ମଧୁସୁଦନ ନଗର ଅଂଚଳରେ କରୋନା ଆକ୍ରାନ୍ତ!
ଭୁବନେଶ୍ୱର, (ଆଇଏନ୍ଏସ୍): ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ୟୁନିଟ୍-୪ ଅନ୍ତର୍ଗତ ମଧୁସୁଦନ ନଗର ଅଂଚଳରେ ଓ ତାଙ୍କର ବୟସ ୪୫ ବର୍ଷ ବୋଲି ଜଣାପଡ଼ିଛି । ତେବେ ତାଙ୍କର ଅନ୍ୟ ରାଜ୍ୟ ବା ବିଦେଶ ଗସ୍ତ ସଂପର୍କରେ ସୂଚନା ମିଳିନାହିଁ ।