ସୋରର ପରିବା ବଜାର ସ୍ଥାନାନ୍ତର

ବାଲେଶ୍ୱର, (ଆଇଏନ୍ଏସ୍): ଭାରତରେ କେଭିଡ-୧୯ ଭୂତାଣୁର ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ତାହାକୁ ରୋକିବା ପାଇଁ ସାମାଜିକ ଦୂରତା ଅପରିହାର୍ଯ୍ୟ । କିନ୍ତୁ ଏତେ ସବୁ ଘଟଣା ପରେ ମଧ୍ୟ ସୋରର ମୁଖ୍ୟ ବଜାର (ଅଡ଼ଙ୍ଗ ବଜାର) ପରିବା ହାଟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା, ସତେ ଯେମିତି କିଛି ଘଟିନାହିଁ । ସାମ୍ପ୍ରତିକ ପରିସ୍ଥିତିରେ ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ପରିବା ହାଟକୁ ଗୋ-ଶାଳା ନିକଟ ଓଭର ବ୍ରିଜ ତଳକୁ ସ୍ଥାନାନ୍ତର କରାଯାଇଛି । ପ୍ରଶାସନର ନିଷ୍ପତି ସଠିକ୍ ଏବଂ ପ୍ରଶଂଶନୀୟ । କିନ୍ତୁ ଏତେ ପରେ ମଧ୍ୟ ଲୋକମାନେ ସଚେତନ ନୁହଁନ୍ତି । ପରିବା ପତ୍ର କିଣିବା ସମୟରେ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରୁନାହାନ୍ତି ଲୋକମାନେ । ତେଣୁ ଲୋକମାନଙ୍କୁ ସେ ସମ୍ପର୍କରେ ଚେତେଇବା ପାଇଁ ପୋଲିସର କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇ ପଡ଼ିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published.