ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ରିଲିଫ ଫଣ୍ଡକୁ ଆର୍ଥକ ସହାୟତା ପ୍ରଦାନ
ପାରାଦ୍ୱୀପ, (ଆଇଏନ୍ଏସ୍): ବିଶ୍ୱମହାମାରୀ କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନିତୀ ଭୁଷୁଡିି ପଡିଛି । ଆମ ଦେଶ ତଥା ଆମରାଜ୍ୟ ଏହି ମହାମାରୀ ବିରୁଦ୍ଧରେ ଦୃଢ ଭାବେ ଲଢେଇ ଜାରୀ ରଖିଛି । ଏହି ଅବସରରେ ପାରାଦ୍ୱୀପ ବନ୍ଦର କ୍ଷତିଗସ୍ତ ଜମିହରା କୃଷକ ଡମ୍ଫର ମାଲିକ ସଂଘ ପକ୍ଷରୁ ଏହାର ସଭାପତି ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ରତ୍ନାକର ଜେନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ରିଲିଫ ଫଣ୍ଡକୁ ବୁଧବାର ପୂର୍ବାହ୍ନରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଲକ୍ଷଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ତତ୍ ସହିତ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍.ଏନ୍.ବେହେରା ମଧ୍ୟ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି । ଏଥି ସହିତ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ରମେଶ ଚନ୍ଦ୍ର ତି୍ରପାଠୀ ୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି ।