଉପଯୋଗ ଥିଲା ଏହି ଯୋଦ୍ଧାଙ୍କର ସ୍ୱପ୍ନପ୍ରୀତି । ଗାନ୍ଧିଜୀଙ୍କର ଅହିଂସା ମନ୍ତ୍ରକୁ ବାସ୍ତବ ଯୁକ୍ତି ଆଧାରରେ ଦର୍ଶାଉଥିଲେ ଯେ, ଭାରତବର୍ଷର ସ୍ୱାଧିନତାର ମୂଳମନ୍ତ୍ର ଅହିଂସା ହିଁ ମାର୍ଗଦର୍ଶକ ହୋଇପାରେ; କିନ୍ତୁ ବାପୁଜୀ କିଭଳି ଭାବରେ ଜାଣିପାରୁ ନାହାନ୍ତି ଯେ, କେତେ ଯେ ସ୍ୱାଧିନତା ସଂଗ୍ରାମୀ ଇଂରେଜମାନଙ୍କ ଦ୍ୱାରା ସହିଦହେଲେଣି, ତା’ର ହିସାାବ ଗାନ୍ଧିଜୀଙ୍କ ପାଖରେ ଅଛିକି?
ନିଜର ରାଷ୍ଟ୍ର,ସ୍ୱପ୍ନପ୍ରୀତି ସଂବଧରେ ସେ ନିଜେ ଏହିପରି ଗାଂଧିଜୀଙ୍କୁ ଆହୁରି କହିଥିଲେ, ଅନିତ୍ୟ ବିଶ୍ୱରେ ସମସ୍ତ ଧ୍ୱଂସ ପାଏ; କନ୍ତୁ ଧ୍ୱଂସ ପାଏନାହିଁ- ଭାବଧାରା, ଆଦର୍ଶ ଓ ସ୍ୱପ୍ନ । ମୋ ପାଇଁ ହୁଏତ ଗୋଟିଏ ଭାବଧାରା ପାଇଁ ମୃତୁ୍ୟବରଣ କରିବାକୁ ପଡ଼ିପାରେ । କିନ୍ତୁ ମୋର ମୃତୁ୍ୟ ପରେ କୋଟିକୋଟି ମନୁଷ୍ୟ ହୃଦୟରେ ସେହି ଭାବଧାରାର ପୁନର୍ଜନ୍ମ ଘଟେ । ଏହି ଭାବରେ ଆବର୍ତ୍ତିତ ହୁଏ କ୍ରମ ବିକାଶର ଚକ୍ର । ସାକାର ହୁଏ ଦିବାରାତ୍ରୀ ଦେଖୁଥିବା ବାସ୍ତବ ସ୍ୱପ୍ନ । ଏହି ସ୍ୱପ୍ନଦ୍ରଷ୍ଟା ସଂଗ୍ରାମୀଙ୍କର ବାହୁବଳୀ, ଶକ୍ତିଶାଳୀ ଶବ୍ଦ ସଦାସର୍ବଦା ଭାରତୀୟଙ୍କ ହୃଦୟ ଭିତରେ ମନେ ପକାଏ । “ମୋତେ ରକ୍ତଦିଅ ମୁଁ ତୁମକୁ ସ୍ୱାଧିନତା ଦେବି ।” ଏହି ଯୋଦ୍ଧା ଆମ୍ଭକୁ ସ୍ୱାଧିନତା ଦେବାକୁ କହୁଥିଲେ, ସ୍ୱାଧିନତାର ମୂଲ୍ୟବୋଧ କ’ଣ ସେ ଜାଣିଥିଲେ । ଯିଏ ରକ୍ତ ମାଗୁଥିଲେ, ସେ ରକ୍ତ ଦେଇ ବି ଜାଣିଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ’ଙ୍କ ଭିତରେ ବୀରତ୍ୱର ସ୍ୱପ୍ନ କେଉଁଠୀ ଓ କିଏ ସଂଚାର କରିଥିଲା? ଜନ୍ମ ୧୮୯୭ ମସିହା, ଜାନୁଆରୀ ୨୩ ତାରିଖ । ଓଡ଼ିଶା ମାଟିରେ- କଟକ ସହରର ଓଡ଼ିଆ ବଜାରରେ । ବାପା ଜାନକୀନାଥ ବୋଷ, ମାଆ ପ୍ରଭାବତୀ ଦେବୀ, ଘରର ନାଁ ବି ବାପାଙ୍କ ନାମ ଅନୁସାରେ-ଜାନକୀ ନାଥ ଭବନ । ପଢ଼ା ରେଭନ୍ସା କଲିଜିଏଟ୍ ସ୍କୁଲ । ସେଠୁ କଲିକତା । ଆଇ.