ନିଜକୁ ନିଜେ ରକ୍ଷା କରିବାର ବେଳ
ଡାକ୍ତର ସୁରେନ୍ଦ୍ର ନାଥ ଦାଶ
ଯେତେବେଳେ ମହାମାରୀ କରୋନା କବଳରେ ପଡି ମଣିଷ ଜାତି ଅସହାୟ ହୋଇପଡିଛି, ମଣିଷ ଦ୍ୱାରା କଳ୍ପିତ ହୋଇଥିବା ସମସ୍ତ ଇଶ୍ୱର ତାକୁ ତଥା ନିଜକୁ ସୁରକ୍ଷା ଦେବାରେ ଅସମର୍ଥ ହୋଇ ପଡିଛନ୍ତି, ସମସ୍ତ ଔଷଧ, ଜ୍ଞାନ ବିଜ୍ଞାନ ହାରି ଯାଇଛି, ସେତେବେଳେ ମଣିଷ ବୁଝିପାରିଛି ଯେ ତାକୁ ଯଦି ଏବେ କିଏ ସୁରକ୍ଷା ଦେବ, ସେ ହେଉଛି ତା’ ଦେହରେ ଥିବା ରୋଗ ପ୍ରତିଷେଧକ ଶକ୍ତି । ଶରୀରକୁ ଶରୀର ହିଁ ରକ୍ଷା କରିବ, ଆତ୍ମାକୁ ଆତ୍ମା ହିଁ ରକ୍ଷା କରିବ, ସେହି ଈଶ୍ୱର ଦତ ଶକ୍ତି ଆଗରେ କରୋନା ଆଜି ନହେଲେ କାଲି ହାର ମାନିବ ।
ରୋଗ ପ୍ରତିଷେଧକ ଶକ୍ତି କଣ? ପୃଥିବୀରେ ପ୍ରତ୍ୟେକ ଜୀବନ୍ତ ବସ୍ତୁକୁ ପ୍ରକୃତି ଶତ୍ରୂ ଠାରୁ ରକ୍ଷା ପାଇବା ପାଇଁ ଉପାଦାନ ଦେଇଛି । ବୃକ୍ଷ ମାନେ ବକଳା, କଂଟା ଦ୍ୱାରା, ହରିଣ ତାର ଶିଂଘ ଓ ଦ୍ରୁତ ଗତି ଦ୍ୱାରା, କଇଁଛ ଖୋଳ ଦ୍ୱାରା, ଝିଙ୍କ ତାର ମୁନିଆ କାଠି ଦ୍ୱାରା ଶତ୍ରୁ ଠାରୁ ରକ୍ଷା ପାଇଥାଆନ୍ତି । ମଣିଷକୁ ମଧ୍ୟ ଦୃଶ୍ୟ ଅଦୃଶ୍ୟ ଅସଂଖ୍ୟ ଶତ ୍ରୁଚାରିକଡରେ ଘେରି ରହିଛନ୍ତି । ନିଜ ବୁଦ୍ଧ ିବଳରେ ବାଘଭାଲୁ ଭଳି ହିଂସ୍ର ଜନ୍ତୁଙ୍କ ଠାରୁ ରକ୍ଷା ସିନା ମିଳିଲା, କ୍ଷୁଦ୍ରାତିକ୍ଷୁଦ୍ର ଜିବାଣୁ, ଭୁତାଣୁମାନେ ପ୍ରତି ମୂହୁର୍ତରେ ମଣିଷକୁ ମାରିଦେବାକୁ ଚେଷ୍ଟା କରୁଛନ୍ତି । ପ୍ଲେଗ, ବସନ୍ତ, ହଇଜା, ୟେଲୋ ଫିଭର, ଯକ୍ଷ୍ମା, ମାଲେରିଆ ଆଦି ରୋଗ ଦ୍ୱ୍ୱାରା ଅତିତରେ କୋଟେିକାଟି ଲୋକ ମରି୍ଛନ୍ତି ବର୍ତମାନ ମଧ୍ୟ ସେମାନଙ୍କର ପ୍ରାଦୁର୍ଭାବ ସଂପୂର୍ଣ୍ଣ ଶେଷ ହୋଇନାହିଁ । ତଥାପି ନିଜ ଦେହରେ ଥିବା ପ୍ରତିରକ୍ଷା ବ୍ୟବସ୍ଥା ଯୋଗୁ ମଣିଷ ଅନେକ ମହାମାରୀରୁ ବଂଚିଛି ଓ କେତେକ ରୋଗଙ୍କୁ ସଂପୂର୍ଣ୍ଣ ନିର୍ମୂଳ କରିବାରେ ସଫଳ ହୋଇଛି ।
