ଆଇସିଏ ରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁୁବନେଶ୍ୱର, (ଆଇଏନ୍ଏସ୍): ଇନ୍ଷ୍ଟିଚୁ୍ୟଟ୍ ଅଫ୍ କମ୍ପୁ୍ୟଟର ଏକାଡେମୀ (ଆଇସିଏ) ପକ୍ଷରୁ ପବିତ୍ର ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଲ୍କୋର ପୂର୍ବତନ ଅଧ୍ୟକ୍ଷ ତପନ ·ନ୍ଦ ପତାକା ଉତୋଳନ କରିଥିଲେ । ସେ କହିଥିଲେ ଭାରତର ସମ୍ବିଧାନ ସର୍ବବୃହତ ଲିଖିତ ସମ୍ବିଧାନ ଯାହାକୁ ଆମ୍ଭେମାନେ ୭୦ବର୍ଷ ଧରି ମାନି ଆସିଛେ । ଭାରତରେ ବିଭିନ୍ନ ଭାଷାଭାଷି, ଧର୍ମ ଓ ଜାତିର ଲୋକ ବାସ କରୁଥିଲେ ମଧ୍ୟ ଏହା ସାର୍ବଭୌମତ୍ୱ ରକ୍ଷା କରିଆସିଛି । ବର୍ତମାନ ସମୟରେ କମ୍ପୁ୍ୟଟରର ବହୁଳ ବ୍ୟବହାର ହେଉଛି । ତେଣୁ ସମସ୍ତେ ନିଜର ଦକ୍ଷତା ବଢ଼ାନ୍ତୁ । ବୈଷୟିକ କ୍ଷେତ୍ରରେ ନିଯୁକ୍ତି ପାଇଁ ଏହା ସହାୟକ ହେବ । ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁକାନ୍ତ ରାଉତ ଯୋଗଦେଇ ସମ୍ବିଧାନର ପରିବର୍ତନ ଓ ସମାଜ ପ୍ରତି ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ । ଆଇସିଏ ର ନିଦେ୍ର୍ଦଶକ ସନ୍ତୋଷ ଦାସ ସଭାପତିତ୍ୱ କରିଥିବା ବେଳେ ଅନ୍ୟତମ ନିଦେ୍ର୍ଦଶକ ଅମୂଲ୍ୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସଫେଇ କାର୍ଯ୍ୟକ୍ରମ ସହିତ ବକ୍ରୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ତଥା ସ୍ଥାନୀୟ ଅଂଚଳର ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.