“ଆୟୁଷ” ନିର୍ଦେଶାଳୟରେ ଅନିୟମିତତା
ଭୁବନେଶ୍ୱର, (ଆଇଏନ୍ଏସ୍): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସରକାରୀ ନୀତି-ନିୟମକୁ ବେଖାତିର କରି କେତେକ ଅଧିକାରୀ ମନମୁଖୀ କାର୍ଯ୍ୟ କରୁଛନ୍ତି । ବିଭାଗୀୟ କର୍ମଚରୀ ମାନେ ନିଜର ଜିପିଏଫ୍ କିମ୍ବା ଅନ୍ୟାନ୍ୟ ଆର୍ଥିକ ପ୍ରାପ୍ୟ ପାଇବାକୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି । ବିଶେଷତଃ “ଆୟୁଷ” ନିର୍ଦେଶାଳୟରେ ଜିପିଏଫ୍ ଉଠାଣ ପାଇଁ ପ୍ରାୟ ୩ ମାସ ସମୟ ଲାଗୁଛି । କର୍ମଚାରୀଟି ଲାଂଚ ନେଦେବା ପର୍ଯ୍ୟନ୍ତ “ଆୟୁଷ” ନିର୍ଦେଶାଳୟରେ ଫାଇଲ୍ କାର୍ଯ୍ୟ ହେଉନାହିଁ । ଅତି ଜରୁରୀ କାର୍ଯ୍ୟ ପାଇଁ କର୍ମଚାରୀଟି ଜିପିଏଫ୍ ଉଠାଇବାକୁ ଆବେଦନ କରିଥାଏ । ୨୦୧୯ ମସିହା ଅଗଷ୍ଟ ମାସରୁ ୨୦୨୦ ଜାନୁୟାରୀ ମଧ୍ୟରେ କେତେଜଣ କର୍ମଚାରୀ କେବେ ଜିପିଏଫ୍ ଉଠାଇବାକୁ ଆବେଦନ କରିଛନ୍ତି ଓ ସେମାନେ କେବେ ଜିପିଏଫ୍ ଟଙ୍କା ପାଇଛନ୍ତି, ସରକାର ଅନୁସନ୍ଧାନ କରି ଦୋଷୀ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।