କସ୍ତୁରୀର ପ୍ରତିଷ୍ଠା ଉତ୍ସବରେ ରକ୍ତଦାନ ଶିବିର ଓ ବକ୍ରୃତା ପ୍ରତିଯୋଗିତା
ଭୁୁବନେଶ୍ୱର, (ଆଇଏନ୍ଏସ୍): ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ, ସାଂସ୍କୃତିକ ଓ ଶିକ୍ଷାଭତିକ ଅନୁଷ୍ଠାନ ‘କସ୍ତୁରୀ’ର ୨୨ତମ ପ୍ରତିଷ୍ଠା ଉତ୍ସବ ବିଡିଏ କଲୋନୀସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ୱନାଥ ପଟ୍ଟନାୟକ ଯୋଗଦାନ କରି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇନଜୀବି ସୁକାନ୍ତ କୁମାର ପରିଡା, ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ସଭାପତି ମଦନମୋହନ ଧଳ ଓ ସଂପାଦକ ଅକ୍ଷୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ କସ୍ତୁରୀର ସଂପାଦକ ୧୧୨ ଥର ପାଇଁ ରକ୍ତଦାନ କରିଥିଲେ । ଭିନ୍ନକ୍ଷମ ପ୍ରତିଭା ନିକୁ ପ୍ରଧାନ, ଦୁଖିଆ ହେମ୍ବ୍ରମ, ବାପି ମହାପାତ୍ର ଓ ସାଲକୋ କିସକୁ ପ୍ରଭୃତି ରକ୍ତଦାନ କରି ମହାନତାର ପରିଚୟ ଦେଇଥିଲେ । ସେହିପରି ବକ୍ରୃତା ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀମାନେ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ । ଏଥିରେ ବି·ରକ ଭାବେ ପ୍ରଫେସର ଶଶିକାନ୍ତ ରାଉତ, ବୁଦ୍ଧଦେବ ସ୍ୱାଇଁ, ପ୍ରିତମ ପରିଡା ଓ ବରିଷ୍ଠ ଶିକ୍ଷାବିତ୍ ସାରଦା ଭାରତୀ ପ୍ରମୁଖ ଯୋଗଦାନ କରିଥିଲେ । କସ୍ତୁରୀ ର ଏଭଳି କାର୍ଯ୍ୟକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ଅର୍ପିତା, ରୋଜି, ବୁଧିଆ, ରାମଚନ୍ଦ୍ର, ବିଜୟ ଓ ଫକିର ମୋହନ ପରି·ଳନା କରିଥିବା ବେଳେ ଅର୍ଚ୍ଚିତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।