ଇଷ୍ଟଇଣ୍ଡିଆ କମ୍ପାନୀ ବେଳର ଆଇନ ବଦଳୁ
ଡାକ୍ତର ସୁରେନ୍ଦ୍ର ନାଥ ଦାଶ
ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ, ଯେଉଁଠି ଲୋକମାନେ ବାଇକ ଚଳାଇବା ବେଳେ ମୁଣ୍ଡରେ ହେଲମେଟ ଲଗାନ୍ତି ନାହିଁ, କାର ଚଲାଇଲା ବେଳେ ସିଟ୍ ବେଲ୍ଟ ପିନ୍ଧନ୍ତି ନାହିଁ । ବାହାର ଦେଶ ମାନଙ୍କରେ ସିଟ ୍ବେଲ୍ଟ ଲଗାଇବା ଓ ହେଲମେଟ ପିନ୍ଧିବା ପାଇଁ ଆଇନର ନାଲି ଆଖି ର ଆବଶ୍ୟକତା ପଡେ ନାହିଁ । ପିଲାଟି ଅତିଛୋଟ ବେଳୁ ସମାଜରୁ ଏସବୁ ଶିଖିଥାଏ ।
ଆମ ଦେଶରେ କିନ୍ତୁ ଘଟଣା ଅନ୍ୟ ପ୍ରକାର । ସ୍ୱାଧିନତାର ସତୁରି ବର୍ଷ ସରିବା ପର୍ଯ୍ୟନ୍ତ ଆମର ନେତା ମାନେ ଆମକୁ ଓଲଟା ପାଠ ପଢାଇଲେ । ବଡ ଲୋକ ମାନଙ୍କ ପାଇଁ ଆଇନର ବାଖ୍ୟା ଅଲଗା । ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନୁହେଁ । ଧାଡିରେ ଠିଆହେବା, ଟ୍ରାଫିକ ଆଇନ ମାନିବା, ଚେକଗେଟରେ ଗାଡିକୁ ଚେକ କରାଇବା, ମାସକୁ ମାସ ବିଦ୍ୟୁତ ବିଲ ବାନ୍ଧିବା, ଅବସର ପରେ ସରକାରୀ ବାସଗୃହ ଛାଡିବା, ସରକାରୀ ଓ ବ୍ୟାଙ୍କ ଋୁଣ ଶୁଝିବା, ଟ୍ରେନରେ ଟିକେଟ କରି ଯିବା , ଅଣ ଭିଆଇପି ଙ୍କ ପକ୍ଷରେ ଶୋଭା ପାଏ । ଭିଆଇପି ମାନଙ୍କର ଗାଡି କୁ ଚେକ ନକରି ସାଲୁଟ ମାରି ନଛାଡିଲେ ପ୍ରଳୟ ହୋଇଯିବ । ଏବେ ବି ରାଜନୈତିକ ଦଳମାନେ ଯେଉଁ ବନ୍ଦ ଡାକରା ଦେଉଛନ୍ତି,ଜବରଦସ୍ତ ଦୋକାନ ବଜାର ବନ୍ଦ କରାଉଛନ୍ତି,ରାସ୍ତାରେ ଟାୟାର ଜାଳି ପ୍ରଦୁଷଣ ଆଇନ କୁ ବାଏ ବାଏ କହୁଛନ୍ତି, ତାକୁ ନିୟନ୍ତ୍ରଣ କିଏ କରିବ? ସତୁରି ବର୍ଷପରେ ଜୀବନି ଶୈଳୀର ଗାଡିର ଗିଅରଟା ହଟାତ୍ ବଦଳାଇଲା ବେଳକୁ ଗାଡି ବୋଲ ମାନୁନି । ପାକଲା ବାଳରେ ପାଠ ଭଳି ଚିରାଚରିତ ଢଙ୍ଗ ଛାଡିବାକୁ ଲୋକ ନାରାଜ । ରାତାରାତ ିଲମ୍ବା ଦାଢି ହୋଇପାରୁନି । ସତୁରି ବର୍ଷ କାଳ ଶାସନ ନାଁ ରେ କଣ ଚାଲିଥିଲା ତାହା କାହାକୁ ବୁଝାଇବାକୁ ପଡିବ ନାହି ାଁ ନେତା ଙ୍କ ର ସମାବେଶ ହେଲେ ଆରଟିଓ କୁ ଫୋନ ଯିବ, ଗାଡି ଯୋଗାଡ କର, କର୍ମି ମାନେ ଭୂବନେଶ୍ୱର ଯିବେ । ସେ ଧମକାଇ ଗାଡି ମାନଙ୍କୁ ନେତାଙ୍କ ସମାବେଶ କୁ ଗାଡି ପଠାଇବ । ଏଣେ କମ ଗାଡି ଯୋଗୁ ଓଭର ଲୋଡିଙ୍ଗ ରେ ଯାତ୍ରୀ ଯିବେ । ସତୁରି ବର୍ଷ ଧରି ପୋଲିସ,ଆରଟିଓ ସମସ୍ତେ ଗାଡି ଯାଂଚ କରୁଥିଲେ, ଛକ କୁ ଦିନ ରାତି ଜଗି ବସିଥିଲେ । ତଥାପି କିଭଳି ଏତେ ଲୋକ ବିନା ଲାଇସେନସରେ ଗାଡି ଚଳାଉଥିଲେ?ଏତେ ଗାଡି ର ପରମିଟ ନଥିଲା ? ଧରା ପଡିଲେ ହାତ ଗୁଞ୍ଜା ଦେଇଦିଅ,ନହେଲେ ନେତା ଅଛନ୍ତି, ଆମ ଲୋକ, ତାକୁ ଛାଡି ଦିଅ,ଏହି ସଂସ୍କୃତି ଆମେ ସ୍ୱାଧିନତା ପରେ ସୃଷ୍ଟି କଲେ । ଆରଟିଓ ଅଫିସ୍ରେ କଣ ହୁଏ ତାହା ସମସ୍ତେ ଜାଣନ୍ତି । ଏବେ ସେମାନେ ଦସ୍ୟୂ ରନôାକରରୁ ସତ ବାଲ୍ମିକୀ ହୋଇଛନ୍ତି କି? ମିଛମିଛ ଅଭିନୟ କରୁଛନ୍ତି । ଫାଇପ-ଟି ଝଡ କମି ଗଲା ପରେ ଜଣାପଡିବ ।
ଜୀବନ ଦୁର୍ବିସହ ହୋଇପଡିଲାଣି । ଜୀବନ ଜୀବିକାପାଇଁ ଅହରହ ସଂଗ୍ରାମରେ ପରିବାର ଚଳାଇବା ମୁସ୍କିଲ ହୋଇପଡୁଛି । ପରିବା ବେପାରିଟିଏ, ରାଜମିସ୍ତ୍ରୀ ଟି ସକାଳୁ ମଟର ସାଇକେଲ ରେ କାମକୁ ଯାଏ । ଦିନେ ନଗଲେ ପେଟ ଅପୋଷା । ମାଲିକ ଦିନେ ବି ଛୁଟି ଦେବାକୁ ଅନିଛୁକ । ହାଡଭଙ୍ଗା ପରିଶ୍ରମ ପରେ ବି ଜୀବନ ଗଣିତରେ ବିଯୁକ୍ତ ଘରର ସଂଖ୍ୟା ଅଧିକ ହୋଇପଡେ । ତା ଭିତରେ କେତେବେଳେ ଲାଇସେନ୍ସ ର ସମୟ ସରି ଯାଏ, ଜାଣିପାରେନା । ଜାଣିଲେ ବି କଣ ହେବ? ସେ କଣ ଦିନ କର କାମ? ଆଜି ଆସ କାଲି ଆସ, କିରାଣୀ ବାବୁ ପାଠ ପଢାଇବ,ତା ପାଇଁ କିଏ ବା ଫୋନ କରିବ? ଯାହା ହେବ ଦେଖା ହେବ । ଏମାସ ରେ ପିଲାର ସ୍କୁଲଫି’ ବନ୍ଧା ହେବ । ପାଖରେ ପଇସା ନାହିଁ । ମୁଣ୍ଡ କାମ କରୁନି । ଅନ୍ୟ ମନସ୍କ ଭାବରେ ହେଲମେଟ ନଦେଇ ବାହାରି ଆସିଛି । ପଡିଗଲା ଟାଣୁଆ ମୋ ସରକାର ହାବୁଡେ,ଝିକି ନେଲେ ‘ାଇନ ଦଶ ହଜାର! ମିଳାଇଗଲା ପିଲା ର ପବ୍ଲିକ ସ୍କୁଲରେ ନାଁ ଲେଖାଇବାର ସ୍ୱପ୍ନ ।ଏ ମାସରେ ଅଧା ଉପାସ ରେ ରହିବାକୁ ପଡିବ । ଯେଉଁ ବାବୁ ମାନେ ହଜାର ଲକ୍ଷ ଫାଇନ ହାଙ୍କୁଛନ୍ତି, ସେମାନେ ନିଜକୁ ଥରେ ସେହି ରୁଟି ବେପାରି, ରାଜମିସ୍ତ୍ରୀ,ପରିବା ବାଲା ର ସ୍ଥାାନ ରେ ନିଜ କୁ ରଖନ୍ତୁ । ଭୋକ ର ଭୁଗୋଳ ଅନୁଧ୍ୟାନ କରନ୍ତୁ । ନିଜ ପାଇଁ ମୋଟା ଦରମା ଓ ପେନସନ ଖଞ୍ଜି ଦେଇ, ଆମ ଆଦମୀ କଥା ଭୁଲନ୍ତୁ ନାହିଁ ।
କୈøଣସି ଲୋକ ଆଇନ ଭାଙ୍ଗିବାକୁ ଚାହେଁ ନାହିଁ । ଆଇନ ର ପରିସିମା ମଧ୍ୟରେ ଶାନ୍ତି ରେ ରହିବା ସମସ୍ତେ ଚାହାନ୍ତି । ପ୍ରତି ସ୍ତରରେ ଦୁର୍ନିତି, ଅବହେଳା ହି ମଣିଷ କୁ ଆଇନ ଭାଙ୍ଗିବାକୁ ବାଧ୍ୟ କରେ । ସରକାର ଆଗେ ନିଜକୁ ସଜାଡନ୍ତୁ,କୌଣସି ଅଫିସରୁଦୁର୍ନିତି ହଟିଛିକି? ଏତେ ଦରମା ପାଇ ମଧ୍ୟ ବାବୁ ମାନେବାଟ ହୁଡୁଛନ୍ତି, ପରିବହନ ଅଫିସରେ ଲମ୍ବା ଧାଡି, ଲାଇସେନସ ପାଇଁ ଦିନ ଦିନ ଲାଗି ଯ୍ାଉଛି,ମେହନତ ମଣିଷ ପାଖରେ ଧାଡିରେ ଠିଆହେବାକୁ ସମୟ କାହିଁ? କିଭଳି ଅଳ୍ପ ସମୟରେ ତା କାମ ହୋଇପାରିବ ସେକଥା ଚିନ୍ତା କରନ୍ତୁ । ୧୮୬୦ ମସିହା ର ଇଷ୍ଟ ଇଣ୍ଡିଆ କମ୍ପାନୀ ବେଳର ଆଇନ କୁ ବଦଳାନ୍ତୁ ।
ଏବେବି ହାଜତ ମୃତ୍ୟୁ ହେଉଛି । ଖାକି ହାତରେ ଦଣ୍ଡା ଧରାଇ ଦେଲେ ଲୋକଙ୍କ ଦୁଃଖ ବଢିଯିବ । ରବ ିଶଙ୍କର,ନିଲିମା ଦିଦି ଙ୍କ ଠାରୁ ସଦଜ୍ଞାନ ପାଇ ମଧ୍ୟ ଏମାନେ ବାଟ କୁ ଆସୁ ନାହାଁନ୍ତି ।
ଏକ ଗଣତନ୍ତ୍ର ରାଷ୍ଟ୍ରରେ ଲୋକ ମାନଙ୍କୁ ଗାଇଗୋରୁ ଭଳି ଗୋଡାଇ ଧରିବା ଶୋଭନୀୟ ନୁହେଁ । ସିଷ୍ଟମ ର କେଉଁଠି ଦୁର୍ବଳତା ଅଛି ତାହା ଆଗେ ଖୋଯାଜାଉ । ନିଜେ ସଜାଡି ହେଲା ପରେ ଦାଣ୍ଡ କୁ ବାହାରିଲେ ଶୋଭା ପାଇବ ।