ଅନଲାଇନରେ ପିପିଏଲ୍ ଡିଏଭିସ୍କୁଲର ଜାତୀୟକ୍ରୀଡା ଦିବସ ପାଲିତ

ପାରାଦୀପ, (ଆଇଏନ୍ଏସ୍): ଭାରତର ପୂର୍ବତନ ହକି ଅଧିନାୟକ ମେଜର୍ ଧ୍ୟାନ୍ ଚାନ୍ଦଙ୍କ ଜନ୍ମ ବାର୍ଷିକକୁ ଜାତୀୟକ୍ରୀଡା ଦିବସ ଭାବେ ପାଳନ କରାଯାଇଥାଏ । ତେବେ ସଂପ୍ରତି କୋରନା ସଂକ୍ରମଣ ଓ ଏହାର ଗାଇଡଲାଇନ୍ ଯୋଁଗୁ ପାରାଦୀପ ପିପିଏଲ୍ ଡିଏଭିସ୍କୁଲରେ ଅନଲାଇନ୍ ମାଧ୍ୟମରେ ଏହି ଦିବସ ପାଳନ କରାଯାଇଛି । ଏହି କ୍ରୀଡା ଦିବସ ଅବସରରେ ହକି ଜାଦୁଗର ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହା ପରେ ଅନଲାଇନ୍ ମାଧ୍ୟମରେ ଭାରତର ପୂର୍ବତନ ଅଧିନାୟକ ବିଶିଷ୍ଟ ହକି ଖେଳାଳୀ ପଦ୍ମଶ୍ରୀ ଦୀଲ୍ଲିପ ତିର୍କୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରି କ୍ରୀଡାର ମହତ୍ୱ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଦୌଡରାଣୀ ଅଲମ୍ପିଆନ ଦୁତି ଚାନ୍ଦ ଅତିଥିଭାବେ ଯୋଗଦେଇ କ୍ରୀଡାର ଲାଭ ସଂପର୍କରେ ନିଜର ଅଭିମତ ରଖିଥିଲେ । ପିପିଏଲ୍ର ମାନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଂଟିଆ ଅନ୍ୟ ଅତିଥିଭାବେ ଯୋଗଦେଇ କ୍ରୀଡାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଜାତୀୟ କ୍ରିକେଟ୍ ଖେଳାଳୀ ଚନ୍ଦନ ବେହେରା ଓ ଜାତୀୟ ବାସ୍କେଟବଲ ଖେଳାଳୀ ଶ୍ମୃତିରେଖା ଖଟୁଆ ତାଙ୍କର ଅନୁଭୁତି ବ୍ୟକ୍ତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ସଂଜୀବ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଅନଲାଇନ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛତ୍ରୀ ଯୋଗଦାନ କରିଥିଲେ । ଏହି ଜାତୀୟ କ୍ରୀଡା ଦିବସ ପାଳନକୁ ଅନଲାଇନ୍ ମାଧ୍ୟମରେ ଆୟୋଜନ କରିଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅଭିଭାବକମାନେ ଭୁୟଶୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ଧରିତ୍ରୀ ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ କ୍ରୀଡା ଶିକ୍ଷକ ଶାଶ୍ୱତ କୁମାର ଭାରତୀୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.