ମୋତେ ଛୁଅଁନି!
ଡାକ୍ତର ସୁରେନ୍ଦ୍ର ନାଥ ଦାଶ
ସଂପ୍ରତି ସାରା ବିଶ୍ୱର କୋଣ ଅନୁକୋଣରେ କୋଭିଡ-୧୯ କାୟା ବିସ୍ତାର କରି ମୃତୁ୍ୟର ଯେଉଁ ତାଣ୍ଡବ ଲିଳା ସୃଷ୍ଟି କରି ଚାଲିଛି, ମାନବ ଜାତି ଇତିହାସରେ ତାହା ଅଭୂତପୂର୍ବ ଓ ଅଶ୍ରୁତିପୂର୍ବ ଅଟେ । ଆଜି ସାରା ବିଶ୍ୱ ଏକ ସାମାନ୍ୟ ଭାଇରସ ପାଖରେ ଅସହାୟ ହୋଇପଡିଛି । ରାଜା ମହାରାଜା, ରାଣୀ, ମହାମନ୍ତ୍ରୀ, କୋଟିପତି କେହି ଏହା କବଳରୁ ରକ୍ଷା ପାଉ ନାହାଁନ୍ତି । ଜ୍ଞାନ,ବିଜ୍ଞାନ, ପରମାଣୁ ଅସ୍ତ୍ର,ବାଲାଷ୍ଟିକ ମିସାଇଲ ସବୁ ନିରର୍ଥକ ହୋଇପଡିଛି ୀ ବିଶ୍ୱର ଧନଶାଳୀ ଓ ଶକ୍ତିଶାଳୀ ଦେଶ ରୂପେ ଗର୍ବ କରୁ ଥିବା ଆମେରିକା,ଫ୍ରାନ୍ସ, ଇଂଲଣ୍ଡ, ଇଟାଲି, ଜର୍ମାନୀ ଭଳି ଦେଶମାନ ଛାରଖାର ହୋଇ ଗଲାଣି । ମାନସିକ ଚାପରେ ଜର୍ମାନୀର ଅର୍ଥମନ୍ତ୍ରୀ ଆତ୍ମହତ୍ୟା କରିସାରିଲେଣି ।
ଆଶ୍ଚର୍ଯ୍ୟର କଥା, ଏହି ରୋଗ ସହ ଲଢିବାକୁ ସାରା ବିଶ୍ୱ ଆଜି ଭାରତୀୟ ପରମ୍ପରାକୁ ଆଦରି ନେଇଛି । ଆମର ପୁରୁଣା ପରମ୍ପରାରେ ଏକ ପବିତ୍ର ଜୀବନ ଧାରା ରହିଥିଲା । ଅତି ପ୍ରାତଃ କାଳରୁ ଶଯ୍ୟାତ୍ୟାଗ, ସୂର୍ଯ୍ୟ ନମସ୍କାର, ଦେବ ପୂଜା, ଗାୟତ୍ରୀ ମନ୍ତ୍ର ଜପ, ଗୋ ସେବା, ବୟସ୍କ ମାନଙ୍କୁ ପ୍ରଣାମ କରିବା, ଗାଁ ମୁଣ୍ଡରେ ଥିବା ବର, ଅଶ୍ୱତଥ ବୃକ୍ଷ ମାନଙ୍କରେ ଜଳ ପ୍ରଦାନ କରିବା ଆମର ଦୈନିକ କାର୍ଯ୍ୟ ସୂଚୀରେ ଥିଲା । ପାକ କ୍ରୀୟାକୁ ବିଶ୍ରାମ ଦେବା ପାଇଁ ସପ୍ତାହରେ ସଂକ୍ରାନ୍ତି,ଏକାଦଶି ଦିନ ଉପବାସ କରାଯାଉଥିଲା । ତୁଲସୀ, ବେଲ୍, ଅଂଳା, ବଟ ଆଦି ବୃକ୍ଷକୁ ପୁଜା କରାଯାଉଥିଲା । ଘର ଆଗରେ ନିମ ବୃକ୍ଷ ଲଗା ଯାଉଥିଲା । ଦାଣ୍ଡରେ ତୁଳସୀ ଚଉରା ମୂଳେ ସଞ୍ଜ ଦୀପ ଜଳୁଥିଲା । ଦହି,ଦୁଗ୍ଧ ସହ ଆମିଷ ଭକ୍ଷଣ ନିଷେଧ ଥିଲା । ବାହାରୁ ଆସିଲେ ଗୋଡ ହାତ ଧୋଇ ଲୁଗା ପାଲଟି ଘରକୁ ଯାଉଥିଲୁ । ଘରକୁ କୁଣିଆ ଆସିଲେ ଆଗେ ପାଣିଢାଳ, ଗାମୁଛା ଲାଗି ହେଉଥିଲା । ପିତଳ ଗ୍ଲାସରେ ପାଣି ପିଇବାକୁ ଦିଆ ଯାଉଥିଲା । ଖଣ୍ଡ ବସାଦହି, ପଇଡ ପାଣି ଦିଆଯାଉଥିଲା । ତାକୁ ନାକ ଟେକି ଏବେ ସାକାରିନ ମିଶା କୋଲଡ ଡ୍ରିଙ୍କ ପିଉଛୁ । ଚାଳ ଘରର ଥଣ୍ଡା ଆଜିର ଏସିରୁ ମିଳୁଛି କି? ଖରା ଦିନେ ପଣା ସଂକ୍ରାନ୍ତିରେ ପଣା ପିଇ, ପଇଡ ପିଇ ଜଳାଭାବକୁ ଦୂର କରୁଥିଲୁ । ବସନ୍ତରେ ନିମ ପିତା ଖାଉଥିଲୁ । ସକାଳୁ ଘର ବାହାର ଗୋବର ପାଣି ରେ ଶୋଧ କରାଯାଉଥିଲା । ଆମ ସଂସ୍କୃତିରେ ଛେଳିକୁ ହିଁ ମାଂସ ପାଇଁ ବ୍ୟବହାର କରାଯାଉଥିଲା । ପରେ ଆଧୁନିକ ହୋଇ ଗାଈ, ଘୁଷୂରି ମାରି ଖାଇଲୁ । ନାନା ବିଚିତ୍ର ରୋଗ ଡାକି ଆଣିଲୁ । ଯେଉଁ ଗାଈର କ୍ଷୀର ଖାଇ ଆମେ ପିଲା ରୁ ବଡ ହେଲୁ, ତା ମାଂସ ଖାଇଲୁ । ପାଠୁଆ ଲୋକ ମାନେ ଗର୍ବରେ କହିଲେ, “ଆଇ ଇଟ୍ ବିଫ୍, ସୋ ହ୍ୱାଟ?” ଗାଈକୁ ଗୋମାତା କହିବା କୁସଂସ୍କାର ବୋଲି କୁହାଗଲା ।
ଆଜି ସମସ୍ତେ ସ୍ୱୀକାର କରୁଛନ୍ତି ଯେ କରୋନା ବିରୁଦ୍ଧରେ ଲଢିବା ପାଇଁ ‘ନୋ ଟଚ୍’ ହିଁ ଏକମାତ୍ର ଅସ୍ତ୍ର । ଆମ ସମାଜରେ ଏହା ପରମ୍ପରାର ରୂପ ନେଇଥିଲା । ଗାଧୋଇ ସାରିଲେ ଅଗାଧୁଆ ଲୋକକୁ ଛୁଆଁ ଯାଉନଥିଲା । ପ୍ରସବ ପରେ, ଶ୍ମଶାନ ରୁ ଆସିଲେ ଗାଧୋଇ ସଫା ହୋଇ ଘରେ ପଶୁଥିଲେ । ମନ୍ଦିର ଗଲା