ପ୍ରଧାନମନ୍ତୀ ଓ ମୁଖ୍ୟମନ୍ତୀଙ୍କ ରିଲିଫ ଫଣ୍ଡକୁ ବନ୍ଦର ଅବସର ପ୍ରାପ୍ତ ଅଫିସର୍ସ ସଂଘର ସହାୟତା

ପାରାଦ୍ୱୀପ, (ଆଇଏନ୍ଏସ୍): କୋଭିଡ-୧୯ ପରିପ୍ରେକ୍ଷୀରେ ସରକାରଙ୍କୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ଅର୍ଥଦାନ କରି ସହାୟତାର ହାତ ବଢାଇ ଚାଲିଛନ୍ତି । ଏହି ଅବସରରେ ପାରାଦ୍ୱୀପ ବନ୍ଦର ଅବସର ପ୍ରାପ୍ତ ଅଫିସର୍ସ ସଂଘ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତୀଙ୍କ ରିଲିଫ ଫଣ୍ଡକୁ ୬୦ ହଜାର ଟଙ୍କା ଦାନ କରି ସାଧାରଣରେ ଉଦାହରଣ ପାଲଟିଛନ୍ତି । ଦେଶ ପ୍ରତି ନିଜର କର୍ତବ୍ୟ ଭାବି ଅଫିସର୍ସ ସଂଘର ସଦସ୍ୟମାନେ ଯେଉଁମାନେକି ଦେଶର ବିଭିନ୍ନ ସ୍ଥାନରେ ଅବସରକାଳୀନ ଅବସ୍ଥାନ କରୁଛନ୍ତି, ସେମାନେ ସ୍ୱଇଛାରେ ଏହି ଅର୍ଥରାଶି ପ୍ରଦାନ କରିଥିବା ସଂଘ ପକ୍ଷରୁ କୁହାଯାଇଛି ।
ପ୍ରକାଶଥାଉକି, ଏହି ଅ‘ିସର୍ସ ସଂଘ ସର୍ବ ଭାରତୀୟ ବୃହତ ବନ୍ଦର ମହାସଂଘ ସହ ଅନୁବନ୍ଧିତ ହୋଇ ଅବସରପ୍ରାପ୍ତ ସଦସ୍ୟମାନଙ୍କ ନ୍ୟାୟୋଚିତ ଅଧିକାର ପାଇଁ ସର୍ବଦା ଚେଷ୍ଟିତ । ଭବିଷ୍ୟତରେ ଅ‘ିସର୍ସ ସଂଘ ସଦସ୍ୟମାନଙ୍କୁ ହିତ ଦୃଷ୍ଟିରୁ ବହୁ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛିବୋଲି ସଂଘର ସଂପାଦକ ଶେଷଦେବ ସାହୁ ପ୍ରକାଶ କରିବା ସହ ଅନୁଦାନ ରାଶି ସହାୟତା କରିଥିବା ସମସ୍ତ ସଭ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published.