ବଦଳିଲେ ବିବାଦୀୟ ପାରାଦ୍ୱୀପ ପୌର ନିର୍ବାହୀ ଅଧିକାରୀ!
ପାରାଦ୍ୱୀପ, (ଆଇଏନ୍ଏସ୍): ବହୁବିଦାଦ ପରେ ଶେଷରେ ପାରାଦ୍ୱୀପ ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କ ବଦଳି ହୋଇଛି । ଏସଂପର୍କରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ନିଦେ୍ର୍ଦଶନାମା ଜାରୀ ହୋଇଥିଲା । ଏହି ନିଦେ୍ର୍ଦଶନାମା ଜାରୀ ହେବା ପରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବୁଧବାର ଦିନ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତିଙ୍କୁ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ନିର୍ଦେଶ ପାଇବା ପରେ ଶ୍ରୀ ମହାନ୍ତି ପୌର ଯନ୍ତ୍ରୀ ଦୁର୍ଯେ୍ୟାଧନ ପଟେଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଅନ୍ୟାଦେଶ ପର୍ଯ୍ୟନ୍ତ ଶ୍ରୀ ପଟେଲ ପାରାଦ୍ୱୀପ ପୌର ପାଳିକାର ନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଇବେ । ପ୍ରକାଶ ଥାଉ କି ଗତ ବର୍ଷ କଳିଙ୍ଗ ବାଲିଯାତ୍ରା ଟେଣ୍ଡର ପ୍ରକିୟାରେ ଅନିୟମିତତା ଅଭିଯୋଗରେ ପାରାଦ୍ୱୀପ ବିଜେପି ପକ୍ଷରୁ ପୌର ପାଳିକା ଆଗରେ ଦୀର୍ଘ ଆଠଦିନ ଧରି ଅହୋରାତ୍ର ଧାରଣା ଦିଆ ଯାଇଥିଲା । ପୂର୍ବରୁ ଦୁଇଥର ବଦଳି ଆଦେଶ ପାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇ ନଥିଲା ।