କଟକରେ ଲକଡ଼ାଉନ୍ ର ପ୍ରଭାବ: ସବୁଠି ଶୂନଶାନ!!

କଟକ, (ଆଇଏନ୍ଏସ୍): ସମଗ୍ର ପୃଥିବୀର ୨୦୦ଟି ଦେଶରେ ମାରାତ୍ମକ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଆମ ଦେଶକୁ ଏହି ମହାମାରୀରୁ ରକ୍ଷା କରିବାକୁ ସମଗ୍ର ଦେଶ ଲକଡ଼ାଉନ୍ (ତାଲା ବନ୍ଦି) ଅବସ୍ଥାରେ ରହିଛି । ଚାରିଆଡ଼େ ଶୂନଶାନ୍ । ସବୁଠି ଲକଡ଼ାଉନ୍ ର ବିକଳ ଅବସ୍ଥା! ଅହରହ ଚଳଚଂଚଳ ଥିବା ସାରା ଭାରତର କୋଣ-ଅନୁକୋଣ, ରାସ୍ତାଘାଟ, କଳ କାରଖାନା, ସ୍କୁଲ-କଲେଜ, ଖଟିଖିଆଙ୍କ କାମଧନ୍ଦା, ସବୁକିଛି ଏବେ ନିସ୍ତବ୍ଧ ହୋଇ ଯାଇଛି । ଚାରିଆଡ଼େ ଖାଁ ଖାଁ ଅବସ୍ଥା । ସମଗ୍ର କଟକ ସହରରେ ଖାଁ ଖାଁ ଅବସ୍ଥା ଦେଖାଦେଇଛି । ସାରା ସହରରେ ଲୋକ ଶୂନ୍ୟ ହୋଇଯାଇଛି । କେବଳ ଔଷଧ ଓ କ୍ଷୀର ଦୋକାନକୁ ଛାଡ଼ି ସମସ୍ତ ଦୋକାନକୁ ସନ୍ଧ୍ୟାରେ ବନ୍ଦ କରିଦିଆଯାଉଛି । ସନ୍ଧ୍ୟା ଠାରୁ ରାସ୍ତଘାଟ ଶୂନଶାନ ହୋଇ ପଡ଼ୁଛି । କାଁ ଭାଁ କେଉଁଠି ଗୋଟେ ଅଧେ ଗାଡ଼ି କିମ୍ବା ଜଣେ ଦୁଇଜଣ ଲୋକଙ୍କୁ ଛାଡ଼ି ଦେଲେ ରାସ୍ତାରେ କାହାକୁ ଦେଖିବାକୁ ମିଳୁନାହିଁ । (ରିପୋର୍ଟ: ଦେବାଶୀଷ ରାଉତ)

Leave a Reply

Your email address will not be published.