ରୋଗ ପ୍ରତିଷେଧକ ଶକ୍ତି ବା ଇମୁ୍ୟନିଟି ଏକ ଲାଟିନ ଶଦ୍ଦ । ଇମୁ୍ୟନିଟିର ଅର୍ଥ ହେଉଛି ଛାଡ ପାଇବା । ସମାଜର କେତେକ ଲୋକ ଟ୍ୟାକ୍ସ ଓ ଦଣ୍ଡରୁ ଛାଡ ପାଉଥିଲେ । ଦେଖାଯାଏ କୌଣସି ରୋଗ ସମାଜରେ ସମସ୍ତଙ୍କୁ ସମାନ ଭାବରେ ସଂକ୍ରମଣ କରେନା । ସମାନ ପରିସ୍ଥିତିରେ କିଛି ଲୋକ ମହାମାରୀରୁ ଆଶ୍ଚର୍ଯ୍ୟ ପ୍ରକାରେ ବର୍ତି ଯାଆନ୍ତି । କିଛିଦିନ ପରେ ସଂକ୍ରାମକ ରୋଗର ସଂକ୍ରମଣତା ଛାଏଁ ଛାଏଁ ଧିରେ ଧରେ କମି ଯାଏ ।
ଅବଶ୍ୟ ପ୍ରଥମେ ରୋଗକୁ ଦେବତାଙ୍କ କ୍ରୋଧ ବା ଦୂଷିତ ବାୟୁ ଯୋଗୁ ବ୍ୟାପି କଫ ଓ ଧାତୁ ର ପରିମାଣ ବେଶି କମ ହେବାରୁ ହେଉଛି ବୋଲି କୁହାଗଲା । ୟୁ କ୍ଲିଡସ ଗ୍ରୀସରେ ୪୩୦ ବିସି ରେ ଏଥେନ୍ସ ରେ ପ୍ଲେଗ ହେଲା ବେଳେ ଦେଖିଲେ, କିଛିଲୋକ ପ୍ଲେଗ ରୋଗରୁ ଭଲ ହେଲାପରେ ଅନ୍ୟ ରୋଗୀଙ୍କର ସେବା କରୁଛନ୍ତି । ସେମାନଙ୍କୁ ଦ୍ୱୀତୀୟ ଥର ରୋଗ ହୋଇନାହିଁ । ୬୦ ବିସିରେ ଫାରସାଲିଆ କବିତାରେ ନର୍ଥ ଆଫ୍ରିକା ର ଅଧିବାସୀ ସାପ କାମୁଡାକୁ ସହିଯିବାର ଉଲ୍ଲେଖ ଥିଲା । ୧୮୯୦ ମସିହାରେ ବେହରି୍ରଙ୍ଗ ଦିପଥେରିଆ, ଟେଟାନସ ଓ ପାଇଁ ଆଂଟିଟକ୍ସିନ ବାହାର କରି ରୋଗ ପ୍ରତିଷେଧ ବିଜ୍ଞାନର ମୁଳୁଦୁଆ ପକାଇଲେ । ଆମ ଶରୀରରେ ଥିବା ଇମ୍ୟୁନ ବ୍ୟବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରୋ ଗୋଟିଏ ହେଉଛି, ଇନେଟ ବା ଜନ୍ମଗତ । ଶହ ଶହ ବର୍ଷ ର ଅନୁଭବ, ଅଭିଜ୍ଞତାକୁ ଭିତିକରି ଏହା ମଣିଷ ଜନ୍ମ ସମୟରୁ ଳାଭ କରିଥାଏ । ଜନ୍ମ ନେଇଥିବା ଅଂଚଳରେ ବହୁଳ ଭାବରେ ହେଉଥିବା ରୋଗ ବିରୁଦ୍ଧରେ ଦେହରେ କିଛି ପରିମାଣ ରେ ପ୍ରତିରୋଧ ଏହା ମଧ୍ୟରେ ଅନ୍ତର୍ଗତ ।