ଧର୍ମପ୍ରାଣା ମହିଳାଙ୍କ ପରଲୋକ
କଟକ, (ଆଇଏନ୍ଏସ୍): ଧର୍ମପ୍ରାଣା ମହିଳା ଶାନ୍ତିସୁଧା ଦାସ(୭୫)ଙ୍କର ଗୁରୁବାର ସକାଳେ ମହାନଦୀବିହାରସ୍ଥିତ ଏକ ନର୍ସିଂହୋମରେ ପରଲୋକ ଘଟିଯାଇଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ତାଙ୍କର ପରଲୋକ ହୋଇ ଯାଇଥିଲା । ମୃତୁ୍ୟଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ବୋହୂ, ଝିଅ ଜ୍ୱାଇଁ, ନାତିନାତୁଣୀଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସ୍ୱର୍ଗତ ଦାସ ଜଗତସିଂହପୁର ଜିଲ୍ଲା ନାଉଗାଁ ବାଲିସାହିର ଶିକ୍ଷକ ସ୍ୱର୍ଗତ ନଗେନ୍ କୁମାର ଦାସଙ୍କ ଧର୍ମପନôୀ । ସେ ମିଷ୍ଟଭାଷୀ, ଧର୍ମପରାୟଣା ଓ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଆଶ୍ରିତ ଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମାପନ କରାଯାଇଥିବା ବେଳେ ବଡପୁଅ ପ୍ରୀତିରଂଜନ ଦାସ ମୁଖାଗ୍ନି ଦେଇଥିଲେ ।