ରାଜସ୍ତାନର ଜୟପୁରରେ ଅଟକିଛନ୍ତି ଓଡ଼ିଆ!
କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ରାଜସ୍ତାନର ଜୟପୁର ସହରରେ ପାଣି ପାଇପ୍ ଲାଇନ୍ କାର୍ଯ୍ୟ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ଲୋକେ ଅତି ଅସୁବିଧାରେ ଥିବା ସେମାନେ ଜଣାଇଛନ୍ତି । ସେମାନେ କହିଛନ୍ତି ଯେ, ଆମର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ସାରା ଦେଶକୁ ଲକ୍ ଡ଼ାଉନ୍ କରି ଉଚିତ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଆମେ ସେମାନଙ୍କ କାର୍ଯ୍ୟକୁ ବିପୁଳ ସ୍ୱାଗତ କରୁଛୁ । ମାତ୍ର ଆମେ ଏଠାରେ ବହୁ ଅସୁବିଧାରେ ଦିନ ବିତାଉଛୁ । ଏବେ ଆମ ପାଖରେ ଖାଇବାକୁ ଅର୍ଥ ନାହିଁ କି ମୁଣ୍ଡ ଗୁଂଜିବାକୁ ଘର । ଏଣୁ ଆମେ ଆମ ମୁଖ୍ୟମନ୍ତ୍ରୀଙ୍କୁ ହାତଯୋଡ଼ି ଅନୁରୋଧ କରୁଛୁ ଯେ, ସେ ଆମକୁ ଏଠାରୁ ଓଡ଼ିଶା ଫେରାଇ ନେବାର ବ୍ୟବସ୍ଥା କରନ୍ତୁ । ଆହୁରି ମଧ୍ୟ ସେମାନେ ଆକୁଳ ଭାବେ କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତିଙ୍କୁ ସହଯୋଗ ନିମନ୍ତେ ଅନୁରୋଧ କରିଛନ୍ତି ।