ପାରାଦ୍ୱୀପ ବନ୍ଦର ପକ୍ଷରୁ ବନ ମହୋତ୍ସବ ପାଳିତ

ପାରାଦ୍ୱୀପ, (ଆଇଏନ୍ଏସ୍): ସାରା ଦେଶରେ ବନ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ସଂପ୍ରତି କୋରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ରକ୍ଷା କରି ପାରାଦ୍ୱୀପ ବନ୍ଦର ପକ୍ଷରୁ ଏହି ମହୋତ୍ସବକୁ ସାଧାରଣ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ମେରାଇନ୍ ଡ୍ରାଇଭ କଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ବନ୍ଦର ପକ୍ଷରୁ ଏକଲକ୍ଷ ଚାରା ରୋପଣ କରାଯିବାର ଯୋଜନା ଥିବାବେଳେ ବର୍ତମାନ ସୁଦ୍ଧା୨୫ ହଜାର ଚାରା ରୋପଣ କରାଯାଇଛି । ତେବେ ଏହ ମହୋତ୍ସବ ପାଳନ ଅବସରରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଯୋଗଦେଇ ଚାରା ରୋପଣର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷଙ୍କ ସମେତ ବନ୍ଦରର ବହୁ ବିଭାଗୀୟ ମୁଖ୍ୟ ଓ ଅଧିକାରୀ ମାନେ ଉପସ୍ଥିତ ରହି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ବନ୍ଦର ପ୍ରଶାସନ ତତ୍ୱାବଧାନରେ ଓଡିଶା ଜଙ୍ଗଲ ଉନ୍ନୟନ ନିଗମ ଦ୍ୱାରା ପରିଚାଳନା କରାଯାଉଛି । ବିଗତ ୧୦ରୁ ୧୫ ବର୍ଷ ମଧ୍ୟରେ ବିଭିନ୍ନ ବାତ୍ୟା ସମୟରେ ବନ୍ଦର ସହର, ବେଳାଭୂମୀ, ମାଛଧରା ବନ୍ଦର ଓ ମହାନଦୀ ମୁହାଁଣ ନିକଟରେ ବିଭିନ୍ନ ବୃକ୍ଷ ସମେତ ବହୁ ସଂଖ୍ୟାରେ ଝାଉଁ ଗଛ ସବୁ ନଷ୍ଟ ହୋଇଯାଇଛି । ତେଣୁ ଚଳିତ ବର୍ଷ ଏସବୁ ସ୍ଥାନରେ ଝାଉଁ ଗଛ ଲଗାଯାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ବନ୍ଦର ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସହରାଂଚଳରେ ବିଭିନ୍ନ କିସମର ଫଳ ବୃକ୍ଷ ଲଗାଯିବାର ଯୋଜନା ରହିଥିବା ବନ୍ଦର ପ୍ରଶାସନ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published.