ସି.ଏସ୍ ପରୀକ୍ଷାରେ ସ୍ୱତନ୍ତ୍ର ସ୍ଥାନ ହାସଲ (୧୯୨୦) ଏବଂ ବୃତ୍ତିକୁ ସେ କଲେ ପ୍ରତ୍ୟାଖ୍ୟାନ । ଯେଉଁ ଚାକିରି ପାଇଁ ମଣିଷ ଭିତରେ କେତେ ସ୍ୱପ୍ନ ଭରିରହିଥାଏ । ସେ ସ୍ୱପ୍ନକୁ ହାତ ମୁଠାରେ ପାଇଲା ପରେ ଜଣେ ତାକୁ ପ୍ରତ୍ୟାଖ୍ୟାନ କରିପାରେ କିପରି? ଏହି ପ୍ରସଙ୍ଗରେ ସୁଭାଷଙ୍କ ବକ୍ତବ୍ୟ ଏକ ଚିଠିରେ ସୁସ୍ପଷ୍ଟ- ବିପ୍ଳବର ସଂଜ୍ଞା ମୁଁ ମୋର ପ୍ରଧାନ ଶିକ୍ଷକ ବାବୁ ବେଣୁମାଧବ ଦାସଙ୍କଠାରୁ ଜାଣିଲି । ରେଭେନ୍ସା କଲିଜିଏଟ୍ ସ୍କୁଲରେ ମୁଁ ଅଧ୍ୟୟନ କରିନଥିଲେ ଦେଶର ସ୍ୱାଧୀନତା କଥା ହୁଏତ ଆଦୌ ଚିନ୍ତା କରିପାରିନଥାନ୍ତି । ଅର୍ଥାତ୍ ଶିକ୍ଷକ ହିଁ ବିପ୍ଳବୀ କୁ ତିଆରି କରେ । ସେହି ସୁଭାଷ ବୋଷ ତାଙ୍କ ବାଲ୍ୟ ଶିକ୍ଷକଙ୍କ ଠାରୁ ଏଇ ଓଡ଼ିଶା ମାଟିରୁ ସେବା ଓ ତ୍ୟାଗର ମନ୍ତ୍ର ଶୁଣିଥିଲେ ସମାଜ ପରିବର୍ତ୍ତନର ସ୍ୱପ୍ନ ଦେଖିଥିଲେ । ଏହି ସ୍ୱପ୍ନ ପରବର୍ତ୍ତୀ କାଳରେ ପଲ୍ଲବିତ ହୋଇଛି । ଗାନ୍ଧିଜୀଙ୍କର ଭାରତର ସ୍ୱାଧୀନତା ଆନେ୍ଦାଳନରେ ସଂପୃକ୍ତି ଓ ରାଜନୈତିକ ବିଚାରଧାରା ଏହି ପଲ୍ଲବନର କାରଣ । ଉପନିବେଶାକାଦର ଔଦ୍ଧତ୍ୟକୁ ସେ ବୁଝିଛନ୍ତି, ଅହିଂସା ମନ୍ତ୍ରର ଶକ୍ତି ବି ତାଙ୍କୁ ଅନେ୍ଦାଳିତ କରିଛି । ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ପ୍ରେରଣାରେ ୧୯୨୧ ମସିହାରେ ଭାରତୀୟ ମୁକ୍ତିସଂଗ୍ରାମ ଆନେ୍ଦାଳନରେ ସାମିଲ ହୋଇ ଜେଲ୍ ଯାଇଛନ୍ତି । ଜୀବନର ବହୁ ସମୟ ତାଙ୍କର ଜେଲ୍ ଭିତରେ ହିଁ କଟିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ୧୯୨୪ ମସିହାରେ ବି୍ରଟିସ ସରକାର ତାଙ୍କ ମୁଣ୍ଡରେ ସନ୍ତ୍ରାସବାଦୀର ମୁକୂଟ ପିନ୍ଧାଇଛି । ସେ କାଳର ବର୍ମା ଓ ଆଜିର ମାନ୍ମାରର ମଣ୍ଡାଲ୍ୟ ଜେଲ୍ରେ ୧୯୨୭ ମସିହା ପର୍ଯ୍ୟନ୍ତ ବଞ୍ଚôବାକୁ ପଡ଼ିଛି । ସଂଗ୍ରାମୀ ସୁଭାଷ ବିଭିନ୍ନ ସମୟରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଦେଶିକ ଓ ଜାତୀୟ ସୁରରେ ନେତୃତ୍ୱ ନେଇଛନ୍ତି । ଅସହଯୋଗ ଆନେ୍ଦାଳନ, ପୂର୍ଣ୍ଣ ସ୍ୱରାଜ ପ୍ରାପ୍ତି ପାଇଁ ଆହ୍ୱାନ ଏ ସକଳ କ୍ଷେତ୍ରରେ ତାଙ୍କର କ୍ରାନ୍ତିକାରୀ ମାନସିକତା ପ୍ରତିଫଳିତ ହୋଇଛି । ୧୯୩୨ ମସିହାରେ ପ୍ରତିଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭାପତି ପଦ ୧୯୩୯ ରେ ମଣ୍ଡନ କରିଛନ୍ତି ସୁଭାଷ ଏବଂ ଶେଷରେ ନିଜେ ଫରୱାର୍ଡ଼ ବ୍ଲକ୍ ନାମକ ଏକ ରାଜନୈତିକ ସଂଗଠନ ଆରମ୍ଭ କରିଛନ୍ତି । ସଂଗ୍ରାମୀ ମାନଙ୍କର ଏହି ଗୋଷ୍ଠୀର ନାଁ ରଖିଛନ୍ତି- “ଆଜାଦ୍ ହିନ୍ଦ ଫୌଜ୍” ଉଦେ୍ଦଶ୍ୟ ଥିଲା ମହତ୍ ଖଣ୍ଡାର ଜବାବ୍ ଖଣ୍ଡାରେ ଦେବାକୁ ପଡ଼ିବ ଏବଂ ଏହି ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ସେ ଏସିଆ ଓ ୟୁରୋପର ନାନା ଦେଶ ଘୂରି ବୁଲୁଛନ୍ତି । ଛଦ୍ମବେଶ ଧାରଣ କରିଛନ୍ତି । ପୁଣି ଆତ୍ମପ୍ରକାଶ ବି କରିଛନ୍ତି । ଏକ ବିଚିତ୍ର ଜୀବନ । ୧୪ ଏପ୍ରିଲ ୧୯୪୪ ମସିହାରେ ମଣିପୁରର ମୋଇରଙ୍ଗରେ ଭାରତୀୟତାର ପ୍ରତୀକ ତ୍ରିରଙ୍ଗା ପତାକାକୁ ଉଡ଼ାଉ ଛନ୍ତି ଏବଂ ଶେଷକୁ ତାଙ୍କ ଉଦ୍ଦାମ ବ୍ୟକ୍ତିତ୍ୱ ସହସ୍ୟଜନକ ଭାବେ ନିଖୋଜ ହୋଇଯାଇଛି ୧୯୪୫ ମସିହାରେ ।
କେଉଁ ଆଡ଼େଗଲେ ସୁଭାଷ? ବିମାନ ଦୁର୍ଘଟଣାରେ ସବୁଦିନ ପାଇଁ ହଜିଗଲେ, ନା ତାଙ୍କୁ କେହି ଷଡ଼ଯନ୍ତ୍ରରେ ହତ୍ୟାକଲେ, ନା ବଞ୍ଚôରହି ମଧ୍ୟ ନିଜକୁ ଅପରିଚିତ ରଖିଲେ, ତାହା ଆଜି ବି ଭାରତୀୟ ଙ୍କ ମନରେ ପ୍ରଶ୍ନବାଚୀ । ସୁଭାଷଙ୍କ ବର୍ତ୍ତମାନକୁ ଆମେ ଯେଉଁ କେତୋଟି ଜାଗାରେ ଖୋଜୁ, ବିଶ୍ୱର ସେହି ସ୍ଥାନ ଗୁଡ଼ିକ ମଧ୍ୟରେ କଟକ ସହର ଅନ୍ୟତମ । ଏଇଠି ସୁଭାଷଙ୍କ ଜନ୍ମ, ଶୈଶବ ଓ କୈଶୋର । ଓଡ଼ିଶା ମାଟିରୁ ସେ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । ଓଡ଼ିଶା ମାଟିରୁ ପ୍ରତିଧ୍ୱନିତ ହୋଇଥିଲା ଜାତିପ୍ରେମର ମନ୍ତ୍ର, ଓଡ଼ିଶା ମାଟିରୁ ସୃଷ୍ଟି ହୋଇଥିଲା ବିପ୍ଳବର ବହ୍ନି । ଓଡ଼ିଶା ମାଟିରେ ରହିଯାଇଛି ତାଙ୍କର ଅମରସ୍ମୃତି ଓ ପ୍ରମାଣ । ଜାତୀୟ ସ୍ତରରେ ସେ ଅବଶ୍ୟ ନେତୃତ୍ୱ ନେଇଛନ୍ତି, ମାତ୍ର ଓଡ଼ିଶାକୁ ଭୁଲି ପାରିନାହାନ୍ତି । ଭୁଲିପାରି ନାହାନ୍ତି ଆଠ ଭାଇଭଉଣୀଙ୍କ ସହ ବାଲ୍ୟସ୍ମୃତି, ମଆଙ୍କ ହାତରନ୍ଧା ଖାଦ୍ୟର ମହକ । ଭୁଲି ପାରିନାହାନ୍ତି ଜାନକୀନାଥ ଭବନର ଧୂଳିମାଟି-ଯେଉଁଠୁ ସାଉଣ୍ଟୁଥିଲେ ସେ ତାଙ୍କ ଶୈଶବକୁ ବିଭିନ୍ନ ସମୟରେ ଓଡ଼ିଶାକୁ ଆସିଛନ୍ତି । ଓଡ଼ିଆ ମାନଙ୍କ ସରଳତା ଓ ବୀରତ୍ୱ ଉଭୟକୁ ସ୍ୱୀକାର କରିଛନ୍ତି । ବହୁ ଜାତୀୟତାବାଦୀ ଓଡ଼ିଆଙ୍କ ମଧ୍ୟରେ ସୁଭାଷଙ୍କ ଚେତନାର ଅନ୍ୟତମ ସହଯାତ୍ରୀ ଥିଲେ ଉକôଳମଣି ଗୋପବଂଧୁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଯେତେଥର ଓଡ଼ିଶା ଆସିଛନ୍ତି ଓଡ଼ିଶା ସହିତ ତାଙ୍କ ଶୈଶବର ମଧ୍ୁର ସ୍ମୃତିଚାରଣରେ ବିଭୋର ହୋଇଛନ୍ତି । ସଂଗ୍ରାମୀ ସୁଭାଷ ୧୯୨୮ ମସିହା ମେ ମାସରେ ଅନୁଷ୍ଠିତ ଭାରତୀୟ ସର୍ବଦଳୀୟ କମିଟିର ସଭ୍ୟ ଭାବେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନେ୍ଦାଳନକୁ ଦୃଢ଼ସମର୍ଥନ ଦେଇଛନ୍ତି ଏବଂ ୧୯୪୦ ମସିହାରେ ଫରୱାର୍ଡ ବ୍ଲକର ଆଭିମୁଖ୍ୟ ସଂପର୍କରେ ଓଡ଼ିଆମାନଙ୍କୁ ଅବହିତ କରାଇବାପାଇଁ କଟକ ମୁନିସିପାଲିଟି ପଡ଼ିଆରେ ସମବେତ ପ୍ରାୟ ୫୦ ହଜାର ଜନତା ଙ୍କୁ ଉଦ୍ବୋଧନ ଦେଇଛନ୍ତି । ଏଇ ଓଡ଼ିଶାର ମାଟି ଯେ ତାଙ୍କୁ ଉଦ୍ବୋଧିତ କରିଛି ତାହା ସେ ସ୍ୱିକାର କରିଛନ୍ତି । ତେଣୁ ମୋ ଚିନ୍ତାଧାରାରେ ନେତାଜୀ ସୁଭାଷ ଯେ ଚିର ଅମର, ତାହା କଟକର ଓଡ଼ିଆ ବଜାରରେ ଜାନକୀ ନାଥ ଭବନ କୁ ପହଞ୍ଚôଗଲେ ସ୍ପଷ୍ଟ ଅନୁଭବ କରିହୁଏ । ବର୍ତ୍ତମାନ ତାହା ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହଳୟ ଭାବେ ପରିଚିତ । ମୋତେ ଲାଗେ, ସେ ଏଇଠି କେଉଁଠି ଅଛନ୍ତି କି? ତାଙ୍କର ଜନ୍ମଠାରୁ କୈଶୋର ଓ ସଂଗ୍ରାମୀ ଜୀବନର ବହୁ ସନ୍ତକ ଏଇଠି ସାଇତା ହୋଇ ରହିଛି । ପତ୍ନୀଙ୍କୁ ୧୯୩୬ ମସିହାରେ ଅଷ୍ଟ୍ରିଆରୁ ସୁଭାଷ ଲେଖିଥିବା ଚିଠି “ମୋ ଦେଶ ପୁନର୍ବାର ଡ଼ାକରା ଦେଇଛି – ମୋ କର୍ତ୍ତବ୍ୟ ମୋତେ ଆହ୍ୱାନ ଦେଇଛି – ମୁଁ ତୁମକୁ ତ୍ୟାଗକରି ମୋର ପ୍ରଥମ ପ୍ରେମ ମୋ ଦେଶ ନିକଟକୁ ଫେରିଯିବି ।” ସଂଗ୍ରହାଳୟରେ ପ୍ରଦର୍ଶିତ ଏହି ହୃଦୟସ୍ପର୍ଶୀ ଚିଠିର ସ୍ମୃତି ଏବେ ବି ଭାରତୀୟଙ୍କ ହୃଦୟକୁ ଭାବବିହ୍ୱଳ କରିଦିଏ ।
ସଂଗ୍ରାମୀ ଜଣେ ସନ୍ୟାସୀ ନୁହେଁ, ସଂସାରୀ । ସଂଗ୍ରାମ ସହିତ ସମତାଳରେ ସଂସାର ବି ଚାଲୁଥାଏ- ହାତ ଧରାଧରି ହୋଇ ଏବଂ ସଂଗ୍ରାମର ମନ୍ତ୍ର ଯେ ଶୈଶବରେ ଅଙ୍କୁରିତ ହୋଇଥାଏ – ଏ ସଂଗ୍ରହାଳୟରେ ପାଦ ଦେଲେ ସେମିତି ଲାଗେ । ସତ୍ୟନିଷ୍ଠ, ସ୍ୱାଧୀନ ଚେତା, ବିପ୍ଳବୀ ବୀର ସୁଭାଷଙ୍କର ସମସ୍ତ ଗୌରବମୟ ଗାରିମାକୁ ସାଇତି ରଖି ଏ ସଂଗ୍ରହାଳୟ ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ସୁଭାଷଙ୍କର ତ୍ୟାଗପୂତ ଦେସପ୍ରେମର କଥା ଓ ବୀରତ୍ୱର ଗାଥା ମନେପକାଇ ଦିଏ । ମୋତେ ଲାଗେ, ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କର ଆମ୍ଭ ଓଡ଼ିଶାର ଜନ୍ମମାଟି ନୁହେଁ ତ ତ୍ୟାଗ ଓ ପ୍ରେମର ଏକ ପବିତ୍ର ମନ୍ଦିର । ମୋର ବିଶ୍ୱାସ, ଓଡ଼ିଶାର ଯୁବଛାତ୍ର, ପିଲାମାନେ ଏ ପବିତ୍ର ଭୂମିକୁ ଆସିବେ । ଏ ମାଟିକୁ ଛୁଇଁବେ । ସେବା, ତ୍ୟାଗ ଓ ସଂଗ୍ରାମ ଯେ ମଣିଷକୁ ଅମରକରେ ଏହି ମହାମନ୍ତ୍ରକୁ ଅନୁଭବ କରିବେ । ସୁଭାଷଙ୍କ ଆଦର୍ଶର ସ୍ପନ୍ଦନରେ ସ୍ପନ୍ଦିତ ହେବେ । ଲାଗିବ ସେମାନେ ସତେ ଯେପରି