ଏହାକୁ ହର୍ଡ ଇମ୍ୟୁନିଟି କୁହାଯାଏ । ଜନ୍ମ ନେଇଥିବା ଶିଶୁ ମା’ଠାରୁ ଏହି ପ୍ରତିରୋଧ ଶକ୍ତି ପାଇଥାଏ ଓ ଏ-ଏ ଆଈ ଜି-ଜିି ମାଧ୍ୟମରେ । ପରେ ମାତୃ ସ୍ତନ୍ୟରେ ଆଇଜ-ଏ ମାଧ୍ୟମରେ ଶିଶୁ ପ୍ରତିରୋଧକ ଶକ୍ତି ପାଇଥା ଏ । ଏହା ପ୍ରିମିଟିଭ ବୋନ ମାରୋରେ ପ୍ରସ୍ତୁତ ହୋଇଥାଏ । ଏହା ଫଳରେ ଶରୀର ନିଜ ଶରୀରର ନହୋଇଥିବା ବାହାରର ବସ୍ତୁ କୁ ଚିହ୍ନି ପାରେ ଓ ବିଭିନ୍ନ ଉପାୟରେ ଶରୀରରୁ ବାହାର କରିବାକୁ ଚେଷ୍ଟାକରେ ।
ଅନ୍ୟଟି ହେଉଛି ଅର୍ଜିତଇମ୍ୟୁନିଟି । ଏହା ଜୀବନ କାଳ ମଧ୍ୟରେ ମଣିଷ ଅର୍ଜନ କରିଥାଏ । ପ୍ରାକୃତିକ ଊପାୟରେ ଥରେ ରୋଗରେ ପଡିଲେ ମଣିଷ ଶରୀରରେ ସେ ରୋଗ ବିରୁଦ୍ଧ ରେ ପ୍ରତିଷେଧକ ଶକ୍ତି ଜାତ ହୁଏ ଓ ଭବିଷ୍ୟତରେ ସେ ରୋଗ ଆଉ ହୁଏ ନାହିଁ । କିମ୍ବା ହେଲେ ଭୟଙ୍କର ହୁଏ ନାହିଁ । ଏହାର ପ୍ରକୃଷ୍ଟ ଉଦାହରଣ ବସନ୍ତ ରୋଗ । ଥରେ ହେଲେ ଜିବନରେ ଆଉ ହୁଏନାହିଁ । ଏହିରୋଗ ନିରୋଧ ଶକ୍ତି ସାରାଜୀବନ ପାଇଁ ପ୍ରତିଷେଧ ଦେଇଥାଏ । କେତେକ କ୍ଷେତ୍ରରେ ଅଳ୍ପ ଦିନ ପରେ ତାହା ଶରୀରରୁ ଚାଲିଯାଏ । ଋତୁଗତ ଫ୍ଲୁ ରୋଗ ଏହାର ଉଦାହରଣ ।
କୁତ୍ରି୍ରମ ଉପାୟରେ ରୋଗ ପତ୍ରିଷେଧ ସୃଷ୍ଟି କରି ଆଜିକାଲି ଅନେକ ସଂକ୍ରାମକ ରୋଗକୁ ନିଶ୍ଚିହ୍ନ କରା ଯାଇପାରିଛି । ଏହାର ମୂଳ ସୁତ୍ର ବିଷ ଦ୍ୱାରା ବିଷକୁ କାଟିବା । କଂଟକେ ନୈବ କଂଟକମ । ଆରବ ଜଗତରେ ସାପ ବିଷକୁ ଅଳ୍ପ ପିଇ ନିଜ ଦେହରେ ନିରୋଧ ଶକ୍ତି ସୃଷ୍ଟି କରୁଥିôଲେ । ଚିନ ଦେଶରେ ବସନ୍ତ ରେଗୀର ଘା ର ବକଳାକୁ ଶୁଖାଇ ସୁଂଘି କିମ୍ବା କ୍ଷତ କରି ଲଗାଇ ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି କରୁଥିଲେ । ପରବର୍ତି କାଳରେ ୧୭୯୮ ମସିହାରେ ଏଡୱାଡ ଜେନର ଗାଈର ବସନ୍ତ ଘା’ ରୁ ବସନ୍ତ ରୋଗର ସଫଳ ଟିକା ବାହାର କଲେ ଓ ଭେରିଓଲେସନ ବା ଭାକେସିନେସନ ଶଦ୍ଦର ସୃଷ୍ଟି ହେଲା । କାଳକ୍ରମେ ରୋଗ ବିରୁଦ୍ଧରେ ଲଢିବା ପାଇଁ ମଣିଷ ହାତରେ ଏହା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହୋଇଅଛି । ଏହା ଯୋଗୁ ଟିଟାନସ, ବସନ୍ତ, ପ୍ଲେଗ, ଦିପଥେରିଆ, ମିଳିଢ଼ିଳା, ହୁପିଙ୍ଗ କାଶ ଭଳି ରୋଗ ଧରା ପୃଷ୍ଠରୁ ନିଶ୍ଚିହ୍ନ ହୋଇଛନ୍ତି ।
ଚାରି ପ୍ରକାର ର ଭାକସିନ ମିଳିଥାଏ । ଯଥାଃ:-(୧) ଲାଇଭ ଆଟେନ୍ୟୁଟେଡ: ଜୀବନୁ ଜିବାଣୁ କୁ ବିଭିନ୍ନ ଉପାୟରେ ନିଷ୍କ୍ରିୟ କରି ଦିଆଯାଏ । ଏହା ଥରେ ନେଲେ ଜୀବନବ୍ୟାପି କାର୍ଯ୍ୟ କରେ । ୟେଲୋ ଫିଭର, ମିଳିମିଳା, ରୁବେଲା, ମମ୍ପସ ବିସିଜି ଟୀକା ଏହି ଶ୍ରେଣୀର । (୨)ଇନଆକ୍ଟିଭେଟେଡ଼ ଭାକସିନ: ଜୀବାଣୁ କୁ ତାପ କିମ୍ବା ରାସାୟିନିକ ଉପାୟରେ ନିଷ୍କ୍ରିୟ କରି ଏହା ଦିଆଯାଏ । ଏହା ବାରମ୍ବାର ଦେବାକୁ ପଡିଥାଏ । କଲେରା, ପ୍ଲେଗ, ହେପାଟାଇଟିସ-ଏ ଏହି ଜାତିୟ । (୩) ଟକ୍ସଏଡ: ଜୀବାଣୁ ର ବିଷକୁ ନିଷ୍କ୍ରିୟ କରି ଦିଆଯାଏ । ଟିଟାନସ ଓ ଡିପଥେରିଆ ଭାକସିନ ଏହି ଜାତୀୟ । ଏହାର ବୁଷ୍ଟର ମାତ୍ରା ଆବଶ୍ୟକ । (୪) ସବୟୁନିଟ ଭାକସିନ: ରୋଗ କରୁଥିବା ବୀଜାଣୁର କିଛି ଅଂଶରୁ ଏହା ତିଆରି ହୁଏ । ହେପାଟାଇଟିସ-ବି ଏହି ପ୍ରକାରର ।
ପାସିଭ ଇମ୍ୟୁନିଟ ଅତି ଜରୁରୀ ଅବସ୍ଥାରେ ଅନ୍ୟ ଜୀବ ଶରୀରରେ ପ୍ରସ୍ତୁତ ଇମ୍ୟୁନଗ୍ଳୋବିନ ରେଗୀକୁ ଦିଆଯାଏ । ଟେଟାନସ ଓ କୁକୁର କାମୁଡା ପରେ ସେ ରୋଗର ନିର୍ଦ୍ଧିଷ୍ଟ ଆଂଟିଡୋଜ ଆକାରରେ ଦିଆଯାଏ । ଆଂଟିବାଓଟିକ ବାହାରିବା ଆଗରୁ ଏହା ହିଁ ଏକମାତ୍ର ଚିକିସôା ଥିଲା ।
ଶରୀରରେ ସୁରକ୍ଷା ବ୍ୟବସ୍ଥା ଦୁଇ ପ୍ରକାର ପରିଚାଳିତ ହୁଏ:(୧) ସେଲ ମେଡିଏଟେଡ: ଏହି ପ୍ରତିରକ୍ଷା ରେ ଶରୀରର ବିଭିନ୍ନ କୋଷ ମାନେ ଅଂଶ ଗ୍ରହଣ କରନ୍ତି । ଶରୀରକୁ ଅନୁପ୍ରବେଶ କରୁଥିବା ବାହାରର ଶତ୍ରୁ ମାନଙ୍କୁ ପ୍ରତିହତ କରିବା ପାଇଁ ସୈନିକ ଭଳି ଜଗିଥିବା କୋଷ ମାନେ ହେଲେ, ଶ୍ୱେତରକ୍ତ କଣିକା,-(ଲିମ୍ଫୋସାଇଟ, ନ୍ୟୁଟ୍ରଫିଲ, ଇଓସିନଫିଲ, ବେସୋଫିଲ) ମାଷ୍ଟସେଲ, ଫାଗୋସାଇଟ, ମାକ୍ରଫେଜ ଭଳି କୋଷ ମାନେ ଶରୀରକୁ ଅହୋରାତ୍ର ଜଗିଛନ୍ତି । ଜିବାଣୁ ପହଂଚି ଗଲେ ଶ୍ୱେତରକ୍ତ କଣିକାମାନେ ସାଙ୍ଗେ ସାଙ୍ଗେ ସେଠାକୁ ଯାତ୍ରାକରନ୍ତି ଓ ଜିବାଣୁକୁ ଘେରାଉ କରି ଦିଅନ୍ତି । ସେମାନଙ୍କ ସଂଖ୍ୟା ହଠାତ ଶରୀରରେ ବଢି ଯାଏ । ଆମ ଶରୀର ରେ ଏହା ବଥ ହୋଇ ପୁଜ ଆକାରରେ ମୃତ ଜିବାଣୁ ଓ ଶେତରକ୍ତ କଣିକା ବାହାରିଯାଆନ୍ତି । ଏହାକୁ ବିଜ୍ଞାନୀ ମାନେ ଇନଫ୍ଲେମାସନ କହନ୍ତି । ଶରୀରରେ ଥିବା ମାକ୍ରୋ ଫେଜ ମାନେ ଜିବାଣୁୁକୁ ଦେହର ଅଙ୍କୁଶରେ ଟାଣି ଆଣି ଖାଇ ଦିଅନ୍ତି । ଏହି ପ୍ରକାର ପ୍ରତିରକ୍ଷା ଜନ୍ମରୁ ଶରୀରରେ ଥାଏ ।
(୨)ଶରୀରରେ ହ୍ୟୁମୋରାଲ ପ୍ରତିରକ୍ଷା ମୁଖ୍ୟତଃ ଅର୍ଜୀତ । ଜୀବନ କାଳ ମଧ୍ୟରେ ରୋଗ ହେଲେ ଶରୀରର ଲିମ୍ଫାଟିକ ଗ୍ରନ୍ଥି ମାନରେ ଥିବା ବି ଓ ଟି କୋଷ ମାନଙ୍କରେ ରୋଗ ବିରୁଦ୍ଧରେ ଆଂଟିବଡି ତିଆରି ହୁଏ । ଏହା ରୋଗ କୁ ଶରୀରରୁ ବିତାଡିତ କରେ ଓ ନିଜର ମେମୋରି ଦ୍ୱାରା ଭବିଷ୍ୟତରେ କେବେ ଆସିଲେ ଘଉଡାଇଦିଏ । ଏହି ପ୍ରକୃତି ଦତ ସୁରକ୍ଷା ହିଁ ଆମର ବାସ୍ତବ ରକ୍ଷା କବଚ । ପା୍ରକୃତିକ ପ୍ରଣାଳୀରେ ଜିବନ କଟାଇଲେ ଏହି ସୁରକ୍ଷା ଅଧିକ କ୍ରିୟାଶିଳ ହୁଏ । ଆମେ ଏହି ସୁୁରକ୍ଷା ହରାଇଲେ ଏଡସ, ଆପ୍ଳାଷ୍ଟିକ ଆନେମିଆ, ଆଗ୍ରାନୁଲୋସାଇଟୋସିସ, ଥ୍ରମ୍ବୋସାଟୋପେନିଆ ଭଳି ରୋଗରେ ଆକ୍ରାନ୍ତ ହେଉ । ସେତେବେଳେ ରୋଗ କବଳରୁ ରକ୍ଷା ପାଇଁ ଆମର ପ୍ରତିରକ୍ଷା ବ୍ୟବସ୍ଥା କାର୍ଯ୍ୟ କରେନା ଓ ଶିତଳ ମୃତ୍ୟୁ ମଣିଷକୁ ଆଲିଙ୍ଗନ କରେ ।