ବେଳେ ପରିଷ୍କାର ହୋଇ ଯାଉଥିଲୁ । ମୃତ ହେଲେ ଅଶୌଚ ପାଳନ କରାଯାଉଥିଲା । ସେତେବେଳେ ପ୍ରତିଷେଧକ ବା ଆଂଟିବାଓଟିକ ଆସ ିନଥିଲା । ନାନା ସଂକ୍ରାମକ ରୋଗ ବ୍ୟାପୁ ଥିଲା । ଏହି ସବୁ ରୋଗ ମୁଖ୍ୟତଃ ସ୍ପର୍ଶ ଦ୍ୱାରା ବ୍ୟାପୁ ଥିଲା । ତେଣୁ ସମାଜର ଯେଉଁ ଲୋକମାନେ ଦୂଷିତ ପଦାର୍ଥ ସମ୍ପର୍କରେ ଆସୁଥିଲେ ସେମାନଙ୍କୁ୍ ଲୋକ ମାନେ ଛୂଁ ନଥିଲେ । ଏହା କର୍ମଭିତିକ ଥିଲା । ଅଜ୍ଞାନ ବଶତଃ ତାହା ଜାତି ଭିତିକ ହୋଇଗଲା । ତାହାର ଭଲ ଭାବ ଗ୍ରହଣ କରା ନଯାଇ ଏକ ରାଜନୈତିକ ଅସ୍ତ୍ର ରୁପେ ପରେ ବ୍ୟବହାର କରାଯାଇ ଉଚ୍ଚଜାତିଙ୍କୁ ନିନ୍ଦା କରାଗଲା । ମନୁଙ୍କୁ ଜୋତାରେ ମାରିବାକୁ କୁହାଗଲା । ଏକାଦଶିରେ ଚିକେନ ଖାଇଲୁ, ଯୋତାପିନ୍ଧି ଘରେ ପଶିଲୁ,ବୁଢାମାନ ଙ୍କୁ ମରହଟ୍ଟୀ, ମାନ୍ଧାତା କହି ଟାପରା କଲୁ । ଆଜି କରୋନା ସବୁ ଗର୍ବ ଅହଙ୍କାର ଧୋଇ ଦେଇଛି । ପୁଣି ଆମେ ପଛକୁ ଫେରୁଛୁ, ହାଣ୍ଡ୍ ସେକ ବଦଳରେ ନମସ୍ତେ କହୁଛୁ, କୋଳ କରିବା, ଚୁମ୍ବନ ଦେବାକୁ ପରିହାର କରିଛୁ, ପୁଣି କହୁଛୁ, ‘ନୋ ଟଚ୍ ପ୍ଲିଜ’! ଏହା କୁସଂସ୍କାର ନୁହେଁ, ବଂଚିବା ପାଇଁ ଏକମାତ୍ର ରାହା । କୋଳାହଳ ବନ୍ଦ ହେଲା ପରେ ଆମ ପ୍ରକୃତି କେଡେ ମନୋରମ ତାହା ଏବେ ବୁଝୁଛୁ ।
ଇଶ୍ୱରଙ୍କ ଦୟାରୁ ଆମ ସଂସୃତିର ‘ନମସ୍ତେ’ ଓ ‘ନୋ ଟଚ୍’ କୁ ଆଶ୍ରା କରି ଆମେ ଯଦି କରୋନାକୁ ପରାସ୍ତ କରିବାରେ ସଫଳ ହେଉ, ତାହେଲେ ଯେଉଁ ନୁଆ ଯ୍ୁଗ ଆସିବ ତାହା ଯେ ହେବ ଭାରତର ଯୁଗ, ଏଥିରେ ସନେ୍ଦହ ନାହିଁ ।
ଓଡ଼ିଶା ନୁୃ୍ୟଜ୍ ସର୍ଭିସ୍, ଉମରକୋଟ, ମୋ:୯୪୩୭୨୩୫୩୮୬