ଜଣେ ଜଣେ ଦେଶମାତୃକା ପାଇଁ ସମର୍ପିତ ବ୍ୟକ୍ତିତ୍ୱ । ଅନେକ ସଂଗ୍ରାମର ଦେଶ ଏ ଭାରତ ଭୁଇଁରେ ଏବେ ସେମାନେ ସମସ୍ତେ ଜଣେ ଜଣେ ସଂଗ୍ରାମୀ ଯୋଦ୍ଧା । ଭାରତବାସୀଙ୍କ ଉଦେ୍ଦଶ୍ୟରେ ନେତାଜୀଙ୍କ ହୃଦୟ ସ୍ପର୍ଶୀ ଭାଷଣ ଏହିପରି ଥିଲା । “ହେ ମୋ ଦେଶର ଭାଇଭଉଣୀ, ମୁଁ କାହିଁକି ଜନ୍ମଭୂମି ପରିତ୍ୟାଗ କରି ବିପଦସଂକୁଳ ଏ ଦୁର୍ଗମ ପଥରେ ପାଦ ଦେଲି ସେ କଥା ଆପଣମାନଙ୍କୁ କହିବାକୁ ଚାହେଁ । ଆଜି ଆପଣମାନେ ମୋତେ ଯେପରି ଆନ୍ତିରିକତା ଓ ଆନନ୍ଦର ସହିତ ଅଭିନନ୍ଦିତ କରିଛନ୍ତି, ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ମୋର ଯେଉଁସବୁ ଭାରତୀୟ ମାନେ ତାଙ୍କର ଅନ୍ତରର ଅଗ୍ନିମୟ ଦେଶପ୍ରେମ ପ୍ରେରଣାରେ ଏତେ ଅଧିକ ସଂଖ୍ୟାରେ ଆଗେଇ ଆସିଛନ୍ତି, ମୁଁ ସେମାନଙ୍କ ନିକଟରେ ବିଶେଷ ଭାବରେ କୃତଜ୍ଞ । ଆଜି ମୁଁ ଯାହା ଦେଖୁଛି, ସେଥିରେ ମୋର ମନରେ ଏହି ବିଶ୍ୱାସ ଜନ୍ମିଛି ଯେ, ଆସନ୍ତା ସଂଗ୍ରାମରେ ସୋନାନ୍ ଏବଂ ମାଲୟସ୍ଥିତ ମୋର ଦେଶବାସୀମାନେ ଅଗ୍ରଣୀର ସ୍ଥାନ ଦଖଲ କରିବେ । ଦିନେ ଯେଉଁ ସ୍ଥାନ ବ୍ରିଟିଶ ସାମ୍ରାଜ୍ୟର ପ୍ରାକାର ସ୍ୱରୁପ ଥିଲା । ସେହି ସ୍ଥାନ ଆଜି ଭାରତୀୟତାବାଦର ଦୁର୍ଗରେ ପରିଚିତ ହୋଇଛି ।
ସଂଗ୍ରାମ ମରେନାହିଁ କି ସରେନାହିଁ । ଗୋଟିଏ ସଂଗ୍ରାମ ଆଉ ଗୋଟିଏ ସଂଗ୍ରାମକୁ ଜନ୍ମଦିଏ । ସ୍ୱାଧୀନତା ପୁର୍ତ୍ତୀ ପରେ ମଧ୍ୟ ଭାରତ ଆଜି ବି ଜାତି, ଧର୍ମ, ବର୍ଣ୍ଣ, ଓ ଭାଷାକୁ କେନ୍ଦ୍ରକରି ଅନକ ସଂଗ୍ରାମର ଅପେକ୍ଷା ରଖିଛି । ନେତାଜୀଙ୍କ ପବିତ୍ର ଜୟନ୍ତୀ ପାଳନ ଅବସରରେ ସେହି ଭଳି ଏକ ଅହଂମୁକ୍ତ ଅନୁଭବ ପାଇଁ ଏ ଜାତି ଅପେକ୍ଷା ରଖିଛି । ଅପେକ୍ଷା ରଖିଛି ଓଡ଼ିଶା ମାଟିର ସେଇ ଜାନକୀନାଥ ଭବନ ।
ରାଜ୍ୟ ସଭାପତି, ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ,ମୋ:୯୪୩୮୪୪୬୫୭୫