ରାଜ୍ୟସଭା ଦୌଡ଼ରେ ମହିଳା ବିଜେଡ଼ି ସଂଗଠନର ନେତ୍ରୀ
ଭୁବନେଶ୍ୱର, (ଆଇଏନ୍ଏସ୍): ସଂସଦରେ ଖାଲି ପଡ଼ିଥିବା ୫୫ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ମତଦାନ ହେବ । ଆଜି ଏସଂପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରୁ ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ଖାଲି ପଡ଼ିଛି । ଏହି ଆସନ ଗୁଡ଼ିକ ପାଇଁ ବିଭିନ୍ନ ରାଜନୈତିକ ଦଳରୁ ବିଶେଷତଃ ବିଜେଡ଼ି ର ଆଗ ଧାଡ଼ିର ଅନେକ ଆଶାୟୀ ନେତା ଓ ନେତ୍ରୀ ଟିକଟ ଦୌଡ଼ରେ ରହିଛନ୍ତି । ୪ଟି ଆସନ ମଧ୍ୟରୁ୨ଟି ମହିଳା ପ୍ରାର୍ଥୀଙ୍କ ଭାଗରେ ଯିବ ବୋଲି ରାଜନୀତିକ ସମୀକ୍ଷକ ମାନେ ଅନୁମାନ କରୁଛନ୍ତି । ସୂଚନାଯୋଗ୍ୟ ଯେ, ରାଜନୀତିରେ ବିଜେଡ଼ି ମୁଖିଆ ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ଆସୁଛନ୍ତି । ଏଥିନେଇ ରାଜ୍ୟ ରାଜନୀତି ଏବେ ଚଳଚଂଚଳ ହୋଇ ଉଠିଛି ।
ତେବେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ବିଜେଡ଼ିର କେତେକ ଟିକଟ ଆଶାୟୀ ମହିଳା ନେତ୍ରୀଙ୍କ ମଧ୍ୟରେ ଜଣେ ହେଉଛନ୍ତି ଚନ୍ଦ୍ରଲେଖା (ବହିଦାର) ପଟ୍ଟନାୟକ । ସେ ମହିଳା ବିଜେଡ଼ି ସଂଗଠନର ସାଧାରଣ ସଂପାଦିକା ଭାବେ ନିଜର ଦାୟିତ୍ୱ ତୁଲାଇ ଆସୁଛନ୍ତି । ୬୪ ବର୍ଷିୟା ଶ୍ରୀମତୀ ପଟ୍ଟନାୟକ ଉଚ୍ଚଶିକ୍ଷିତ ଓ ଜଣେ ସମାଜସେବୀ ଭାବେ ପରିଚିତ । ସେ ଇଂରାଜୀରେ ମାଷ୍ଟର ଡ଼ିଗ୍ରୀ ହାସଲ କରିଛନ୍ତି । ଜୀବନସାରା ସେ ଅଧ୍ୟାପନାରେ ନିଜକୁ ସାମିଲ କରିଛନ୍ତି । ତାଙ୍କର ସ୍ୱାମୀ ଡ଼ଃ ଚିତରଂଜନ ପଟ୍ଟନାୟକ ଜଣେ ଅବସରପ୍ରାପ୍ତ ସେଂଟ୍ରାଲ ପାରାମିଲିଟାରୀ ଫୋର୍ସର ଇନିସପେକ୍ଟର ଜେନେରାଲ । ତାଙ୍କର ବାପା ସ୍ୱର୍ଗତ ମାନଭଂଜନ ବହିଦାର ଜଣେ ପ୍ରତିଷ୍ଠିତ ଓକିଲ ତଥା ସମାଜସେବୀ ଥିଲେ । ସାରା ପଶ୍ଚିମ ଓଡ଼ିଶାରେ ଶ୍ରୀମତୀ ପଟ୍ଟନାୟକ ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ସ୍ୱେଚ୍ଛାସେବୀ ସଂସ୍ଥା “ପ୍ରଶ୍ରୟ ଅନୁଷ୍ଠାନ”ର ସଭାନେତ୍ରୀ ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀମତୀ ପଟ୍ଟନାୟକ ବିଭିନ୍ନ ବସ୍ତୀର ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ କାର୍ଯ୍ୟ କରୁଛନ୍ତି । ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସେ ନିଜର କାର୍ଯ୍ୟ ଜାରି ରଖିଛନ୍ତି । ସେ ଜଣେ ସମାଜସେବୀ ଭାବେ ଅନେକ ଗୁରୁତ୍ପପୂର୍ଣ୍ଣ ପଦପଦବୀରେ ରହି ଜନସ୍ୱାର୍ଥ ଜଡ଼ିତ ବିଭିନ୍ନ କାର୍ଯ୍ୟ ସଫଳତାର ସହ ତୁଲାଇ ଆସୁଛନ୍ତି । କଲେଜରେ ପଢୁ ଥିବାବେଳେ ଶ୍ରୀମତୀ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ, ଯାହା ତାଙ୍କୁ ଆଜି ବିଜେଡ଼ି ରାଜନୀତିରେ ସକି୍ରୟ ଭୂମିକା ଗ୍ରହଣ କରିବାକୁ ପ୍ରେରଣା ଦେଇଛି । ବହୁ ପ୍ରତିଭାର ଅଧିକାରୀଣୀ ଶ୍ରୀମତୀ ପଟ୍ଟନାୟକ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବାବେଳେ ପଶ୍ଚିମ ଓଡ଼ିଶା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଶ୍ରୀମତୀ ପଟ୍ଟନାୟକ ବିଜେଡ଼ି ଟିକଟରେ ରାଜ୍ୟସଭାକୁ ଗଲେ, ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରି ପାରିବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଇତିଧ୍ୟରେ ସେ ନିଜର ନିର୍ମଳ ଭାବମୂର୍ତି, ଜନସେବା, ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ଅମାୟିକତ୍ୱ ପାଇଁ ପଶ୍ଚିମ ଓଡ଼ିଶାର ବାସୀଙ୍କର ଅତି ନିକଟତର ହୋଇ ପାରିଛନ୍ତି । ଶ୍ରୀମତୀ ପଟ୍ଟନାୟକଙ୍କର ପଶ୍ଚିମ ଓଡ଼ିଶାରରେ ବ୍ୟାପକ ଲୋକ ସଂପର୍କ ଥିବାରୁ ସେ ନିଜର ଗୁରୁ ଦାୟିତ୍ୱ ତୁଲାଇ ପାରିବେ ବୋଲି ରାଜନୀତିକ ସମୀକ୍ଷକ ମାନଙ୍କ ମତ ।
dapoxetina generico Xhaja X, et al