ବେଳେବେଳେ ନିଜ ଶରୀରର କୋଷମାନଙ୍କୁ ଏହି ବ୍ୟବସ୍ଥା ବାହାର କୋଷ ବୋଲି ଭାବି ଅଟୋଇମ୍ୟୁନୁ ରୋଗ ମାନ ସୃଷ୍ଟି କରେ ଓ ଆମର ବାଡ କ୍ଷେତ ଖାଇବା ଅବସ୍ଥା ହୁଏ । ଅନ୍ୟ ବେଳେ ପ୍ରତିରକ୍ଷା ଯୁଦ୍ଧ ଭୟଙ୍କର ହୋଇ ଆନାଫାଲାଟିକ ହୋଇ ବିପଦ ସୃଷ୍ଟି କରେ ।
ଆମେ କୁତ୍ରିମ ଜିବନ ଶୈଳୀରେ ଅଭ୍ୟସ୍ତ ହୋଇ ଏହି ଅମୁଲ୍ୟ ଦାନକୁ ହରେଇ ବସୁଛାୁ । ସବୁବେଳେ କାଚ ଘରେ ଏସି ଲଗାଇ ରହୁଛୁ । ଆମ ଦେହରେ ଖରା କି ବାହାରର ପବନ ବାଜୁ ନାହିଁ । ସବୁଜ ପନିପରିବା ବଦଳରେ ଜଙ୍କ ଖାଦ୍ୟ ଆମର ପ୍ରିୟ ହୋଇ ପଡିଛି । କୌଣସି ପ୍ରକାରର ଜିବାଣୁ ସଂସ୍ପର୍ଶରେ ପିଲା ଦିନରୁ ନ ଆସିବାରୁ ଦେହରେ ପ୍ରତିରକ୍ଷା ସୃଷ୍ଟି ହୋଇପାରୁନି । କିଟନାଶକର ବହୁଳ ପ୍ରୟୋଗରେ ଖାଦ୍ୟ ତାର ଗୁଣବତା ହରେଇଲାଣି । ଠିକ ଏମିତି ଦିନେ ଆମେରିକାର ରେଡ ଇଣ୍ଡିଆନ, ଅଷ୍ଟେଲିଆ, ଆଣ୍ଡାମାନର ଆଦିମ ଅଧିବାସୀ ମାନେ ଆଗରୁ ପ୍ରତିରକ୍ଷା ବ୍ୟବସ୍ଥା ଶରୀରରେ ନଥିବାରୁ ରୋଗରେ ପଡି ସଂପୂର୍ଣ୍ଣ ଲୋପ ପାଇଗଲେ । ଆଜି କରୋନା ଭୟଙ୍କର ହୋଇ ଉଠିବାର କାରଣ ହେଉଛି ଆମର ପ୍ରାକୃତିକ ଶରୀରର ରକ୍ଷା ଉପାଦାନ କମିଯାଇଛି । ବିଶେଷତଃ ପାଶ୍ଚାତ୍ୟ ଜଗତ ଯେଉଁଠି ସେମାନେ ଜୀବନକୁ ସଂପୂର୍ଣ୍ଣ କୁତ୍ରିମତାରେ ଭରି ଦେଇଥିଲେ ଆଜି କରୋନା ଆଗରେ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି ।
ଆମ ଜାତିର ପିତା ମହାତ୍ମା ଗାନ୍ଧି ଆଧୁନିକ ଚିକିସôା ବିଜ୍ଞାନ ଅପେକ୍ଷା ପ୍ରାକୃତିକ ପଦ୍ଧତିରେ ଚିକିସôାର ପକ୍ଷପାତି ଥିଲେ । ଅତି ସଙ୍କଟ ଜନକ ପରିସ୍ଥିତିରେ ମଧ୍ୟ ନିଜ ମତରେ ସେ ଅଟଳ ଥିଲେ ଓ ପ୍ରକୃତିକୁ ଆଶ୍ରୟ କରି ସେ ନିରୋଗରେ ୧୨୦ ବର୍ଷ ବଂଚିବେ ବୋଲି କହୁଥିଲେ । ଆମେ ତାହାକୁ ଗାନ୍ଧିଙ୍କର ମାନ୍ଧାତା ବିଚାର କହିଲେ ମଧ୍ୟ ଅନେକ ଗାନ୍ଧିବାଦୀ ନିରୋଗରେ ଶତାୟୁ ହେବାର ଭୁରିଭୂରି ପ୍ରମାଣ ଅଛି ।