ଭିନ୍ନକ୍ଷମ, ଦିବ୍ୟାଙ୍ଗ ଏବଂ ପ୍ରବାସୀ ଶ୍ରମିକ ମାନଙ୍କୁ ସାମାଜିକ ଅନୁଷ୍ଠାନ ସୋର୍ଡ ପକ୍ଷରୁ ସହାୟତା
ଭୁବନେଶ୍ୱର,(ଆଇଏନ୍ଏସ୍): ପକ୍ଷରୁ ମହାନଗର ନିଗମ ଅଧୀନସ୍ଥ କେତେକ ବସ୍ତି ଅଞ୍ଚଳରେ ଥିବା ଅସହାୟ ଦିବ୍ୟାଙ୍ଗ, ଭିନ୍ନକ୍ଷମ ଏବଂ ଭୁବନେଶ୍ଵର ବ୍ଲକ ଅଧିନସ୍ଥ ଧଉଳି,ତମଣ୍ଡୋ, ଭଗବାନପୁର, ପଳାଶପଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ରାସନ ସାମଗ୍ରୀ ପ୍ୟାକେଟ ବଣ୍ଟନ କରାଯାଇ ଆସୁଅଛି। ଅନୁଷ୍ଠାନର କର୍ମକର୍ତ।ମାନେ ଗତ ୧୩ ତାରିଖରୁ ପ୍ରତିଦିନ୧୨୦-୧୫୦ ଜଣଙ୍କୁ ଚାଉଳ, ଡାଲି, ତେଲ, ଆଳୁ, ମାସ୍କ ଓ ସାବୁନ ଆଦି ପ୍ରଦାନ କରୁଛନ୍ତି। ଅନୁଷ୍ଠାନର ସମ୍ପାଦକ ସୌଭାଗ୍ୟ ରଞ୍ଜନ ଭୂୟାଁ, ସଭାପତି ସନ୍ତୋଷ କୁମାର ସ୍ଵାଇଁ, ଜ୍ଞାନ ରଞ୍ଜନ ଜେନା, ଦୀପ୍ତି ଦାଶ, ରେନା ଦିଗଲ, ରଶ୍ମିତା ମଲ୍ଲିକ,ପ୍ରୀତି ରଞ୍ଜନ,ହିମାଂଶୁ ପାଲ ଏବଂ ଦୀପକ ପାତ୍ର ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଆପତକାଳୀନ ଶାଖାର ତତ୍ବାବଧାନରେ ଏହି ଅନୁଷ୍ଠାନର ନିଜସ୍ଵ ପ୍ରଚେଷ୍ଟାରେ ଏହି ଅଭିନବ ପ୍ରୟାସ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଜାରି ରହିବ ବୋଲି ଅନୁଷ୍ଠାନର ସଂପାଦକ ସୌଭାଗ୍ୟ ରଞ୍ଜନ ଭୂୟାଁ ଓ ସମାଜସେବୀ ଅନ୍ନପୂର୍ଣା ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି।