ପାରାଦ୍ୱୀପ ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ମିଶ୍ରଙ୍କ ଅବସର ଗ୍ରହଣ

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ପୋଲିସ ଆରକ୍ଷୀ ଅଧିକ୍ଷକ (ଏଏସପି) ବିଷ୍ଣୁ ଚରଣ ମିଶ୍ର ଜୁନ୍ ୩୦ ତାରିଖ ମଙ୍ଗଳବାର ଦିନ ପୋଲିସ ସେବାରୁ ଅବସର ଗ୍ରହଣ କରିଛନ୍ତି ।୧୯୮୪ମସିହାରେ ରାଉରକେଲା ଠାରୁ ନିଜର ଚାକିରୀ ଜୀବନ ଆରମ୍ଭ କରି୨୦୨୦ ମସିହା ଜୁନ୍ ମାସ ୩୦ ତାରିଖରେ ଅବସର ଗ୍ରହଣ କରିଥିବା ଶ୍ରୀ ମିଶ୍ର ଓଡିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ବେସ୍ ପ୍ରଶଂସିତ ହୋଇଛନ୍ତି । ତେବେ ପାରାଦ୍ୱୀପ ଏଏସପି ଭାବେ ଦାୟିତ୍ୱ ଗ୍ରହଣର ଦୁଇ ବର୍ଷ ଆଠ ମାସ ମଧ୍ୟରେ ଶିଳ୍ପାଂଚଳ ତଥା ସହରରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା, ତେଲ ଚୋରି ରୋକିବା, ଟ୍ରାଫିକ ବ୍ୟବସ୍ଥାର ସୁଦୃଢତା ଓ ଶୃଙ୍ଖଳା ରକ୍ଷା ସହ ବାତ୍ୟା ବୁଲ୍ବୁଲ, ଫନି ଓ ଅମ୍ଫନ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ଶ୍ରୀ ମିଶ୍ରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେହିପରି ସାଂପ୍ରତିକ କୋରୋନା ମହାମାରୀ ପରିପେକ୍ଷ୍ରୀରେ ସ୍ଥାନୀୟ ଅଂଚଳରେ ଲକଡାଉନ୍ ଓ ସଟଡାଉନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଇବାରେ ଶ୍ରୀ ମିଶ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

Leave a Reply

Your email address will not be published.